ପ୍ରଧାନଶିକ୍ଷକ ଗଣେଶ୍ୱର ସାହୁଙ୍କୁ ଅବସର କାଳୀନ ସମର୍ଦ୍ଧନ
ଭୁବନ, ୨୮ ଫେବୃଆରୀ (ହି.ସ.)- ପିଏମ ଶ୍ରୀ ଭୁବନ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଗଣେଶ୍ୱର ସାହୁ ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଇନ୍ଦ୍ରଜିତ ମଲ୍ଲିକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଧନା ସଭାରେ ଭୁବନ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧି
ପ୍ରଧାନଶିକ୍ଷକ ଗଣେଶ୍ୱର ସାହୁଙ୍କୁ ଅବସର କାଳୀନ ସମର୍ଦ୍ଧନ


ଭୁବନ, ୨୮ ଫେବୃଆରୀ (ହି.ସ.)- ପିଏମ ଶ୍ରୀ ଭୁବନ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଗଣେଶ୍ୱର ସାହୁ ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଇନ୍ଦ୍ରଜିତ ମଲ୍ଲିକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଧନା ସଭାରେ ଭୁବନ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ମିନତୀ ଦେହୂରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରାରମ୍ଭରେ ବିଦାୟୀ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ବାଜା ବଜାଇ ସମ୍ମିଳନୀ କକ୍ଷ କୁ ପାଛୋଟି ଅଣାଯାଇଥିଲା । ବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ନିଜର ପ୍ରିୟ ଶିକ୍ଷକଙ୍କ ସହିତ ଥିବା ଅନୁଭୂତି ବର୍ଣ୍ଣନା କରିଥିଲେ । ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି କେଦାର ଦାସ ଓ ପୁରାତନ ଛାତ୍ର ସଂସଦ ର ସଭାପତି ଇଂ ଦେବେନ୍ଦ୍ର ପୃଷ୍ଟି , ପୁରାତନ ଛାତ୍ର ସଂସଦ ର ପୂର୍ବତନ ସଭାପତି ପ୍ରଭାସ କୁମାର ସେନାପତି, ଅବସର ପ୍ରାପ୍ତ ଶିକ୍ଷକ ହୃଷୀକେଶ ସାହୁ ପ୍ରମୁଖ ଯୋଗ ଦେଇ ନିଜର ଅନଭୂତି ବର୍ଣ୍ଣନା କରିବା ସହ ଶିକ୍ଷକଙ୍କ ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ ।

ଏହି ଅବସରରେ ବିଦାୟୀ ଶିକ୍ଷକ ଶ୍ରୀଯୁକ୍ତ ସାହୁ ଏହି ବିଦ୍ୟାଳୟରେ ଦୀର୍ଘ ୨୦ ବର୍ଷର ଶିକ୍ଷକତା ଜୀବନ ସମ୍ପର୍କରେ କୋହଭରା କଣ୍ଠରେ ଆଲୋକପାତ କରିଥିଲେ। ବିଦ୍ୟାଳୟର ଶିକ୍ଷକ - ଶିକ୍ଷୟିତ୍ରୀ ବିଦାୟୀ ସଙ୍ଗୀତ ଗାନ କରିବା ସହ ଅଶ୍ରୁଳ ବିଦାୟ ଜଣାଇ ଥିଲେ ଜ୍ଝପରିଶେଷରେ ବିଦାୟୀ ଭାରପ୍ରାପ୍ର ପ୍ରଧାନ ଶିକ୍ଷକଙ୍କୁ ବିଦ୍ୟାଳୟ ତରଫରୁ ଉପହାର ସାମଗ୍ରୀ ସହିତ ସମସ୍ତ ଶିକ୍ଷାର୍ଥୀ, ଶିକ୍ଷକ - ଶିକ୍ଷୟିତ୍ରୀ , ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଗଣ ଶୋଭା ଯାତ୍ରାରେ ନେଇ ଭୁବନ ଏନ୍ ଏ ସି ଅନ୍ତର୍ଗତ ୧୩ ନମ୍ବର ୱାର୍ଡ ସ୍ଥିତ ତାଙ୍କ ବାସଭବନ ରେ ଛାଡି ଆସିଥିଲେ । ଏହି କାର୍ଯ୍ୟକ୍ରମରେ କ୍ରୀଡା ଶିକ୍ଷକ ସାଗର ରାଉତ ଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମକର୍ତା ବସନ୍ତ ପୋଥାଳ, ସୁରେନ୍ଦ୍ର ପୃଷ୍ଟି, ଅନାମ ସାହୁ , ହୃଷୀକେଶ ନାୟକ ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande