


ସମ୍ବଲପୁର, ୨୮, ଫେବ୍ରୁଆରୀ (ହି.ସ.) ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ଭୋଜପୁର ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଜି ଜିଲ୍ଲାସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତି ସମ୍ମିଳନୀ, ସମ୍ବଲପୁରରେ ୨୦୨୪-୨୫ ମସିହାର ପ୍ରଥମ ସ୍ଥାନରେ କାୟାକଳ୍ପ ଏଵଂ ଜାତୀୟ
ଗୁଣବତ୍ତା ନିଶ୍ଚିତତା ମାନକ ସମ୍ମାନ ପୁରସ୍କାରରେ ସମ୍ମାନିତ କରାଯାଇଛି। ଆଦିବାସୀ ଅଞ୍ଚଳ ରେ ଥିବା ଏହି ସ୍ବାସ୍ଥ୍ୟ କେନ୍ଦ୍ରଟି ଡ ଶରତ କୁମାର ଦେହୁରୀ ଙ୍କ ତତ୍ତ୍ଵାବଧାନରେ ସମଗ୍ର ସମ୍ବଲପୁର ଜିଲ୍ଲା ର ପ୍ରଥମ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଭାବରେ ଏହି ଜାତୀୟ ଗୁଣବତ୍ତା ନିଶ୍ଚିତତା ମାନକ ସମ୍ମାନ ପୁରସ୍କାର ପ୍ରାପ୍ତ କରିଛି। ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଓ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ରବିନାରାୟଣ ନାଏକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହି ପୁରସ୍କାର ପ୍ରଦାନ କରିଥିଲେ । ଏହାଛଡ଼ା ଗତ ପାଞ୍ଚ ବର୍ଷ ହେବ ଲଗାତାର ଭାବରେ ସମଗ୍ର ଜିଲ୍ଲା ରେ କାୟାକଳ୍ପ ପୁରସ୍କାର ରେ ପ୍ରଥମ ସ୍ଥାନରେ ପୁରସ୍କୃତ ହୋଇ ଆସୁଛି। ଏହାକୁ ଭିତ୍ତି କରି ଜିଲ୍ଲା ସ୍ତରରେ ବିଶେଷ ଭାବରେ ସ୍ବାସ୍ଥ୍ୟ କେନ୍ଦ୍ର କୁ ସମ୍ମାନିତ କରାଯାଇଥିଲା। ଏଥିରେ ଜିଲ୍ଲା ର ପୁର୍ବତନ ଡି ପି ଏମ ମୌସୁମୀ ମିଶ୍ର, କ୍ୱାଲିଟି ମ୍ୟାନେଜର ବୈଶାଲିନି ସାହୁ, ଅଶ୍ଵିନୀ ମହାନନ୍ଦ, ଅମୂଲ୍ୟରତ୍ନ ମହନ୍ତ ଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା । ଏହାଛଡ଼ା ଭୋଜପୁର ସ୍ଵାସ୍ଥ୍ୟ କେନ୍ଦ୍ର ର ପୁର୍ବତନ ଫାର୍ମାସୀ ଅଫିସର ପ୍ରଦ୍ୟମ୍ନ କୁମାର ସେଠ୍ କ୍ଳାରା ତିର୍କି, ଡିଇଓ ଶମ୍ଭୁନାଥ ସାହୁ, ମୁକେଶ କୁମାର ସାହୁ, ଯଜ୍ଞସିନି ଦାସ, ତୃପ୍ତିରାନି ପଳେଇ,ସଞ୍ଜୁ ମଗର, ଧନଞ୍ଜୟ ନାୟକ, ଆଦିତ୍ୟ ମାଝୀ,ସାବିତ୍ରୀ ଜୟପୁରିଆ,ସୁରଜ୍ ଷଣ୍ଢ, ଧିରଜ ଷଣ୍ଢ ,ଅଞ୍ଚଳର ଆଶା, ଏ ଏନ ଏମ ଦିଦି ମାନଙ୍କର ମୁଖ୍ୟ ସହଯୋଗ ରହିଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ