ରୁଷ୍ ତୈଳ କ୍ରୟ ଉପରେ ଇରାନର ବୈଦେଶିକ ମନ୍ତ୍ରୀଙ୍କ ତାଚ୍ଛଲ୍ୟ : ଭାରତ ସମେତ ବିଶ୍ଵର ଦେଶଗୁଡ଼ିକୁ ଗୁହାରି କରୁଛି ଆମେରିକା
ତେହେରାନ, ୧୪ ମାର୍ଚ୍ଚ (ହି.ସ.)- ଇରାନର ବୈଦେଶିକ ମନ୍ତ୍ରୀ ସୈୟଦ ଆବାସ୍ ଅରାଘଚି ଦାବି କରିଛନ୍ତି ଯେ, ଆମେରିକା ଏବେ ଭାରତ ସମେତ ବିଶ୍ୱର ଦେଶଗୁଡ଼ିକୁ ରୁଷୀୟ ଅଶୋଧିତ ତୈଳ କିଣିବାକୁ ଗୁହାରି କରୁଛି, ଯେତେବେଳେ ପୂର୍ବରୁ ସେ ସେମାନଙ୍କୁ ରୁଷୀୟ ଅଶୋଧିତ ତୈଳ ନ କିଣିବାକୁ ଚାପ ପକାଇଥିଲା । ଇରାନ
ରୁଷ୍ ତୈଳ କ୍ରୟ ଉପରେ ଇରାନର ବୈଦେଶିକ ମନ୍ତ୍ରୀଙ୍କ ତାଚ୍ଛଲ୍ୟ : ଭାରତ ସମେତ ବିଶ୍ଵର ଦେଶଗୁଡ଼ିକୁ ଗୁହାରି କରୁଛି ଆମେରିକା


ତେହେରାନ, ୧୪ ମାର୍ଚ୍ଚ (ହି.ସ.)- ଇରାନର ବୈଦେଶିକ ମନ୍ତ୍ରୀ ସୈୟଦ ଆବାସ୍ ଅରାଘଚି ଦାବି କରିଛନ୍ତି ଯେ, ଆମେରିକା ଏବେ ଭାରତ ସମେତ ବିଶ୍ୱର ଦେଶଗୁଡ଼ିକୁ ରୁଷୀୟ ଅଶୋଧିତ ତୈଳ କିଣିବାକୁ ଗୁହାରି କରୁଛି, ଯେତେବେଳେ ପୂର୍ବରୁ ସେ ସେମାନଙ୍କୁ ରୁଷୀୟ ଅଶୋଧିତ ତୈଳ ନ କିଣିବାକୁ ଚାପ ପକାଇଥିଲା ।

ଇରାନର ବୈଦେଶିକ ମନ୍ତ୍ରୀ ରୁଷୀୟ ତୈଳ ଉପରେ ଆମେରିକାର ମତାମତକୁ ସମାଲୋଚନା କରି ଇନଷ୍ଟାଗ୍ରାମରେ ସେୟାର କରାଯାଇଥିବା ଏକ ପୋଷ୍ଟରେ ଲେଖିଛନ୍ତି, ଇରାନ ସହିତ ଦୁଇ ସପ୍ତାହର ଯୁଦ୍ଧ ପରେ, ଆମେରିକା ଏବେ ଭାରତ ସମେତ ବିଶ୍ୱକୁ ରୁଷୀୟ ଅଶୋଧିତ ତୈଳ କିଣିବାକୁ ଭିକ ମାଗୁଛି ।

ଇରାନ ବିରୁଦ୍ଧରେ ଆମେରିକା-ଇସ୍ରାଏଲ ସାମରିକ ଅଭିଯାନ ଉପରେ ୟୁରୋପୀୟ ଦେଶଗୁଡ଼ିକର ମନ୍ତବ୍ୟ ସମ୍ପର୍କରେ ଆରାଘଚି କହିଛନ୍ତି, ୟୁରୋପ ଭାବିଥିଲା ଯେ, ଇରାନ ଉପରେ ଅବୈଧ ଯୁଦ୍ଧକୁ ସମର୍ଥନ କରିବା ଦ୍ୱାରା ସେମାନଙ୍କୁ ରୁଷ୍ ବିରୁଦ୍ଧରେ ଆମେରିକାର ସମର୍ଥନ ମିଳିବ । ଏହା ଅତ୍ୟନ୍ତ ଦୟନୀୟ ଅଟେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande