
ବଲାଙ୍ଗୀର,୧୩ ମାର୍ଚ୍ଚ(ହି.ସ.) – ଜମିବାଡ଼ି ବିବାଦକୁ ନେଇ ହତ୍ୟାକାଣ୍ଡ ମାମଲାର ରାୟ ଆଜି ପ୍ରକାଶ ପାଇଛି। ଅତିରିକ୍ତ ଜିଲା ଦୌରାଜଜ୍(ଦ୍ୱିତୀୟ) ଏହି ମାମଲାର ବିଚାର କରି ଦୁଇ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି।
ବଲାଙ୍ଗୀର ଜିଲା ଲୋଇସିଂହା ଥାନା ରାମସିଂହା ଗାଁରେ ୨୦୧୮ ମସିହାରେ ଏହି ହତ୍ୟା ଘଟଣା ଘଟିଥିଲା। ଅଭିଯୁକ୍ତ ଅରକ୍ଷିତ ତ୍ରିପାଠୀ ଓ ସୁଜିତ ତ୍ରିପାଠୀ ଟାଙ୍ଗିଆରେ ଆକ୍ରମଣ କରି ୪ ଜଣଙ୍କୁ ଲହୁଲୁହାଣ କରି ଦେଇଥିଲେ। ଗୁରୁତର ଆହତ ନିଳାଦ୍ରୀ ତ୍ରିପାଠୀଙ୍କ ମୃତ୍ୟୁ ହୋଇଯାଇଥିଲା। ଏହି ମାମଲାର ଶୁଣାଣି ପରେ ଆଜି ରାୟ ପ୍ରକାଶ ପାଇଛି। ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ସୁରଜିତ ସିଂ ନାୟକ ମାମଲା ପରିଚାଳନା କରିଥିଲେ। ମହିଳାଙ୍କୁ ହତ୍ୟା ମାମଲାରେ ୨ ଦୋଷୀଙ୍କୁ ଆଜୀବନ ଜେଲ୍ ଦଣ୍ଡରେ ଦଣ୍ଡିତ କରାଯାଇଛି।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ