ଶିକ୍ଷଣରେ ଯାଦୁପେଡି ସାମଗ୍ରୀର ବ୍ୟବହାର ପ୍ରାଥମିକ ଶିକ୍ଷାକୁ ମଜବୁତ କରିବ
ବଲାଙ୍ଗିର, ୨୮ ଫେବୃଆରୀ (ହି.ସ.)- ଗୁଡଭେଲା ବ୍ଲକ୍ ଅନ୍ତର୍ଗତ ତୁଷୁରା ଏନ୍ଏସି କ୍ଲଷ୍ଟରର ଅଷ୍ଟମ କ୍ଲଷ୍ଟର ସ୍ତରୀୟ ବୈଠକ ବୁରୋମାଲ ପ୍ରାଥମିକ ବିଦ୍ୟାଳୟ ଠାରେ ସ୍ଥାନୀୟ ପ୍ରଧାନ ଶିକ୍ଷକ ମୋହନ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏବିଇଓ ରମେଶ ଚନ୍ଦ୍ର ସା
*ଶିକ୍ଷଣରେ ଯାଦୁପେଡି ସାମଗ୍ରୀର ବ୍ୟବହାର  ପ୍ରାଥମିକ ଶିକ୍ଷାକୁ ମଜବୁତ କରିବ*


ବଲାଙ୍ଗିର, ୨୮ ଫେବୃଆରୀ (ହି.ସ.)- ଗୁଡଭେଲା ବ୍ଲକ୍ ଅନ୍ତର୍ଗତ ତୁଷୁରା ଏନ୍ଏସି କ୍ଲଷ୍ଟରର ଅଷ୍ଟମ କ୍ଲଷ୍ଟର ସ୍ତରୀୟ ବୈଠକ ବୁରୋମାଲ ପ୍ରାଥମିକ ବିଦ୍ୟାଳୟ ଠାରେ ସ୍ଥାନୀୟ ପ୍ରଧାନ ଶିକ୍ଷକ ମୋହନ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏବିଇଓ ରମେଶ ଚନ୍ଦ୍ର ସାମର୍ଥ ଶିକ୍ଷଣରେ ଯାଦୁପେଡି ସାମଗ୍ରୀର ବ୍ୟବହାର ପ୍ରାଥମିକ ଶିକ୍ଷାକୁ ମଜବୁତ କରିବ ବୋଲି ମତ ପୋଷଣ କରିଥିଲେ। ସମ୍ମାନିତ ଅତିଥି ବିପିନ ବାଗ ମଧ୍ୟାହ୍ନ ଭୋଜନର ସୁପରିଚାଳନା ପାଇଁ ପରାମର୍ଶ ଦେଇଥିଲେ। ସାଧନ କର୍ମୀ ଭାବେ ସିଆରସିସି ଜଗମୋହନ ତ୍ରିପାଠୀ ଯୋଗଦେଇ ଫେବୃଆରୀ ମାସର ଏଜେଣ୍ଡା ଯଥା- ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପାଇଁ ପ୍ରତିକାରାତ୍ମକ ଶିକ୍ଷଣ ଓ ମୌଳିକ ସ୍ତର ଶିକ୍ଷଣର ସର୍ବେକ୍ଷଣ, ଯାଦୁପେଡି ସାମଗ୍ରୀର ବ୍ୟବହାର, ଶ୍ରେଣୀ ପର୍ଯ୍ୟବେକ୍ଷଣ ସାଧନୀ, ବିଦ୍ୟାଳୟ ପରିଦର୍ଶନ ଓ ଆଲୋଚନା, ଶିକ୍ଷଣ ସୋପାନ ରେଜିଷ୍ଟର, ଜିଲ୍ଲା ଭିତ୍ତିକ ଶୈକ୍ଷିକ ଆଲୋଚନା ଇତ୍ୟାଦି ପ୍ରସଙ୍ଗରେ ସବିଶେଷ ଆଲୋଚନା କରିଥିଲେ। ଶେଷରେ ପ୍ରଧାନ ଶିକ୍ଷକ ହେମନ୍ତ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

ଏଥିରେ ଦୁତିଆ ସେଠ, ମନ୍ମଥ ରାଜହଂସ, ଚନ୍ଦ୍ରଧ୍ବଜ ମେହେର, ପ୍ରଧାନ ଶିକ୍ଷୟିତ୍ରୀ ନିବେଦିତା ଭୋଇ, ଭାନୁମତୀ ଛତ୍ରିଆ ତଥା ସହକାରୀ ଶିକ୍ଷକ ପୂରନ ମେହେର, ପ୍ରଭାତ କିଶୋର ରାଏ, ତହସିଲ ଭୋଇ, ଅନ୍ତର୍ଯ୍ୟାମୀ ସାହୁ ଏବଂ ଶିକ୍ଷୟିତ୍ରୀ ଦୁର୍ଗାମଣି ମହାନନ୍ଦ, ଆକାଂକ୍ଷା ରାଣୀ ଯୋଶୀ, ଲକ୍ଷ୍ମୀ ପ୍ରିୟା କର୍ମକାର, ତପସ୍ଵିନୀ ରଣା ଓ ଏଲ୍ଏଲ୍ଏଫ୍ ଆର୍ପି ବୈଶାଳୀ ପାଣିଗ୍ରାହୀ ପ୍ରମୁଖ ବୈଠକରେ ଅଂଶଗ୍ରହଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande