
ଜୟପୁର,୧୩ ମାର୍ଚ୍ଚ(ହି.ସ.) – ଜୟପୁର ସହରର ପ୍ରମୁଖ ସ୍ଥାନ ରାଜୁ ସାହି ଅଂଚଳରେ ଦିନ ଦ୍ୱିପହରରେ ଏକ ମୋଟର ସାଇକଲରେ ଆସି ଅନ୍ୟ ଏକ ବାଇକରେ ଯାଉଥିବା ଲୋକଙ୍କୁ ଛୁରି ଦେଖାଇ ଲୁଟ କରିଥିବା ଭିଡିଓ ବର୍ତମାନ ଜୟପୁର ସହରରେ ବେସ ଭାଇରାଲ ହେବାରେ ଲାଗିଛି। ଲୁଟ ହୋଇଥିବା ନେଇ ଟାଉନଥାନାରେ ଅଭିଯୋଗ ହୋଇନଥିଲେ ହେଁ ସିସିଟିଭି କ୍ୟାମେରାରେ ତାହା କଏଦ ହୋଇଛି। ପୁଲିସଙ୍କ କହିବାନୁଯାୟୀ ଗତ ଦୁଇଦିନ ହେଲା ଏହି ଭିଡିଓଟି ସେଠାକାର ଲୋକେ ଥାନାରେ ଦେଇଥିଲେ। ଏନେଇ ପୁଲିସ ଛାନଭିନ ଆରମ୍ଭ କରିଛି। କିନ୍ତୁ ସୋସିଆଲ ମିଡିଆରେ ଭିଡିଓଟି ଭାଇରାଲ ହେବା ପରେ ଚୋର ମାନେ ସତର୍କ ହୋଇଯାଇଛନ୍ତି ଏବପ୍ସ ସେମାନଙ୍କ ଗତିବିଧି ବଦଳାଇଦେଇଛନ୍ତି। ତେଣୁ ଏହିପରି ଭିଡିଓ ଭାଇରାଲ କରାନଯାଉ ବୋଲି ଟାଉନଥାନା ଅଧିକାରୀ ଉଲ୍ଲାସ ରାଉତ ସୂଚନାଦେଇଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ପିକେପି