ଅରଡ଼ି ମନ୍ତ୍ରୀଙ୍କ ଅଞ୍ଚଳରେ ରାସ୍ତା ଖରାପ, ପାଥମୁଣ୍ଡାରୁ ସାପଲତକୁ ଭଲ ରାସ୍ତା କେବେ ?
ଅରଡ଼ି ମନ୍ତ୍ରୀଙ୍କ ଅଞ୍ଚଳରେ ରାସ୍ତା ଖରାପ, ପାଥମୁଣ୍ଡାରୁ ସାପଲତକୁ ଭଲ ରାସ୍ତା କେବେ ?
ଅରଡ଼ି ମନ୍ତ୍ରୀଙ୍କ ଅଞ୍ଚଳରେ ରାସ୍ତା ଖରାପ, ପାଥମୁଣ୍ଡାରୁ ସାପଲତକୁ ଭଲ ରାସ୍ତା କେବେ ?


ସମ୍ବଲପୁର, ୧୧, ମାର୍ଚ୍ଚ (ହି.ସ.) ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଜମନକିରା ବ୍ଲକ ମୁଣ୍ଢେନପାଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ପାଥ ମୁଣ୍ଡା ରୁ ସାପଲତ କୁ ସଂଯୋଗ କରୁଥିବା ଅରଡ଼ି ରାସ୍ତା ଦୀର୍ଘ ତିନି ବର୍ଷ ରୁ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଥିବା ଯୋଗୁଁ ରାସ୍ତା ରୁ ମେଟାଲ ବାହାରି ରାସ୍ତାର ଅବସ୍ଥା ଅତି ସଙ୍କଟା ପର୍ଣ୍ଣ ହୋଇଯାଇଛି। ଗ୍ରାମବାସୀଙ୍କ କହିବା ଅନୁଯାଇ ରାସ୍ତା କାର୍ଯ୍ୟ ଗତ ୨୦୨୨ ମସିହାରୁ ଆରମ୍ବ ହୋଇଥିବା ବେଳେ କାର୍ଯ୍ୟ ଆରମ୍ଭ ହେବାର କିଛି ଦିନ ପରେ ରାସ୍ତା ମରାମତି କାର୍ଯ୍ୟ ବନ୍ଦ ହୋଇଯାଇଥିଲା ଏବଂ ଆଜି ପର୍ଯ୍ୟନ୍ତ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଆଉ ଆରମ୍ଭ ହୋଇନାହିଁ ଯାହା ଫଳରେ ବର୍ତମାନ ରାସ୍ତାର ଅବସ୍ଥା ଦୈନନ୍ଦିନ ଖରାପରୁ ଅତି ଖରାପ ହେବାକୁ ବସିଲାଣି। ଏହି ରାସ୍ତା ଦେଇ ଦୈନନ୍ଦିନ ମୁଣ୍ଢେନପାଲି, ଖର୍ସନମାଲ, ପାଥମୁଣ୍ଡା, କୁମକାପାଲି, ଭେଜିକୁ୍ଦ, କାଣିବନ୍ଧଲି, ସାପଲତ ଆଦି ଗ୍ରାମର ଜନ ସାଧାରଣ ଜମନକିରା, ପଡ଼ିଆବାହାଲ, କିମ୍ବା ସମ୍ବଲପୁର କୁ ଯିବା ଆସିବା କରିଥାନ୍ତି ଏପରିକି ଏହି ରାସ୍ତା ଦେଇ ମୁଣ୍ଢେନପାଲି ଏବଂ ସାପଲତ ଗ୍ରାମବାସୀ ପ୍ରତିଦିନ ସ୍କୁଲ, ପଞ୍ଚାୟତ କାର୍ଯ୍ୟାଳୟକୁ ଯିବା ଆସିବା କରିଥାନ୍ତି। ଏହି ରାସ୍ତା ପ୍ରାୟ ୪ କିଲୋମିଟର ଖରାପ ଥିବା ବେଳେ ଦୈନନ୍ଦିନ ଏହି ରାସ୍ତାରେ ଛୋଟ ବଡ଼ ଦୁର୍ଘଟଣା ଘଟୁଛି।

ମନୋରଞ୍ଜନ ଭୋଇ ଙ୍କ କହିବା ଅନୁଯାଇ ଚାରି ପାଞ୍ଚ ବର୍ଷ ରୁ ଏହି ରାସ୍ତା ମରାମତି ହୋଇ ନାହିଁ ରାସ୍ତା ଏଭଳି ଅଛି। ପୂର୍ବରୁ ରାସ୍ତା ଭଲ ଥିଲା। ଟେଣ୍ଡର ହୋଇଥିଲା କିନ୍ତୁ ଟେଣ୍ଡର ହେବା ପରେ ରାସ୍ତାରେ ଥିବା ପିଚୁ ଉପୁଡ଼ାଇ ଦିଆଗଲା ଏବଂ କାର୍ଯ୍ୟ କରାଗଲା ନାହିଁ ଯାହା ଫଳରେ ଏହି ରାସ୍ତାରେ ବାରମ୍ବାର ଛୋଟ ବଡ ଦୁର୍ଘଟଣା ଘଟୁଛି ବାରମ୍ବାର ନେତା ମନ୍ତ୍ରୀ ଙ୍କୁ ଅଭିଯୋଗ କରାଯାଉଛି ରାସ୍ତା ନିର୍ମାଣ ପାଇଁ ଦାବି କରାଯାଉଛି ସ୍ଥାନୀୟ ବିଧାୟକ ତଥା ପଞ୍ଚାୟତି ରାଜ, ପାନୀୟ ଜଳ ଯୋଗାଣ ଓ ଗ୍ରାମ୍ୟ ଉନ୍ନୟନ ବିଭାଗୀୟ ମନ୍ତ୍ରୀ ରବି ନାରାୟଣ ନାଏକ ଙ୍କୁ ମଧ୍ୟ ଅଭିଯୋଗ କରାଯାଇଛି ହେଲେ କେହି କିଛି ଶୁଣୁ ନାହାନ୍ତି ଯାହା ଫଳରେ ସାଧାରଣ ଲୋକେ ବହୁତ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ଏହି ରାସ୍ତାରେ ସବୁବେଳେ ଅଞ୍ଚଳର ଜନ ସାଧାରଣ ଯାତା ୟାତ କରୁଛନ୍ତି ରାସ୍ତାଟି ଯଥାଶୀଘ୍ର ମରାମତି କରାଗଲେ ଭଲ ହୁଅନ୍ତା ବୋଲି କହିଛନ୍ତି।

ସେହିପରି ଜମନକିରା ବ୍ଲକ କଂଗ୍ରେସ ସଭାପତି ତଥା ମୁଣ୍ଢେନପାଲି ଗ୍ରାମ ବାସି ମନୋଜ ନାଏକଙ୍କ କହିବା ଅନୁଯାଇ ଦେଶ ସ୍ୱାଧୀନତା ପରେ କୁଚିଣ୍ଡା ନିର୍ବାଚନ ମଣ୍ଡଳୀର ବିଧାୟକ ଓଡିଶା ସରକାରଙ୍କ ଏକ ଗୁରୁତ୍ୱପୂର୍ଣ ବିଭାଗର ମନ୍ତ୍ରୀ ପାଇ ଆମେ ବହୁତ ଖୁସି ଥିଲୁ, କିନ୍ତୁ ତାଙ୍କ ବିଭାଗର ରାସ୍ତା ପାଇଁ ତାଙ୍କ ନିର୍ବାଚନ ମଣ୍ଡଳବାସି ବାରମ୍ବାର ଅଭିଯୋଗ କଲେ ମଧ୍ୟ ମୁଣ୍ଢେନପାଲି ରୁ ସାପଲତ ରାସ୍ତା ଯାହାକି ଗୌଡ଼ପାଲି ରୁ କୁଲୁଣ୍ଡି ମୁଣ୍ଢେନପାଲି, ଖର୍ସନମାଲ ମୁଖ୍ୟ ରାସ୍ତା ଅବସ୍ଥା ଅତି ଶୌଚନୀୟ ଅବସ୍ଥାରେ ଅଛି। କିଛି ବର୍ଷ ପୂର୍ବରୁ ସମ୍ବଲପୁର ର ଜଣେ ଠିକାଦାର ଏହି ରାସ୍ତା ନିର୍ମାଣ ପାଇଁ ଟେଣ୍ଡର ପାଇଥିଲେ କିନ୍ତୁ ରାସ୍ତା କାମ ଆରମ୍ଭ ର କିଛିଦିନ ପରେ ତାଙ୍କ ନିଧନ ହୋଇଯାଇଥିଲା ଯାହା ଫଳରେ ରାସ୍ତା କାର୍ଯ୍ୟ ସମ୍ପୂର୍ଣ ହୋଇପାରିନଥିଲା କିନ୍ତୁ ପରବର୍ତୀ ସମୟରେ ସରକାର ପରିବର୍ତନ ହୋଇ ସ୍ଥାନୀୟ ବିଧାୟକ ଶ୍ରୀ ରବିନାରାୟଣ ନାଏକ ମହୋଦୟ ଅରଡ଼ି ବିଭାଗର ମନ୍ତ୍ରୀ ଥିବାରୁ ତାଙ୍କୁ ଦୁଇବର୍ଷ ରୁ ବାରମ୍ବାର କୁହାଯାଉଥିଲେ ମଧ୍ୟ କୌଣସି ପରିଣାମ ମିଳୁନାହିଁ। ଯଦି ଦୁଇ ମାସ ମଧ୍ୟରେ ରାସ୍ତା ମରାମତି କରାନଗଲେ ଆମେ କଂଗ୍ରେସ ପକ୍ଷରୁ ଆନ୍ଦୋଳନ କରିବୁ ବୋଲି କହିଛନ୍ତି। ଏ ସମ୍ପର୍କରେ ଅରଡ଼ି ବିଭାଗୀୟ ଅଧିକାରୀ ରାଜକୁମାର ମେହେର ଙ୍କୁ ପଚାରିବାରୁ ଉକ୍ତ ରାସ୍ତାକୁ ଆମେ ପୂର୍ତ୍ତ ବିଭାଗ କୁ ହସ୍ତାନ୍ତର ପାଇଁ ନୋଟିଫିକେସନ ବାହାର କରିଛୁ ଏବଂ ସେମାନେ ଉକ୍ତ ରାସ୍ତା ନିର୍ମାଣ କରିବେ ବୋଲି ପ୍ରତିକ୍ରିୟା ରେ କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande