ଅଗ୍ନିବିପନ୍ନଙ୍କୁ ଗୋପବନ୍ଧୁ ସେବକ ସେନାର ସହାୟତା
ଭଦ୍ରକ, ୧୪ ମାର୍ଚ୍ଚ (ହି.ସ.) - ଭଦ୍ରକ ଜିଲ୍ଲା ତିହିଡିର ଅଗ୍ରଣୀ ସାମାଜିକ ସଂଗଠନ ଗୋପବନ୍ଧୁ ସେବକ ସେନା ଏକ ନିଆରା ସାମାଜିକ ସଂଗଠନ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟିକରିଛି।ଯେଉଁଠି ଅଗ୍ନିକାଣ୍ଡ ଘଟିବାର ଖବର ମିଳେ ସଂଗଠନର କର୍ମକର୍ତା ତୁରନ୍ତ ବିପନ୍ନ ମାନଙ୍କ ନିକଟରେ ପହଁଚି ସହାୟତାର ହାତ ବ
GOPABANDHU SEBAK SENA


ଭଦ୍ରକ, ୧୪ ମାର୍ଚ୍ଚ (ହି.ସ.) - ଭଦ୍ରକ ଜିଲ୍ଲା ତିହିଡିର ଅଗ୍ରଣୀ ସାମାଜିକ ସଂଗଠନ ଗୋପବନ୍ଧୁ ସେବକ ସେନା ଏକ ନିଆରା ସାମାଜିକ ସଂଗଠନ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟିକରିଛି।ଯେଉଁଠି ଅଗ୍ନିକାଣ୍ଡ ଘଟିବାର ଖବର ମିଳେ ସଂଗଠନର କର୍ମକର୍ତା ତୁରନ୍ତ ବିପନ୍ନ ମାନଙ୍କ ନିକଟରେ ପହଁଚି ସହାୟତାର ହାତ ବଢ଼ାଇଥାନ୍ତି। ଏହିପରିପ୍ରେକ୍ଷୀରେ ବାସୁଦେବପୁର ବ୍ଲକ୍ ଅନ୍ତର୍ଗତ ବିନାୟକପୁର ପଂଚାୟତ ଅଧିନ ବେହେରାସାହି ଗ୍ରାମର ଘଟିଥିବା ଭୟା ବହ ଅଗ୍ନିକାଣ୍ଡ ଘଟି ୬ଟି ପରିବାରର ୧୨ ବଖରା ଘରପୋଡିଯାଇଥିଲା । ଏସମ୍ପର୍କରେ ଖବର ପାଇ ଗୋପବନ୍ଧୁ ସେବକସେନା ବିପନ୍ନ ମାନଙ୍କ ନିକଟରେ ପହଁଚି ସମବେଦନା ଜଣାଇବା ସହ ସହାୟତା କରିଥିଲେ।ସେବକସେନା ପକ୍ଷରୁ ଗୋଟେ ମାସ ପାଇଁ ଶୁଖିଲା ଖାଦ୍ୟ ,ରନ୍ଧା ଖାଦ୍ୟ ସାମଗ୍ରୀ ଏବଂ ବାଲ୍ଟି,ମଗ ସପ, ମସୁରୀ, ଶାଢ଼ୀ, ଗାମୁଛା ଓ ଅନ୍ୟାନ୍ୟ ଘରୋଇ ଉପକରଣ ଇତ୍ୟାଦି ସହାୟତା ପ୍ରଦାନ କରାଯାଇଥିଲା।ସେବକ ସେନାର ସଭାପତି ରାଜୀବ ନାୟକ,ଅଭିରାମ ଦାସ,ଅଶୋକ ନାୟକ, ବିରେନ ସେନାପତି,ସେକ ଲିୟାକତ,ସଦସ୍ୟ ଲଷ୍ମୀକାନ୍ତ ମଲ୍ଲିକ, ଜନ୍ମେଜୟ ପାଣିଗ୍ରାହୀ,ରତ୍ନାକର ନାୟକ, କାର୍ତିକ ଜେନା,ଅନିତା କର,କୌଶଲ୍ୟା ତ୍ରିପାଠୀ,କଲ୍ୟାଣି ନାୟକ, ଉପଦେଷ୍ଟା ରାମ ଚନ୍ଦ୍ର ନାୟକ, ବସନ୍ତ କୁମାର ଦାସ, ରବିଶଙ୍କର ଦାସ,କ୍ଷୀରୋଦ ଦାସ,ମଧୁସୂଦନ ପାଢ଼ୀ,ଗୌରାଙ୍ଗ ଜେନା ପ୍ରମୁଖ ସହାୟତା ପ୍ରଦାନ କରିଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande