କଣ୍ଟାବାଞ୍ଜି ଜେଲରେ ସ୍ୱାମୀ ସ୍ତ୍ରୀ : ସାଇବର ଠକେଇ କରିଥିବା ଅଭିଯୋଗ
ବଲାଂଗିର, 17 ଫେବ୍ରୁଆରି (ହି.ସ.) : କଣ୍ଟାବାଞ୍ଜି ସହର ବିଭିନ୍ନ ବ୍ୟକ୍ତିଙ୍କ ଠାରୁ ୪୦ ଲକ୍ଷରୁ ଅଧିକ ଟଙ୍କା ସାଇବର ଠକେଇ କରିଥିବା ଅଭିଯୋଗ ହେବା ପରେ କଣ୍ଟାବାଞ୍ଜି ପୋଲିସ ଠକେଇ କରିଥିବା ସ୍ୱାମୀ ସ୍ତ୍ରୀଙ୍କୁ ଚୌଦ୍ୱାର ଜେଲରୁ ରିମାଣ୍ଡରେ କଣ୍ଟାବାଞ୍ଜି କୋର୍ଟରେ ହାଜର କରିଛି । ସୂଚନା ଅନୁସାର
କଣ୍ଟାବାଞ୍ଜି ଜେଲରେ ସ୍ୱାମୀ ସ୍ତ୍ରୀ :  ସାଇବର ଠକେଇ କରିଥିବା ଅଭିଯୋଗ


ବଲାଂଗିର, 17 ଫେବ୍ରୁଆରି (ହି.ସ.)

: କଣ୍ଟାବାଞ୍ଜି ସହର ବିଭିନ୍ନ ବ୍ୟକ୍ତିଙ୍କ ଠାରୁ ୪୦ ଲକ୍ଷରୁ ଅଧିକ ଟଙ୍କା ସାଇବର ଠକେଇ କରିଥିବା ଅଭିଯୋଗ ହେବା ପରେ କଣ୍ଟାବାଞ୍ଜି ପୋଲିସ ଠକେଇ କରିଥିବା ସ୍ୱାମୀ ସ୍ତ୍ରୀଙ୍କୁ ଚୌଦ୍ୱାର ଜେଲରୁ ରିମାଣ୍ଡରେ କଣ୍ଟାବାଞ୍ଜି କୋର୍ଟରେ ହାଜର କରିଛି । ସୂଚନା ଅନୁସାରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଅନ୍ତର୍ଗତ ପୁରଣାଘାଟି ଗାଁର ଚନ୍ଦ୍ରଶେଖର ସାହୁ ଓ ତାଙ୍କ ସ୍ତ୍ରୀ ଝରଣା ସାହୁ ଏକ ସଂସ୍ଥା ୨୦୨୧ ମସିହାରେ ଆରମ୍ଭ କରିଥିଲେ । ଯାହାର ନାଁ ହେଉଛି ଇଭୋରି ଭେନଚର୍ସ ପ୍ରାଇଭେଟ ଲିମିଟେଡ । ଏହାର ମୁଖ୍ୟ କାର୍ଯ୍ୟାଳୟ ତାଳଚେରରେ ରହିଛି । ଏହି ସଂସ୍ଥାରେ ଯେଉଁ ବ୍ୟକ୍ତି ୧୫ ହଜାରରୁ ଆରମ୍ଭ କରି ୧୫ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଲଗାଇବେ ତାଙ୍କୁ ୩୦ ମାସରେ ଦୁଇଗୁଣା ଟଙ୍କା କରିକି ଦେବାର ପ୍ରଲୋଭନ ଦେଉଥିଲେ ଏବଂ ଲୋକମାନେ ଟଙ୍କାର ପ୍ରଲୋଭନରେ ଆସି ଏଥିରେ କୋଟି କୋଟି ଟଙ୍କା ଲଗାଇଥିଲେ । ଯେଉଁ ଦଲାଲ ଏମାନଙ୍କୁ ଗ୍ରାହକ ଠିକ୍ କରିକି ଦେଲେ ପ୍ରତ୍ୟେକ ଲୋକ ପିଛା ଦଲାଲଙ୍କୁ ୧୨% ପ୍ରତିଶତ କମିଶନ ଦେଉଥିଲେ । ଚନ୍ଦ୍ର ଶେଖର ସାହୁ ଏହି ସଂସ୍ଥାର ଚିପ୍ ମେନିଜିଙ୍ଗ ଡାଇରେକ୍ଟର ଥିବାବେଳେ ତାଙ୍କ ସ୍ତ୍ରୀ ଝରଣା ସାହୁ ଡାଇରେକ୍ଟର ଥିବା ଜଣାପଡ଼ିଛି । ଜଣେ ବ୍ୟକ୍ତି ଏନେଇ ଟଙ୍କା ଲଗାଇବା ପରେ ଟଙ୍କା ଫେରସ୍ତ ନ ହେବାରୁ ସେ ଇୟୋ ଡବ୍ୟୁ ଠାରେ ଅଭିଯୋଗ କରିବା ପରେ ତାଙ୍କୁ ଦିଲ୍ଲୀରୁ ଗିରଫ କରି କଟକ ଚୌଦ୍ୱାରରେ ଉଭୟ ସ୍ୱାମୀ ସ୍ତ୍ରୀକୁ ରଖା ଯାଇଥିବା ବେଳେ ଏମାନେ କଣ୍ଟାବାଞ୍ଜିରେ ମଧ୍ୟ ଟଙ୍କା ଦୁଇ ଗୁଣା କରିକି ଦେବାର ବ୍ୟବସ୍ଥା ଦେଖାଇ ୪୦ ଲକ୍ଷ ଟଙ୍କା ଠକେଇ କରିଥିବା ବେଳେ ଏନେଇ କଣ୍ଟାବାଞ୍ଜି ଏମ୍ ଏଫ୍ ସି କୋର୍ଟରେ ମଧ୍ୟ ମାମଲା ରହିଥିବାରୁ ନ୍ୟାୟ ନିର୍ଦ୍ଦେଶ ଅନୁସାରେ କଣ୍ଟାବାଞ୍ଜି ପୋଲିସ ଯାଇ ଚୌଦ୍ୱାର ଜେଲରୁ ରିମାଣ୍ଡରେ ଆଣି କଣ୍ଟାବାଞ୍ଜି ନ୍ୟାୟାଳୟରେ ହାଜର କରିଥିଲେ ଏବଂ ପରେ କଣ୍ଟାବାଞ୍ଜି ଜେଲକୁ ନିଆଯାଇଥିବା ଜଣାପଡ଼ିଛି । କଣ୍ଟାବାଞ୍ଜି ଏମ୍ ଏଫ୍ ସି କୋର୍ଟରେ ହୋଇଥିବା ଏହି ମାମଲାକୁ ଆଇନଜୀବୀ ବିବେକ ଶର୍ମା ଓ ଅବଦୁଲ ରବାନୀ ଠକେଇ ଶିକାର ହୋଇଥିବା ବ୍ୟକ୍ତିଙ୍କ ପକ୍ଷରୁ ଲଢୁଥିବା ଜଣାପଡିଛି ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande