
ଭୁବନେଶ୍ୱର, ୦୩ ଫେବୃୟାରୀ (ହି.ସ)- ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗଓ ଓଡିଶା ଡ୍ୟାନ୍ସ ଏକାଡେମୀର ମିଳିତ ଆନୁକୂଲ୍ୟରେ ଆସନ୍ତା ଫେବୃୟାରୀ ୬ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ପାଳିତ ହେବାକୁ ଯାଉଛି ୨୧ ଧଉଳି-କଳିଙ୍ଗ ମହୋତ୍ସବ। ଧଉଳି ପାହାଡର ପାଦ ଦେଶରେ ଦେଶ ବିଦେଶରୁଆସିଥିବା ଖ୍ୟାତି ସମ୍ପନ୍ନ କଳାକାରମାନେ ନୃତ୍ୟ ଓ ସଙ୍ଗୀତ ମାଧ୍ୟମରେ ଶାନ୍ତି ସ୍ତୂପକୁ ସାକ୍ଷୀ କରି ଶାନ୍ତି ଓ ମୈତ୍ରୀର ବାର୍ତା ପ୍ରଦାନ କରିଥାନ୍ତି। ଚଳିତ ବର୍ଷ ବର୍ଷର ନାଟ୍ୟ ଜଗତର ଅନନ୍ତ ମହାପାତ୍ରଙ୍କୁ ବୁଦ୍ଧ ସମ୍ମାନ ପ୍ରଦାନ କରାଯିବ। ଏହା ସହ ଓଡ଼ିଶା ଡ୍ୟାନ୍ସ ଏକାଡ଼େମୀର ସୁବର୍ଣ୍ଣ ଜୟନ୍ତୀ ବର୍ଷ ଅବସରରେ,ପୂର୍ବତନ ଭାରତୀୟ କୂଟନୀତିଜ୍ଞ ଶ୍ରୀ ଲଳିତ ମାନସିଂହଙ୍କୁ ଏକ ବିଶେଷ ସମ୍ମାନ “ସ୍ୱର୍ଣ୍ଣ ସ୍ମାରକୀ ସମ୍ମାନ ପ୍ରଦାନ କରାଯିବ, ଯିଏକି ଓଡିଆ କଳା-ସଂସ୍କୃତି ପ୍ରଚାର ଓ ପ୍ରସାର ଦିଗରେ ଅନନ୍ୟ ଭୂମିକା ନେଇଛନ୍ତି । ସେହିଭଳି ଓଡିଶା ଡ୍ୟାନ୍ସ ଏକାଡ଼େମୀର ପ୍ରତିଷ୍ଠାତା ଗୁରୁ ଗଙ୍ଗାଧର ପ୍ରଧାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଚାରି ଜଣଙ୍କୁ ସମ୍ମାନିତ କରାଯିବ। ଏହି ପୁରସ୍କାର ସ୍ୱରୂପ ୧ ଲକ୍ଷ ଟଙ୍କା ମାନପତ୍ର ଓ ଅଙ୍ଗବସ୍ତ୍ର ପ୍ରଦାନ ନାଟ୍ୟକଳାର ଖ୍ୟାତିସମ୍ପନ କରାଯାଇଥାଏ । ପଦ୍ମଶ୍ରୀ ଅରୁଣା ମହାନ୍ତି ଏହି ସୂଚନା ଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା