କୋଲକାତାରେ 18680 କୋଟିର ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ପିଏମ ମୋଦି
କୋଲକାତା, 14 ମାର୍ଚ୍ଚ (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ପ୍ରାୟ 18,680 କୋଟି ଟଙ୍କା ମୂଲ୍ୟର ଅନେକ ବିକାଶ ପ୍ରକଳ୍ପର ଉଦ୍ଘାଟନ ଏବଂ ଶିଳାନ୍ୟାସ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକରେ ସଡ଼କ, ରେଲୱେ ଓ ବନ୍ଦର ଅବକ
ପିଏମ


କୋଲକାତା, 14 ମାର୍ଚ୍ଚ (ହି.ସ.)- ପ୍ରଧାନମନ୍ତ୍ରୀ

ନରେନ୍ଦ୍ର ମୋଦି ଶନିବାର ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ପ୍ରାୟ 18,680 କୋଟି ଟଙ୍କା

ମୂଲ୍ୟର ଅନେକ ବିକାଶ ପ୍ରକଳ୍ପର ଉଦ୍ଘାଟନ ଏବଂ ଶିଳାନ୍ୟାସ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକରେ

ସଡ଼କ, ରେଲୱେ ଓ ବନ୍ଦର ଅବକାଠା ସମ୍ପର୍କିତ ଯୋଜନାମାନେ ଅନ୍ତର୍ଭୁକ୍ତ ଅଛି, ଯାହାର ଉଦ୍ଦେଶ୍ୟ ପଶ୍ଚିମ ବଙ୍ଗ ସହିତ ସମଗ୍ର ପୂର୍ବ ଭାରତରେ ସଂଯୋଗ

ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ଆର୍ଥିକ ବିକାଶକୁ ଗତି ଦେବା।

ଏହି ଅବସରରେ ଆୟୋଜିତ

କାର୍ୟକ୍ରମକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି କୋଲକାତାର ମାଟିରୁ ପଶ୍ଚିମବଙ୍ଗ

ଏବଂ ପୂର୍ବ ଭାରତର ବିକାଶର ଏକ ନୂତନ ଅଧ୍ୟାୟ ଆରମ୍ଭ ହେଉଛି। ସେ କହିଥିଲେ ଯେ 18 ହଜାର କୋଟି

ଟଙ୍କାରୁ ଅଧିକ ଖର୍ଚ୍ଚରେ ହେଉଥିବା ଏହି ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ ଓ ଉଦ୍ଘାଟନ ଦ୍ୱାରା

ଅଞ୍ଚଳରେ ବ୍ୟାପାର, ଶିଳ୍ପ ଓ ରୋଜଗାର ସୁଯୋଗ

ବଢ଼ିବ ଏବଂ ଲକ୍ଷେ ଲକ୍ଷ ଲୋକଙ୍କ ଜୀବନ ସହଜ ହେବ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ

ଖଡ଼ଗପୁର–ମୋରଗ୍ରାମ ଏକ୍ସପ୍ରେସୱେ ସମ୍ପୂର୍ଣ୍ଣ ହେଲେ ପଶ୍ଚିମ ବଙ୍ଗର ଅନେକ ଅଞ୍ଚଳରେ ଆର୍ଥିକ

କାର୍ଯ୍ୟକଳାପକୁ ଗତି ମିଳିବ । ସେହିପରି ଦୁବରାଜପୁର ବାଇପାସ ଏବଂ କାଙ୍ଗଶବାତୀ ଓ ଶିଲାବାତୀ

ନଦୀ ଉପରେ ନିର୍ମିତ ହେବାକୁ ଯାଉଥିବା ବଡ଼ ପୁଲଗୁଡ଼ିକ ଦ୍ୱାରା ଅଞ୍ଚଳୀୟ ସଂଯୋଗରେ ମଧ୍ୟ

ଉଲ୍ଲେଖନୀୟ ସୁଧାର ହେବ। ସେ ଏହି ପ୍ରକଳ୍ପଗୁଡ଼ିକ ପାଇଁ ପଶ୍ଚିମ ବଙ୍ଗ ଓ ପୂର୍ବ ଭାରତର

ଲୋକମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।

ସେ କହିଥିଲେ ଯେ ଦେଶରେ

ରେଲୱେକୁ ଆଧୁନିକ କରିବା ପାଇଁ ଦ୍ରୁତ ଗତିରେ କାମ ହେଉଛି ଏବଂ କେନ୍ଦ୍ର ସରକାର ଏହା ନିଶ୍ଚିତ

କରୁଛି ଯେ ପଶ୍ଚିମବଙ୍ଗ ଏହି ଅଭିଯାନରେ ପଛକୁ ନ ପଡ଼େ। ସେ କହିଥିଲେ ଯେ ରାଜ୍ୟରେ ରେଲୱେ

ଅବକାଠାର ଦ୍ରୁତ ବିସ୍ତାର କରାଯାଉଛି, ଯାହାଦ୍ୱାରା ଯାତ୍ରୀ ଓ

ବ୍ୟାପାର ଉଭୟ ପାଇଁ ଭଲ ସୁବିଧା ମିଳିପାରିବ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ

ସରକାରୀ କାର୍ୟକ୍ରମ ପରେ ସେ ସେହି ଖୋଲା ମୈଦାନକୁ ଯିବେ ଯେଉଁଠାରେ ବହୁ ସଂଖ୍ୟକ ପଶ୍ଚିମବଙ୍ଗର

ଲୋକ ଏକତ୍ରିତ ହୋଇଛନ୍ତି ଏବଂ ସେଠାରେ ସେ ସିଧାସଳଖ ଭାବେ ଜନତାଙ୍କ ସହ କଥା ହେବେ ଓ

ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରିବେ।

ସଡ଼କ ଭିତ୍ତିଭୂମିକୁ ସୁଦୃଢ଼

କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ପ୍ରାୟ 16,990

କୋଟି ଟଙ୍କା ଖର୍ଚ୍ଚରେ 420 କିଲୋମିଟରରୁ ଅଧିକ ଲମ୍ବା କିଛି ଜାତୀୟ ରାଜପଥ ପ୍ରକଳ୍ପର ଉଦ୍ଘାଟନ

ଓ ଶିଳାନ୍ୟାସ କରିଛନ୍ତି। ଉଦ୍ଘାଟିତ ପ୍ରକଳ୍ପଗୁଡ଼ିକ ମଧ୍ୟରେ ପଶ୍ଚିମବଙ୍ଗ ଓ ଝାରଖଣ୍ଡରେ

ଏନଏଚ୍-19 ଏବଂ ପଶ୍ଚିମବଙ୍ଗରେ ଏନଏଚ୍-114ର ବିଭିନ୍ନ ଖଣ୍ଡ ସମ୍ମିଳିତ ଅଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande