
ଭୁବନେଶ୍ୱର, ୧ ମାର୍ଚ୍ଚ (ହି.ସ.)- ଆଗାମୀ ୭ ଦିନ ଅର୍ଥାତ୍ ଆସନ୍ତା ମାର୍ଚ୍ଚ ୮ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର ଜିଲ୍ଲା ଗୁଡିକରେ ପାଗ ମୁଖ୍ୟତଃ ଶୁଖିଲା ରହିବାର ସମ୍ଭାବନା ରହିଛି ।
ସେହିପରି ଆଗାମୀ ୭ ଦିନ ପାଇଁ ବର୍ଷା ନେଇ କୌଣସି ଚେତାବନୀ ନାହିଁ । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ରବିବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ