
ଜୟପୁର, ୧୭ ଫେବ୍ରୁଆରି (ହି.ସ.) - ଜୟପୁର ସଦରଥାନା ଅନ୍ତର୍ଗତ ଡୁମୁରିଗୁଡା ଗ୍ରାମର ଶଙ୍କର ଆଚାର୍ଯ୍ୟଙ୍କୁ ଜଣେ ପେଟ୍ରୋଲ ପମ୍ପ ମାଲିକ ଗୁଳିକରି ମାରିଦେବା ଧମକ ଦେଉଥିବା ନେଇ ସଦରଥାନାରେ ଅଭିଯୋଗ ହୋଇଛି କ୍ଷ ଅଭିଯୋଗ କୁ ଭିତି କରି ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ପୋଲିସ ସୂଚନା ଅନୁଯାୟୀ ଶଙ୍କର ଆଚାର୍ଯ୍ୟଙ୍କ ମା ଲକ୍ଷ୍ମୀ ଆଚାର୍ଯ୍ୟଙ୍କ ନାମରେ ଜୟପୁର ତହସିଲ ଅଧିନରେ ୪.୨୭ ସେଂଟ ଜମି ରହିଛି। ଏହି ଜମି ସମ୍ମୁଖରେ ଥିବା ଜଗଦୀଶ ସାରାବୁ ଓ ତାଙ୍କ ସହଯୋଗୀ ମାନେ ଜମିକୁ ଜବରଦସ୍ତି ବିକ୍ରି କରିଦେବାକୁ ଧମକ ଦେଉଛନ୍ତି। ଜମି ସମ୍ମୁଖରେ ଜଗଦୀଶ ସରାବୁ ପେଟ୍ରୋଲ ପମ୍ପ କରିଛନ୍ତି। ପମ୍ପରୁ ପେଟ୍ରୋଲ ଓ ଡିଜେଲ ଲିକ ହୋଇ ଜମିରେ ପ୍ରବେଶ କରୁଛି ଯାହା ଫଳରେ ଚାଷ ନଷ୍ଟ ହୋଇ ସାରିଛି। ଏନେଇ ଅଭିଯୋଗ କଲେ ଗୁଳିକରି ଜୀବନରେ ମାରିଦେବି ବୋଲି ଧମକ ଦେଉଛନ୍ତି। ଏଣୁ ଜୀବନକୁ ବିପଦ ଅଛି ବୋଲି ଶଙ୍କର ଏନେଇ ସଦରଥାନାରେ ଏତଲା ଦେବା ପରେ ସଦର ପୋଲିସ ଏନେଇ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିବା ସଦରଥାନା ଅଧିକାରୀ ସଚ୍ଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପିକେପି