ଆର୍ôଥକ ସାକ୍ଷରତା ଓ ଆର୍ôଥକ ଅନ୍ତର୍ଭୂକ୍ତ କାରଣ ଶିବିର ତଥା ସୁକନ୍ୟା ସମୃଦ୍ଧି ସଚେତନତା ଓ ଖାତା ଖୋଲା ଶିବିର
ଭଦ୍ରକ, ୧୭ ଫେବୃୟାରୀ (ହି.ସ.) - ଭଦ୍ରକ ଜିଲ୍ଲା ପ୍ରଶାସନ ତରଫରୁ ଆର୍ôଥକ ସାକ୍ଷରତା ତଥା ସୁକନ୍ୟା ସମୃଦ୍ଧି ସଚେତନତା ଓ ଖାତା ଖୋଲା ଶିବିର ଆୟୋଜିତ ହୋଇଯାଇଛ ବନ୍ତ ବ୍ଳକ ର ମହତାବ ଏମ ବିଦ୍ୟାଳୟ ବିଦ୍ୟାଳୟ ଠାରେ। ଏହି ଶିବିର ରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ଡାକ ମୁଖ୍ୟ ଅଧିକାରୀ, ଜିଲ୍ଲା ଆର୍ôଥକ ସ
ARTHIKA SWAKHYARATA SIBIRA


ଭଦ୍ରକ, ୧୭ ଫେବୃୟାରୀ (ହି.ସ.) - ଭଦ୍ରକ ଜିଲ୍ଲା ପ୍ରଶାସନ ତରଫରୁ ଆର୍ôଥକ ସାକ୍ଷରତା ତଥା ସୁକନ୍ୟା ସମୃଦ୍ଧି ସଚେତନତା ଓ ଖାତା ଖୋଲା ଶିବିର ଆୟୋଜିତ ହୋଇଯାଇଛ ବନ୍ତ ବ୍ଳକ ର ମହତାବ ଏମ ବିଦ୍ୟାଳୟ ବିଦ୍ୟାଳୟ ଠାରେ। ଏହି ଶିବିର ରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ଡାକ ମୁଖ୍ୟ ଅଧିକାରୀ, ଜିଲ୍ଲା ଆର୍ôଥକ ସେବା ଓ ସଂଚୟ ଅଧିକାରୀ, ଲିଡ୍ ବ୍ୟାଙ୍କ୍ ମ୍ୟାନେଜର, ଆର୍ôଥକ ସାକ୍ଷରତା କାଉନସିଲ, ସାଇବର ଥାନା ଅଧିକାରୀ,ପୂର୍ବତନ ଜିଲ୍ଲା ଆର୍ôଥକ ସେବା ଓ ସଂଚୟ ଅଧିକାରୀ ପଦ୍ମନ୍ କୁମାର ରାୟ, ଇଣ୍ଡିଆ ପୋଷ୍ଟ ପେମେଂଟ ବ୍ୟାଙ୍କ୍ ମ୍ୟାନେଜର, ସି ଏଫ୍ ଏଲ୍ ଓ ମହତାବ ଏମ ଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଯୋଗ ଦେଇଥିଲେ। ଅତିଥି ମାନେ ଯୋଗଦେଇଥିବା ଅବିଭାବକ, ଅଙ୍ଗନୱାଡ଼ି ୱର୍କର, ସୁପର୍ଭାଇଜର, ସ୍ୱୟଂ ସହାୟକ ଗୋଷ୍ଠୀ ର କର୍ମକର୍ତା ମାନଙ୍କୁ ଆର୍ôଥକ ସାକ୍ଷରତା ଆବଶ୍ୟକତା ସମ୍ପର୍କରେ ଅବଗତ କରାଇବା ସହ ବ୍ୟାଙ୍କ୍ ଓ ଡାକଘରେ ଉପଲବ୍ଧ ଥିବା ସମସ୍ତ ସଂଚୟ ଓ ସାମାଜିକ ସୁରକ୍ଷା ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ। ଜିଲ୍ଲା ଡାକ ମୁଖ୍ୟ ଅଧିକାରୀ ବିଭିନ୍ନ ସଞ୍ଚୟ ଯୋଜନା ଗୁଡିକ ସମ୍ୱନ୍ଧରେ ପୁଙ୍ଖନୁ ପୁଙ୍ଖ ଭାବେ ଆଲୋଚନା କରିଥିଲେ। ଲେଡ ବ୍ୟାଙ୍କ୍ ମ୍ୟାନେଜର ଲୋକମାନଙ୍କୁ ସାଇବର ଫ୍ରଡ୍ ରୁ ଦୂରେଇ ରହିବା ସମ୍ପର୍କରେ ସଚେତନ କରିଥିଲେ। ପଦ୍ମନ୍ କୁମାର ରାୟ ଲୋକମାନଙ୍କୁ ଚିଟ ଫଣ୍ଡ ଫ୍ରଡ ମାନଙ୍କ ଠାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେବା ସହ ବ୍ୟାଙ୍କ୍ ଓ ଡାକଘରେ ନିବେଶ କରିବା ପାଇଁ ପରାମର୍ଶ ଦେଇଥିଲେ। ସାଇବର ଥାନା ଅଧିକାରୀ ସାଇବର ଥକ ମାନଙ୍କ ବିଭିନ୍ନ ଠକାମୀ ସମ୍ପର୍କରେ ଆଲୋଚନା କରିବା ସହ ଲୋକମାନଙ୍କୁ ଏପରି ଥକା ମିର ଶିକାର ହେବାରୁ ବଂଚିବାର ଉପାୟ ସମ୍ପର୍କରେ ଜଣାଇଥିଲେ। ସଭା ଶେଷରେ ଏକ କୁଇଜ୍ ପ୍ରତିଯୋଗିତା ହେଇଥିଲା ଓ ଅଭିଭାବକ ମାନଙ୍କୁ ପେନ୍ ପୁରସ୍କାର ଦିଆଯାଇଥିଲା। ସୁକନ୍ୟା ଅନ୍ତର୍ଭୁକ୍ତ କରଣ ଶିବିର ରେ ଟିଲୋ ଓ ତାରାପୁର କ୍ଲଷ୍ଟର ର ସମସ୍ତ ବିଦ୍ୟାଳୟ ର ୧୦ବର୍ଷରୁ କମ କନ୍ୟାମାନଙ୍କ ଅଭିଭାବକ ମାନେ ବହୁମତର ରେ ଯୋଗ ଦେଇ ତାଙ୍କ କନ୍ୟା ପାଇଁ ସୁକନ୍ୟା ଓ ପପିଏଫ ଖାତା ଖୋଲିଥିଲେ । ଏଥିସହ ଆଧାର ନଥିବା ଛାତ୍ର ଛାତ୍ରୀ ମାନଙ୍କର ଆଧାର ଅନ୍ତର୍ଭୁକ୍ତ କରାଯାଇଥିଲା। ଏହି ସଭା ରେ ମୋଟ ୧୫୦ ଜଣ କର୍ମକର୍ତା ଯୋଗଦେଇଥିଲ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande