ସାଉଥକୋ ବିଦ୍ୟୁତ ବିଭାଗର ମନମୁଖୀ ବିରୋଧରେ କର୍ମଚାରୀ ସଂଘ ବିରୋଧ ପ୍ରଦର୍ଶନ
ଜୟପୁର, ୧୭ ଫେବ୍ରୁଆରି (ହି.ସ.) - ଟାଟାପାୱାର ସାଉଥକୋ ବିଦ୍ୟୁତ ବିତରୋକ ବିଭାଗର ମନମୁଖୀ ନୀତି ଏବଂ ନିୟମକୁ ବିରୋଧ କରାଯାଇ ଜୟପୁର ବିଦ୍ୟୁତ ବିଭାଗ ସର୍କଲ ରାଜ୍ୟ ବିଦ୍ୟୁତ କର୍ମଚାରୀ ଫେଡେରେନସ ପକ୍ଷରୁ କୋରାପୁଟ ଜିଲ୍ଲା ଜୟପୁର ସାଉଥକୋର ପାୱାର ହାଉସ ସ୍ଥିତ ଉପ ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ
ସାଉଥକୋ ବିଦ୍ୟୁତ ବିଭାଗର ମନମୁଖୀ ବିରୋଧରେ କର୍ମଚାରୀ ସଂଘ ବିରୋଧ ପ୍ରଦର୍ଶନ


ଜୟପୁର, ୧୭ ଫେବ୍ରୁଆରି (ହି.ସ.) - ଟାଟାପାୱାର ସାଉଥକୋ ବିଦ୍ୟୁତ ବିତରୋକ ବିଭାଗର ମନମୁଖୀ ନୀତି ଏବଂ ନିୟମକୁ ବିରୋଧ କରାଯାଇ ଜୟପୁର ବିଦ୍ୟୁତ ବିଭାଗ ସର୍କଲ ରାଜ୍ୟ ବିଦ୍ୟୁତ କର୍ମଚାରୀ ଫେଡେରେନସ ପକ୍ଷରୁ କୋରାପୁଟ ଜିଲ୍ଲା ଜୟପୁର ସାଉଥକୋର ପାୱାର ହାଉସ ସ୍ଥିତ ଉପ ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିରୋଧ ପ୍ରଦର୍ଶନ ସହିତ ଧାରଣା ସହିତ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏହିପରି କର୍ମଚାରୀ ସଂଘ ପକ୍ଷରୁ ୧୨ ଦଫା ଦାବିପତ୍ର ପ୍ରଦାନ କରାଯାଉ କର୍ମଚାରୀଙ୍କୁ ହଇରାଣ ବନ୍ଦ କରିବା ସହିତ ସାଧାରଣ ଖାଉଟିଙ୍କୁ ମଧ୍ୟ ଉପଯୁକ୍ତ ବିଦ୍ୟୁତ ସେବା ଏବଂ ଅତ୍ୟାଚାର ବନ୍ଦ କରିବାକୁ ଦାବି କରାଯାଇଛି । ଏଥିରେ ଇଚ୍ଛୁକ କର୍ମଚାରୀଙ୍କୁ ଆବେଦନ ଅନୁଯାୟୀ ଇଣ୍ଟର ସର୍କଲ ବଦଳୀ, ଅନ୍ୟାନ୍ୟ ଭାବେ ଦୁଇ କର୍ମଚାରୀଙ୍କୁ ନିଳମ୍ବନ ଆଦେଶ ପ୍ରତ୍ୟାହୃତ, ଡିପ୍ଲୋମାଧାରୀ ବୈଷୟିକଧାରୀ କର୍ମଚାରୀ ଜୁନିୟର ମ୍ୟାନେଜର ଭାବେ ପଦୋନ୍ନତି, ସ୍ମାର୍ଟ ମିଟର ବ୍ୟବସ୍ଥାକୁ ବିରୋଧ, ଏହିପରି ସ୍ମାର୍ଟ ମିଟର ଦ୍ୱାରା ଅସ୍ଥାୟୀ କର୍ମଚାରୀ ମାନେ ସେମାନଙ୍କ ଚାରିରୀ ହରାଇବେ ତେଣୁ ଏହାକୁ ବିରୋଧ କରାଯାଇଥିଲା । ଅସ୍ଥାୟୀ କର୍ମଚାରୀଙ୍କ ସ୍ଥାୟୀ ନିଯୁକ୍ତି ଦାବି । କର୍ମଚାରୀ ମାନଙ୍କ ସ୍ୱାସ୍ଥ୍ୟ ବୀମାକୁ ୧୦ ଲକ୍ଷ ବୃଦ୍ଧି କରିବା ପ୍ରଭୃତି ଦାବି ରହିଛି । ଏହି ଧାରଣା ମହାସଂଘର ଆଇନ ପରାମର୍ଶଦାତା ଅଭିମନ୍ୟୁ ଭଟ୍ଟମିଶ୍ରଙ୍କ ନେତୃତ୍ୱରେ ସମ୍ପାଦକ ଆଶିଷ ତ୍ରିପାଠୀ ଏବଂ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande