କନ୍ଧମାଳ ଜିଲ୍ଲା ରାଇକିଆ ଓ ସାରଙ୍ଗଡ଼ ଅଞ୍ଚଳରେ ହାତୀ ଆକ୍ରମଣରେ ୩ ମୃତ : ସକାଳ ୫ଟା ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜଙ୍ଗଲ ନ ଯିବାକୁ କହିଲେ ଡିଏଫଓ : ମୃତକଙ୍କ ପରିବାରକୁ ୧୦ ଲକ୍ଷ ଲେଖାଏଁ କ୍ଷତିପୂରଣ
କନ୍ଧମାଳ, ୧୪ ମାର୍ଚ୍ଚ (ହି.ସ.)- କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଓ ରାଇକିଆ ବ୍ଲକରେ ହାତୀ ଉପଦ୍ରବକୁ ନେଇ ଆତଙ୍କିତ ଅଞ୍ଚଳବାସୀ । ଗତ ଶୁକ୍ରବାର ସନ୍ଧ୍ୟାରୁ ଆଜି ସକାଳ ଅର୍ଥାତ୍ ୧୨ ଘଣ୍ଟା ମଧ୍ୟରେ ତିନି ଜଣଙ୍କ ଜୀବନ ନେଇଛି ଦନ୍ତା ହାତୀ । ଗତକାଲି ସନ୍ଧ୍ୟାରେ ରାଇକିଆ ବ୍ଲକ ର ପେଟାପାଙ୍ଗା ଗ୍ରାମ
କନ୍ଧମାଳ ଜିଲ୍ଲା ରାଇକିଆ ଓ ସାରଙ୍ଗଡ଼ ଅଞ୍ଚଳରେ ହାତୀ ଆକ୍ରମଣରେ ୩ ମୃତ : ସକାଳ ୫ଟା ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜଙ୍ଗଲ ନ ଯିବାକୁ କହିଲେ ଡିଏଫଓ : ମୃତକଙ୍କ ପରିବାରକୁ ୧୦ ଲକ୍ଷ ଲେଖାଏଁ କ୍ଷତିପୂରଣ


କନ୍ଧମାଳ, ୧୪ ମାର୍ଚ୍ଚ (ହି.ସ.)- କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଓ ରାଇକିଆ ବ୍ଲକରେ ହାତୀ ଉପଦ୍ରବକୁ ନେଇ ଆତଙ୍କିତ ଅଞ୍ଚଳବାସୀ । ଗତ ଶୁକ୍ରବାର ସନ୍ଧ୍ୟାରୁ ଆଜି ସକାଳ ଅର୍ଥାତ୍ ୧୨ ଘଣ୍ଟା ମଧ୍ୟରେ ତିନି ଜଣଙ୍କ ଜୀବନ ନେଇଛି ଦନ୍ତା ହାତୀ । ଗତକାଲି ସନ୍ଧ୍ୟାରେ ରାଇକିଆ ବ୍ଲକ ର ପେଟାପାଙ୍ଗା ଗ୍ରାମ ଡଡ଼ା ପାହାଡ଼ର ଗୁମିକିଆ ଜଙ୍ଗଲରେ ହାତୀ ଆକ୍ରମଣରେ ଦୁଇ ଜଣ ଗ୍ରାମବାସୀ ପ୍ରାଣ ହରାଇଥିଲେ। ଗ୍ରାମବାସୀ କୀର୍ତ୍ତନ ବଗର୍ତ୍ତୀ (୬୧), ବାମଦେବ ପ୍ରଧାନ(୬୩) ଏବଂ ଧନେଶ୍ବର ପ୍ରଧାନ ଜଙ୍ଗଲକୁ ଯାଇଥିଲେ। ହେଲେ ସେମାନେ ନିଜ କାମ ସାରି ଫେରୁଥିବା ବେଳେ ହଠାତ ଦନ୍ତା ହାତୀ ସହ ମୁହାଁମୁହିଁ ହେବାରୁ ହାତୀ ଆକ୍ରମଣର ଶିକାର ହୋଇଥିଲେ । ଜୀବନ ବିକଳରେ ଧନେଶ୍ବର ଦୌଡିି ପଳାଇବାରେ ସକ୍ଷମ ହୋଇ ଜୀବନ ରକ୍ଷା କରିଥିଲେ। ହେଲେେ ଅନ୍ଯ ଦୁଇ ଜଣ ହାତୀ ହାବୁଡ଼ରୁ ଖସି ପାରିଲେନି। ଫଳରେ ହାତୀ ଦଳା ଚକଟାରେ ଉଭୟଙ୍କ ମୃତ୍ୟୁ ହୋଇଥିଲା । ଆଜି ସକାଳୁ ହାତୀ ହାବୁଡରେ ପଡ଼ି ପୁଣି ଜଣଙ୍କର ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି |

ପାବୁରିଆ ସରପଞ୍ଚ ସଞ୍ଜୟ ନାୟକଙ୍କ ସୂଚନା ଅନୁସାରେ ରାତି ୩ଟା ୩୦ ମିନିଟରେ ହାତୀକୁ ମାଲେରିମାହା ଠାରେ ଦେଖିଥିଲେ। ପ୍ରାୟ ଭୋର ୪ଟା ବେଳେ ସିଂଦିରିଗୁଡା଼ ଗ୍ରାମ ନିକଟ ଦାନୀପାଙ୍ଗା ଜଙ୍ଗଲରେ ହାତୀ ଜଣକୁ ମାରିଥିବା ସୂଚନା ପାଇଥିଲେ। ମୃତକ ହେଲେ ପାବୁରିଆ ପଞ୍ଚାୟତ ନେଡିନାଯୁ ଗ୍ରାମର ଦୁରିତ ପ୍ରଧାନ(୨୬) ବାପା କଳାନିଧି ପ୍ରଧାନ ବୋଲି ଜଣାପଡିଛି | ଆଜି ସକାଳେ ଘଟଣାସ୍ଥଳରେ ଶବ ପଡ଼ିଥିବା ଦେଖିବାକୁ ମିଳିଥିଲା। ଗତକାଲି ଠାରୁ ଅଞ୍ଚଳରେ ହାତୀ ମଣିଷକୁ ଆକ୍ରମଣ କରୁଥିଲେ ମଧ୍ୟ ବନ ବିଭାଗ ତରଫରୁ କୌଣସି ପ୍ରକାର ଡାକବାଜି ମାଧ୍ୟମରେ ସଚେତନତା କରାଯାଇନାହିଁ ଯାହାକୁ ନେଇ ଉଦବେଗ ପ୍ରକାଶ କରିଥିଲେ | ଜଙ୍ଗଲରେ ହାତୀ ଉପସ୍ଥିତି ବିଷୟ ଲୋକେ ଅବଗତ ନଥିବା ଫଳରେ ଲୋକେ ଜଙ୍ଗଲକୁ ଯାଉଛନ୍ତି ଓ ମୃତ୍ୟୁବରଣ କରୁଛନ୍ତି | ପ୍ରଶାସନ ଏହି ହାତୀ ଘଉଡ଼ାଇବା ନେଇ ଦୃଢ଼ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି | ହେଲେ ଆଜି ଫୁଲବାଣୀ ଡିଏଫଓ ପ୍ରତାପ କୋଟ୍ଟପଲ୍ଲୀ, ସେହି ଅଞ୍ଚଳରେ ଦୁଇଟି ହାତୀ ବୁଲୁଥିବା ବେଳେ ଡାକବାଜି ଯନ୍ତ୍ର ଯୋଗେ, ଲଗାତାର ଭାବେ ଲୋକଙ୍କୁ ସଚେତନ କରାଯାଉଥିବା ବେଳେ ସେହି ଅଞ୍ଚଳରେ ସକାଳ ୫ଟା ଠାରୁ ସଂନ୍ଧ୍ଯା ୬ଟା ପର୍ଯ୍ୟନ୍ତ କେହି ଜଙ୍ଗଲକୁ ନ ଯିବାକୁ ବାରଣ କରାଯାଇଛି। ମୃତ ବ୍ଯକ୍ତିଙ୍କ ପରିବାରକୁ ତୁରନ୍ତ ଏକ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ବାବଦକୁ ପ୍ରଦାନ କରିବା ସହିତ ପରେ ଆଉ ୯ ଲକ୍ଷ ଟଙ୍କା ଲେଖାଏଁ, ସମୁଦାୟ ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ହାତୀ ମାନଙ୍କୁ ଟ୍ରାକିଙ୍ଗ କରିବା ପାଇଁ ବିଭାଗ ପକ୍ଷରୁ ୪ଟି ଟିମ୍ ଗଠନ କରାଯାଇଛି। ଏଥିସହ ସେମାନଙ୍କ ସ୍ଥିତି ବାବଦରେ ଜାଣିବା ପାଇଁ ସ୍ଥାନୀୟ ବନ ସଂରକ୍ଷଣ ସମିତିର ସହାୟତା ନିଆଯାଉଛି। ଏହି ହାତୀ ମାନେ ଗଞ୍ଜାମ ସୀମାନ୍ତରୁ ଥଣ୍ଡା ପରିବେଶ ଓ ପିଇବା ପାଣିର ଉପଲବ୍ଧି ଯୋଗୁଁ କନ୍ଧମାଳ ଜିଲ୍ଲାରେ ପ୍ରବେଶ କରିଥିବା କହିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande