
ଜୟପୁର, ୧୭ ଫେବ୍ରୁଆରି (ହି.ସ.) - କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅଂଚଳରେ ପୁଣି ସକ୍ରିୟ ହେଲେ ଲୁଟେରା ଦଳ। ଥାନା ଠାରୁ ଅତି ନିକଟ କୋଟପାଡ଼ ରୋଡ ଭେଙ୍କଟ ନଗର ର ଏକ ଘରୁ ଚୋରି ହୋଇଛି। ଘର ର କାନ୍ଥ ଝାରକା ଭାଙ୍ଗି ଘର ଭିରରେ ପଶି ଥିଲେ ଚୋର। ଘର ଭିତରେ ଥିବା ସମସ୍ତ ରୁମ ଭିତରେ ପଶି ସମସ୍ତ ସାମଗ୍ରୀ କୁ ଛିନ ଛତର କରି ଦେଇଛନ୍ତି। ଦୁଇଟି ଗଡ଼ରେଜ ଭାଙ୍ଗି ଅଧ ତୁଳା ର ସୁନା କାନର ,ଦୁଇଟି ରୁପା ମେଡାଲ ଏବଂ ନଗଦ ୫୦ ହଜାର ଟଙ୍କା ଚୋରି କରି ଚମ୍ପଟ ମାରିଛନ୍ତି ଚୋର।ଏଭଳି ଘଟଣା ସାମ୍ନା କୁ ଆସିଛି ବୋରିଗୁମ୍ମା ସହର ରୁ। ଗତ କାଲି ରାତି ବୋରିଗୁମ୍ମା ସହର ଭେଙ୍କଟ ନଗର ର ପ୍ରସାଦ ଚକ୍ରଙ୍କ ଘରୁ ଚୋରି ହୋଇଛି। ପ୍ରସାଦ ଙ୍କ ପରିବାର ଲୋକେ ବାହାରକୁ ଯାଇଥିଲେ । ଘର ମୁଖ୍ୟ ଫାଟକ ରେ ତାଲା ଝୁଲୁଥିଲା। ଦିନକୁ ଦିନ ଚୋରୀ ବଢ଼ୁଥିବା ବେଳେ ଚୋରଙ୍କୁ ଧରିବା ବୋରିଗୁମ୍ମା ପୋଲିସ ପାଇଁ ଏକ ବଡ଼ ଚେଲେଞ୍ଜ ସୃଷ୍ଟି କରିଛି।ଗତ କିଛି ଦିନ ପୂର୍ବରୁ ବୋରିଗୁମ୍ମା ସହର ର ନବରଙ୍ଗପୁର ରୋଡ କୁ ଲାଗି ରହିଥିବା ରାଜେଶ୍ୱରୀ ପାଢ଼ୀଙ୍କ ଘରେ ତାଲା ଭାଙ୍ଗି ଦୁର୍ବିତ ମାନେ ପଶିଥିଲେ ଘରେ ଥିବା ଚାରି ତୁଳା ରୁ ଉର୍ଦ୍ଧ ସୁନା ଅଳଙ୍କାର ନେବା ସହ ନଗଦ ୨ଲକ୍ଷ ଟଙ୍କା ଚୋରି କରିଥିଲେ ଚୋର। ସେହି ଘଟଣାର ବୋରିଗୁମ୍ମା ପୋଲିସ କୁ କୌଣସି ସୁଫଳ ମିଳି ନଥିବା ବେଳେ ଗତକାଲି ରାତି ପୁଣି ଏକ ଚୋରି ଘଟଣା ପୋଲିସ ପାଇଁ ଚିନ୍ତାର କାରଣ ସାଜିଛି। ଅଭିଯୋଗ ପାଇ ପୋଲସ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣା ପଡ଼ିଛି।
ହିନ୍ଦୁସ୍ଥାନ ସମାଚାର / ପିକେପି