ଚୋରି ମାମଲା ତିନି ଅଭିଯୁକ୍ତକୁ ଗିରଫ କଲା ବୋରିଗୁମ୍ମା ପୋଲିସ
ଜୟପୁର, ୧୩ ମାର୍ଚ୍ଚ (ହି.ସ.) - ଗତ ଡିସେମ୍ବର ମାସ ୨୦ତାରିଖ ଦିନ ରାତି ବୋରିଗୁମ୍ମା ଥାନା ଅଂଚଳ ରେ ଏକ ଘରୁ ଚୋରି ହୋଇଥିଲା। ଚୋର ଙ୍କୁ ଧରିବା ଏବଂ ଚୋରୀ ଅଳଙ୍କାର ଫେରି ପାଇବା ପାଇଁ ଘର ମାଲିକ ପ୍ରଥମେ ଏସପି ଏବଂ ଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ କରିଥିଲେ। ପାଖା ପକ୍ଷୀ ତିନିମାସ ର ସଂଘର୍ଷ ପରେ
ଚୋରି ମାମଲା ତିନି ଅଭିଯୁକ୍ତକୁ ଗିରଫ କଲା ବୋରିଗୁମ୍ମା ପୋଲିସ


ଜୟପୁର, ୧୩ ମାର୍ଚ୍ଚ (ହି.ସ.) - ଗତ ଡିସେମ୍ବର ମାସ ୨୦ତାରିଖ ଦିନ ରାତି ବୋରିଗୁମ୍ମା ଥାନା ଅଂଚଳ ରେ ଏକ ଘରୁ ଚୋରି ହୋଇଥିଲା। ଚୋର ଙ୍କୁ ଧରିବା ଏବଂ ଚୋରୀ ଅଳଙ୍କାର ଫେରି ପାଇବା ପାଇଁ ଘର ମାଲିକ ପ୍ରଥମେ ଏସପି ଏବଂ ଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ କରିଥିଲେ। ପାଖା ପକ୍ଷୀ ତିନିମାସ ର ସଂଘର୍ଷ ପରେ ଏହି ଚୋରି ମାମଲା ରେ ପୋଲିସ ତିନି ଜଣ ଅଭିଯୁକ୍ତ ଙ୍କୁ ଗିରଫ କରିଛି। ଏମାନଙ୍କ ଠାରୁ ୨ଲକ୍ଷ ୫୦ ହଜାର ଟଙ୍କା ଉଦ୍ଧାର ହୋଇଥିବା ଏସ ଆଇ ଦ୍ରୋଣା ଚାର୍ଯ୍ୟ ବାଘ ସୂଚନା ଦେଇଛନ୍ତି। ଗିରଫ ତିନି ଜଣ ହେଲେ ଅଜୟ ନାୟକ, ଚନ୍ଦନ ବଢ଼େଇ ଏବଂ ଏମ ସିବା ।ଏମାନେ ସବୁ ଜୟପୁର ଅଂଚଳ ବୋଲି ଜଣାପଡିଛି। ଏମାନଙ୍କ ଠାରୁ ଏକ ଲୁହା ରଡ଼ ଏବଂ ଏକ ପଲସର ଗାଡି କୁ ପୋଲିସ ଜବତ କରିଛି। ବୋରିଗୁମ୍ମା ସହର ର ନବରଙ୍ଗପୁର ରୋଡ କୁ ଲାଗି ରହିଥିବା ରାଜେଶ୍ୱରୀ ପାଢ଼ୀଙ୍କ ଘରେ ତାଲା ଭାଙ୍ଗି ଦୁର୍ବିତ ମାନେ ପଶିଥିଲେ ଆଉ ଘରେ କଳା କନା ବୁଲେଇଥିଲେ। ଘରେ ଥିବା ସୁନା ଅଳଙ୍କାର ସହ ନଗଦ ୨ଲକ୍ଷ ଟଙ୍କା ଚୋରି ହୋଇଥିଲା ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande