ଜଗନ୍ନାଥଙ୍କୁ ସମର୍ପିତ ହେଲା ଆମ ପାଞ୍ଜି
ଜୟପୁର, ୧୧ ମାର୍ଚ୍ଚ (ହି.ସ.) - ଆମ ଓଡିଶା ପକ୍ଷରୁ ପ୍ରକାଶିତ ଆମ ପାଞ୍ଜି ଆଜି ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ସମର୍ପିତ ହୋଇଛି। କାର୍ଯ୍ୟକ୍ରମରେ ମନ୍ଦିର ପୂଜକ ଡମ୍ବୁରୁଧର ପଣ୍ଡା ଓ ସେବାୟତ ଜଗନ୍ନାଥ ତ୍ରିପାଠୀ(ମାଲୁ) ଉପସ୍ଥିତ ଥିଲେ। ୧୫ ବର୍ଷ ଧରି ସମ୍ବାଦ ଆମ ଓଡିଶା ପକ୍ଷରୁ ଏହି ପାଞ୍ଜିି ପ୍ରସ
ଜଗନ୍ନାଥଙ୍କୁ ସମର୍ପିତ ହେଲା ଆମ ପାଞ୍ଜି


ଜୟପୁର, ୧୧ ମାର୍ଚ୍ଚ (ହି.ସ.) - ଆମ ଓଡିଶା ପକ୍ଷରୁ ପ୍ରକାଶିତ ଆମ ପାଞ୍ଜି ଆଜି ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ସମର୍ପିତ ହୋଇଛି। କାର୍ଯ୍ୟକ୍ରମରେ ମନ୍ଦିର ପୂଜକ ଡମ୍ବୁରୁଧର ପଣ୍ଡା ଓ ସେବାୟତ ଜଗନ୍ନାଥ ତ୍ରିପାଠୀ(ମାଲୁ) ଉପସ୍ଥିତ ଥିଲେ। ୧୫ ବର୍ଷ ଧରି ସମ୍ବାଦ ଆମ ଓଡିଶା ପକ୍ଷରୁ ଏହି ପାଞ୍ଜିି ପ୍ରସ୍ତୁତ ହୋଇଆସୁଛି। ଏହା ଓଡିଶାର ଘରେ ଘରେ ବହୁ ଆଦର ଲାଭ କରିଛି। ୨୦୨୬-୨୭ ବର୍ଷ ପାଇଁ ପ୍ରକାଶ ପାଇଥିବା ଏହି ପାଞ୍ଜି ମଧ୍ୟ ଅନୁରୁପ ଭାବେ ଲୋକାଦୃତ ହେବ ବୋଲି ଆଶା କରାଯାଉଛି। ସରଳ ଭାଷାରେ ପ୍ରସ୍ତୁତ ହୋଇଥିବାରୁ ଏହି ପାଞ୍ଜି ସ୍ୱତନ୍ତ୍ର। ତିଥି, ବାର, ନକ୍ଷତ୍ର , ଶ୍ରାଦ୍ଧ, ପୁଷ୍କର ଦୋଷ, ଜୋଗିନୀ ସ୍ଥିତି, ଦୁରଯାତ୍ରାରେ ଶୁଭ ଅଶୁଭ, ବିବାହ ବ୍ରତ ଆଦି ସପ୍ସପର୍କରେ ଏଥିରେ ସମସ୍ତ ତଥ୍ୟ ସରଳ ଭାଷାରେ ଦିଆଯାଇଛି। ଏହାର ଅନ୍ୟତମ ଆକର୍ଷଣ ହେଉଛି ମାସ ଅନୁସାରେ ସମସ୍ତ ବାର ରାଶିର ଫଳାଫଳ ପୂର୍ବବର୍ଷ ଗୁଡିକ ପରି ଏହାର ମୂଲ୍ୟ ସୁଲଭ ଥିବାରୁ ଏହାକୁ ସମସ୍ତେ କିଣି ବ୍ୟବହାର କରିପାରିବେ। ଆଜିର ଏହି ପାଞ୍ଜି ପୂଜା ସମୟରେ ନଗର ପ୍ରତିନିଧି ତରୁଣ କୁମାର ମହାପାତ୍ର ଓ ସମ୍ବାଦ କାର୍ଯ୍ୟାଳୟ କର୍ମଚାରୀ ଘନଶ୍ୟାମ ଦଳେଇ,ଏସ. ଅରୁଣ କୁମାର, ସରୋଜ କୁମାର ନାୟକଙ୍କ ସମେତ ସମ୍ବାଦ କର୍ମଚାରୀ ଉପସ୍ଥିତ ଥିଲେ। ଜଗନ୍ନାଥଙ୍କ ନିକଟରେ ପୂଜା ଲଗାଯିବା ପରେ ମା ଭଗବତୀ, ବଲ୍ଲଭ ନାରାୟଣ, ମା ଜଗତଜନନୀ, ମାହାବିର ହନୁମାନ ଓ ଦକ୍ଷୀଣ କାଳୀଙ୍କ ନିକଟରେ ପୂଜାର୍ଚ୍ଚନା କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande