ପୂର୍ବତନ ସରପଂଚ ତଥା ବିଶିଷ୍ଟ କଂଗ୍ରେସ ନେତା ନୃପରାଜ ବାବୁଙ୍କ ପରଲୋକ
ବଲାଙ୍ଗିର, ୨୮ ଫେବୃଆରୀ (ହି.ସ.)- ପୁଇଁନ୍ତଲା ବ୍ଲକ ପିପିର୍ଡା ପଂଚାୟତ ଅନ୍ତର୍ଗତ ପିପିର୍ଡା ଗାଁ ର ବିଶିଷ୍ଟ କଂଗ୍ରେସ ନେତା ତଥା ପୂର୍ବତନ ସରପଂଚ ନୃପରାଜ ବାବୁଙ୍କ ପରଲୋକ ହୋଇଯାଇଛି । ସେ ୫ ବର୍ଷ ଧରି ପିପିର୍ଡା ଗ୍ରାମ ପଂଚାୟତର ସରପଂଚ ଭାବେ କାର୍ଯ୍ୟ କରି ଅଂଚଳରେ ସୁନାମ ଅର୍ଜନ କରିଥିଲେ । ସେ
ପୂର୍ବତନ ସରପଂଚ ତଥା ବିଶିଷ୍ଟ କଂଗ୍ରେସ ନେତା ନୃପରାଜ ବାବୁ ଙ୍କ ପରଲୋକ


ବଲାଙ୍ଗିର, ୨୮ ଫେବୃଆରୀ (ହି.ସ.)- ପୁଇଁନ୍ତଲା ବ୍ଲକ ପିପିର୍ଡା ପଂଚାୟତ ଅନ୍ତର୍ଗତ ପିପିର୍ଡା ଗାଁ ର ବିଶିଷ୍ଟ କଂଗ୍ରେସ ନେତା ତଥା ପୂର୍ବତନ ସରପଂଚ ନୃପରାଜ ବାବୁଙ୍କ ପରଲୋକ ହୋଇଯାଇଛି । ସେ ୫ ବର୍ଷ ଧରି ପିପିର୍ଡା ଗ୍ରାମ ପଂଚାୟତର ସରପଂଚ ଭାବେ କାର୍ଯ୍ୟ କରି ଅଂଚଳରେ ସୁନାମ ଅର୍ଜନ କରିଥିଲେ । ସେ ଦୀର୍ଘ ଦିନ ଧରି କଂଗ୍ରେସ ଦଳରେ ସାମିଲ ଥିଲେ ଏବଂ ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ରଙ୍କ ଏକାନ୍ତ ଆନୁଗତ୍ୟ ଥିଲେ ଏବଂ ଅଂଚଳରେ ତାଙ୍କର ବେଶ ଖ୍ୟାତି ଥିଲା । ସେ ଜଣେ ପରୋପକାରି, ମିଷ୍ଟଭାଷୀ ତଥା ଅମାୟିକ ବ୍ୟକ୍ତିର ଅଧିକାରୀ ଥିଲେ । ତାଙ୍କ ମୃତ୍ୟୁରେ ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ତାଙ୍କର ଅବର୍ତ୍ତାମାନରେ ଅଂଚଳରେ ବିରାଟ କ୍ଷତି ହେଲା ବୋଲି ପିପିର୍ଡା ଏବଂ ରାନିକଟା ର ବାବୁ ପରିବାର ତଥା ପୂର୍ବତନ ସରପଂଚ, ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ରାଜ କିଶୋର ବାବୁ ତଥା ଅତ୍ମୀୟ ସ୍ୱଜନ ଏବଂ ବ୍ଲକ କଂଗ୍ରେସ କମିଟିର ସମସ୍ତ କର୍ମକର୍ତ୍ତା ଶୋକ ବ୍ୟକ୍ତ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande