ଜିଲ୍ଲା ପୋଲିସ ଅଧିକାରୀଙ୍କ ଦକ୍ଷତା ବୃଦ୍ଧି କର୍ମଶାଳା
ଜିଲ୍ଲା ପୋଲିସ ଅଧିକାରୀଙ୍କ ଦକ୍ଷତା ବୃଦ୍ଧି କର୍ମଶାଳା
ଜିଲ୍ଲା ପୋଲିସ ଅଧିକାରୀଙ୍କ ଦକ୍ଷତା ବୃଦ୍ଧି  କର୍ମଶାଳା


ସମ୍ବଲପୁର, ୧୧, ମାର୍ଚ୍ଚ (ହି.ସ.) ସମ୍ବଲପୁର ଜିଲ୍ଲା ପୋଲିସ ପକ୍ଷରୁ ସ୍ଥାନୀୟ ମହାନଗର ନିଗମ ସମ୍ମିଳନୀ କକ୍ଷ ଠାରେ ସାଇବର ଅପରାଧ ତଦନ୍ତ ଉପରେ ଦ୍ବିଦିବସିୟ ପାଠ୍ୟକ୍ରମ ଆୟୋଜିତ ହୋଇଛି। ଉତ୍ତରାଞ୍ଚଳ ପୋଲିସ ଆଇଜି ହିମାଂଶୁ ଲାଲ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମୁକେଶ କୁମାର ଭାମୁଙ୍କ ତତ୍ବାବଧାନରେ ଏହି କାର୍ଯ୍ୟକ୍ରମରେ ସାଇବର ବିଶେଷଜ୍ଞ ମୁକେଶ ଚୌଧୁରୀ ଏବଂ ରୀମା ସାଇନି ପ୍ରଶିକ୍ଷଣ ଦେଇଥିଲେ। ସମ୍ପ୍ରତି ସାଇବର ଅପରାଧ ର ଗତି, ତଦନ୍ତ କୌଶଳ, ଡିଜିଟାଲ ପ୍ରମାଣ ସଂଗ୍ରହ ପ୍ରଭୂତି ପ୍ରସଙ୍ଗ ବିଶେଷଜ୍ଞ ମାନେ ଆଲୋକପାତ କରିଥିଲେ। ଏହି ଧରଣର ଅପରାଧ ର ସଠିକ ଆନୁସଂଧାନ ଓ ଆହ୍ୱାନ ର ପରିଚାଳନା ପାଇଁ ପୋଲିସ ଅଧିକାରୀଙ୍କ ମଧ୍ୟରେ ଦକ୍ଷତା ବୃଦ୍ଧି ଆଭିମୁଖ୍ୟ ନେଇ ଏହି କର୍ମଶାଳା ଆୟୋଜନ କରାଯାଇଛି। ଏଥିରେ ବହୁ ପୋଲିସ ଅଧିକାରୀ ସାମିଲ ହୋଉଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande