ବଲାଙ୍ଗିର ଠାରେ ଜାତୀୟ ଲୋକ ଅଦାଲତ - ସଡ଼କ ସୁରକ୍ଷା ଆଇନ୍ ଉଲଂଘନ କାରୀ ଙ୍କ ଠାରୁ ୪,୧୯,୧୭୦ ଟଙ୍କା ଫାଇନ ଆଦାୟ-
ବଲାଙ୍ଗିର, 14 ମାର୍ଚ୍ଚ (ହି.ସ.) ଆଞ୍ଚଳିକ ପରିବହନ ବିଭାଗ ଅଧିକାରୀ ଶ୍ରୀ ପ୍ରିୟବ୍ରତ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆଜି ବଲାଙ୍ଗିର ଜିଲ୍ଲା ପରିବହନ କାର୍ଯ୍ୟଳୟ ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତତ୍ତ୍ୱାବଧାନ ରେ ବଲାଙ୍ଗିର କାର୍ଯ୍ୟାଳୟ ରେ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇ
ବଲାଙ୍ଗିର ଠାରେ ଜାତୀୟ ଲୋକ ଅଦାଲତ - ସଡ଼କ ସୁରକ୍ଷା ଆଇନ୍ ଉଲଂଘନ କାରୀ ଙ୍କ ଠାରୁ ୪,୧୯,୧୭୦ ଟଙ୍କା ଫାଇନ ଆଦାୟ*-


ବଲାଙ୍ଗିର, 14 ମାର୍ଚ୍ଚ (ହି.ସ.)

ଆଞ୍ଚଳିକ ପରିବହନ ବିଭାଗ ଅଧିକାରୀ ଶ୍ରୀ ପ୍ରିୟବ୍ରତ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆଜି ବଲାଙ୍ଗିର ଜିଲ୍ଲା ପରିବହନ କାର୍ଯ୍ୟଳୟ ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତତ୍ତ୍ୱାବଧାନ ରେ ବଲାଙ୍ଗିର କାର୍ଯ୍ୟାଳୟ ରେ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇ ଯାଇଛି। ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ବଲାଙ୍ଗିର ର କର୍ମଚାରୀଙ୍କ ଦ୍ୱାରା ସଡକ ସୁରକ୍ଷା ର ନିୟମ ଉଲ୍ଲଂଘନକାରୀ ଙ୍କ ବିରୁଦ୍ଧରେ ନୋଟିସ୍ କରା ଯାଇଥିଲା ଓ ସେଥିମଧ୍ୟରୁ ୧୪୧ ଟି ମାମଲା ର ସମାଧାନ କରାଯାଇ ଉଲ୍ଲଂଘନକାରୀଙ୍କଠାରୁ ୪,୧୯,୧୭୦/- ଟଙ୍କା ଫାଇନ ଆଦାୟ କରାଯାଇଛି।

ଏହି ପରିପେକ୍ଷୀ ରେ ପରିବହନ ବିଭାଗ ର ମୋଟର ଯାନ ନିରୀକ୍ଷକ ସମେତ ଅନ୍ୟ ବିଭାଗୀୟ କର୍ମଚାରୀ ସହଯୋଗ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande