ନନ୍-କ୍ୟାଡର ପବ୍ଲିକ୍ ପ୍ରୋସିକ୍ୟୁଟରମାନଙ୍କ ପାଇଁ ଇଣ୍ଡକ୍ସନ୍ ଓ ରିଫ୍ରେଶର୍ ଟ୍ରେନିଂ ପ୍ରୋଗ୍ରାମ୍ ଆରମ୍ଭ
ପୁରୀ, ୨୮ ଫେବୃଆରୀ (ହି.ସ.)- ପୁରୀ ଜିଲ୍ଲାରେ ନନ୍-କ୍ୟାଡର ପବ୍ଲିକ୍ ପ୍ରୋସିକ୍ୟୁଟରମାନଙ୍କ ପାଇଁ ଦୁଇ ଦିନିଆ ଇଣ୍ଡକ୍ସନ୍ ଓ ରିଫ୍ରେଶର୍ ଟ୍ରେନିଂ ପ୍ରୋଗ୍ରାମ୍ ଶନିବାର ସଦ୍ଭାବନା ସଭାଗୃହ ଠାରେ ଆରମ୍ଭ ହୋଇଯାଇଛି । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମଟି ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶନାୟ ଏବଂ ଅଫିସ ଅ
ନନ୍-କ୍ୟାଡର ପବ୍ଲିକ୍ ପ୍ରୋସିକ୍ୟୁଟରମାନଙ୍କ ପାଇଁ ଇଣ୍ଡକ୍ସନ୍ ଓ ରିଫ୍ରେଶର୍ ଟ୍ରେନିଂ ପ୍ରୋଗ୍ରାମ୍ ଆରମ୍ଭ


ପୁରୀ, ୨୮ ଫେବୃଆରୀ (ହି.ସ.)- ପୁରୀ ଜିଲ୍ଲାରେ ନନ୍-କ୍ୟାଡର ପବ୍ଲିକ୍ ପ୍ରୋସିକ୍ୟୁଟରମାନଙ୍କ ପାଇଁ ଦୁଇ ଦିନିଆ ଇଣ୍ଡକ୍ସନ୍ ଓ ରିଫ୍ରେଶର୍ ଟ୍ରେନିଂ ପ୍ରୋଗ୍ରାମ୍ ଶନିବାର ସଦ୍ଭାବନା ସଭାଗୃହ ଠାରେ ଆରମ୍ଭ ହୋଇଯାଇଛି । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମଟି ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶନାୟ ଏବଂ ଅଫିସ ଅଫ ଦ ଡିରେକ୍ଟର ଅଫ ପବ୍ଲିକ ପ୍ରୋସ୍ଯୁକସନ ଓଡ଼ିଶାଙ୍କ ସମନ୍ୱୟରେ ଆୟୋଜିତ ହୋଇଛି । ଏହି ଦୁଇ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ୨୮.୦୨.୨୦୨୬ ଓ ୦୧.୦୩.୨୦୨୬ ର ଉଦ୍ଦେଶ୍ୟ ହେଉଛି ନନ୍-କ୍ୟାଡର ପବ୍ଲିକ୍ ପ୍ରୋସିକ୍ୟୁଟରମାନଙ୍କ ବୃତ୍ତିଗତ କୌଶଳକୁ ଆରୋହିତ କରିବା, ନ୍ୟାୟ ପ୍ରକ୍ରିୟାର ଗୁଣତ୍ତ୍ୱ ବୃଦ୍ଧି କରିବା ଓ ଅଭିଯୋଗ ପକ୍ଷର କାର୍ଯ୍ୟକ୍ଷମତାକୁ ସୁଦୃଢ଼ କରିବା । ବିଶେଷ କରି ଅପରାଧିକ ମାମଲାରେ ଦଣ୍ଡାଦେଶ କନଭେନସନ ହାର ବୃଦ୍ଧି ପାଇଁ ଆବଶ୍ୟକ ଆଇନ ଜ୍ଞାନ, ପ୍ରକ୍ରିୟାତ୍ମକ ପାରଦର୍ଶିତା ଓ ମାମଲା ପରିଚାଳନା କୌଶଳରେ ଗୁରୁତ୍ୱ ଦିଆଯାଉଛି । ଆଜିର ଅଧିବେଶନରେ ପୁରୀ ଏସପି ପ୍ରତୀକ ସିଂହ ଏଥିରେ ଅଧ୍ୟକ୍ଷତା କରିଥିଲେ । ତାଙ୍କ ଉଦବୋଧନରେ ସେ କହିଥିଲେ ଯେ, ଅପରାଧିକ ନ୍ୟାୟ ବ୍ୟବସ୍ଥାରେ ପୁଲିସ ଓ ପ୍ରୋସିକ୍ୟୁସନ୍ ମଧ୍ୟରେ ସମନ୍ୱୟ ଅତ୍ୟନ୍ତ ଆବଶ୍ୟକ । ତଦନ୍ତର ଗୁଣତ୍ତ୍ୱ, ସାକ୍ଷ୍ୟ ସଂଗ୍ରହ, ଆଇନଗତ ପରାମର୍ଶ ଓ ଆଦାଲତରେ ପ୍ରଭାବଶାଳୀ ଯୁକ୍ତିପ୍ରତିୟୁକ୍ତି ପ୍ରସ୍ତୁତି ଦ୍ୱାରା ମାମଲାର ସଫଳ ପରିଚାଳନା ସମ୍ଭବ । ସେ ଆହୁରି କହିଥିଲେ ଯେ, ପ୍ରଶିକ୍ଷଣ ମାଧ୍ୟମରେ ନୂତନ ଆଇନ ସଂଶୋଧନ, ନ୍ୟାୟାଳୟର ନିର୍ଦ୍ଦେଶନାମା ଓ ପ୍ରାୟୋଗିକ ଅନୁଭବ ବିନିମୟ ହେବାରେ ସମସ୍ତଙ୍କ ପାଇଁ ଉପକୃତ ହେବ । ପ୍ରଥମ ଦିନର ଅଧିବେଶନରେ ସାରଗର୍ଭିତ ଆଇନ, ପ୍ରକ୍ରିୟାତ୍ମକ ଦିଗ ଓ କାର୍ଯ୍ୟକ୍ଷମ ଟ୍ରାଏଲ୍ ମ୍ୟାନେଜମେଣ୍ଟ ବିଷୟରେ ଆଲୋଚନା କରାଯାଇଥିଲା । ମାମଲା ରଜୁ କରିବାରୁ ଆରମ୍ଭ କରି ଚାର୍ଜଶିଟ୍ ପ୍ରସ୍ତୁତି, ସାକ୍ଷୀ ପରିଚାଳନା, ଆଦାଲତରେ ଦଲିଲ ପ୍ରଦାନ ଓ ବିଚାର ପ୍ରକ୍ରିୟାର ମୂଳ ଦିଗ ସମ୍ବନ୍ଧରେ ଖୁବ ବିସ୍ତୃତ ଭାବେ ଅଲୋଚନା ହୋଇଥିଲା ।

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ବିଭିନ୍ନ ଆଇନ ବିଶେଷଜ୍ଞ, ବରିଷ୍ଠ ଅଭିଯୋଗକାରୀ ଓ ଅନୁଭବୀ ଅଧିକାରୀମାନେ ତାଙ୍କ ଅନୁଭବ ଓ ଜ୍ଞାନ ଅଂଶୀଦାର କରିଥିଲେ । ନୂତନ ଆପରାଧିକ ଆଇନ, ସାକ୍ଷ୍ୟ ଆଇନର ପ୍ରୟୋଗ, ଡିଜିଟାଲ୍ ସାକ୍ଷ୍ୟର ବୈଧତା, ସେନ୍ସିଟିଭ୍ ମାମଲାର ପରିଚାଳନା ଓ ଆଦାଲତୀୟ ପ୍ରକ୍ରିୟାର ଆଧୁନିକ ପଦ୍ଧତି ବିଷୟରେ ଗଭୀର ଆଲୋଚନା ହୋଇଥିଲା । ଏହି ପ୍ରଶିକ୍ଷଣ ମାଧ୍ୟମରେ ପୁଲିସ ଓ ପ୍ରୋସିକ୍ୟୁସନ୍ ମଧ୍ୟରେ ଆପୋଷ ସମନ୍ୱୟ ବୃଦ୍ଧି ପାଇବା ସହିତ ମାମଲା ପରିଚାଳନାରେ ଗୁଣାତ୍ମକ ପରିବର୍ତ୍ତନ ଆସିବ । ଏହା ଅପରାଧ ନିରୋଧ, ନ୍ୟାୟ ପ୍ରଦାନ ପ୍ରକ୍ରିୟାର ତ୍ୱରାନ୍ବିତିକରଣ ଓ ଦଣ୍ଡାଦେଶ ହାର ବୃଦ୍ଧିରେ ମୁଖ୍ୟ ଭୂମିକା ନିଭାଇବ ବୋଲି ଆଶା କରାଯାଉଛି । ପୁରୀ ପୁଲିସ ସଦା ସର୍ବଦା ନ୍ୟାୟ ପ୍ରଦାନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଓ ଲୋକମାନଙ୍କ ଭରସା ଅତୁଟ ରଖିବା ପାଇଁ ପ୍ରତିବଦ୍ଧ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ତାହାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande