
ଜୟପୁର, 11 ମାର୍ଚ୍ଚ (ହି.ସ.) - ଦୀର୍ଘ ୧୭ ବର୍ଷଧରି ପେନସନ ମିଳିନଥିବା କାରଣରୁ ଅସ୍ତବ୍ୟସ୍ଥ ହୋଇ ଆଗାମୀ ଦିନରେ ପେନସନ ଟଙ୍କା ନମିଳିଲେ ଅନସନରେ ବସିବେ ବୋଲି ପୌରବାଳିକା ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ହରିହର କରସୁଧା ପଟ୍ଟନାୟକ ପ୍ରକାଶ କରିଛନ୍ତି। ଶ୍ରୀ ପଟ୍ଟନାୟକ ଚନ୍ଦନବାଡ ପୌର ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ଥିବାବେଳେ ୧୯୯୪ ମସିହା ସପ୍ତମଶ୍ରେଣୀ ବୋର୍ଡ ପରୀକ୍ଷାରେ ଅନୁତିର୍ଣ୍ଣ କିଛି ଛାତ୍ରଙ୍କୁ ଉତ୍ତୀର୍ଣ୍ଣ ଦର୍ଶାଇବା ନିମନ୍ତେ ରିଜଲ୍ଟ ସିଟରେ ସ˚ଶୋଧନ କରିଥିବା ଅଭିଯୋଗରେ ଭିଜିଲାନ୍ସ କେସ ହୋଇଥିଲା। ଯାହା ଫଳରେ ମୋତେ ଦୋଷି ସାବ୍ୟସ୍ଥ କରି ମିଳୁଥିବା ପେନସନ ଟଙ୍କା ବନ୍ଦ କରିଦେଲେ। ୨୦୨୫ ଏପ୍ରିଲ ୧୦ ତାରିଖରେ ହାଇକୋର୍ଟ ଦୋଷମୁକ୍ତ କରିବା ପରେ କମିଶନର କମ ସେକ୍ରେଟାରି ଗଣଶିକ୍ଷା ବିଭାଗକୁ ଶ୍ରୀ ପଟ୍ଟନାୟକ ପତ୍ର ପ୍ରଦାନ କରିଥିଲେ। କିନ୍ତୁ ଦଣ୍ତମୁକ୍ତ ହୋଇ ୧୧ ମାସ ବିତିଯାଇଥିଲେ ମଧ୍ୟ ଆଜିସୁଦ୍ଧା ପେନସନ ମିଳିନାହିଁ। ଯାହା ଫଳରେ ତାଙ୍କ ଚଳନିରେ ଅସୁବିଧା ହେଉଛି। ଗଣଶିକ୍ଷା ବିଭାଗ ପକ୍ଷରୁ ତୁରନ୍ତ ପେନସନ ଟଙ୍କା ଦିଆନଗଲେ ଆଗାମୀ ଦିନରେ ଅନଶନରେ ବସିବେ ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି