
ଚଣ୍ଡିଗଡ, 14 ମାର୍ଚ୍ଚ (ହି.ସ.)- କେନ୍ଦ୍ରୀୟ
ଗୃହମନ୍ତ୍ରୀ ଅମିତ ଶାହ ପଞ୍ଜାବରେ ଭାଜପାର ନିର୍ବାଚନୀ ଅଭିଯାନର ଶୁଭାରମ୍ଭ କରି ସ୍ପଷ୍ଟ
କହିଛନ୍ତି ଯେ 2027 ମସିହାର ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଏକାକୀ ମୈଦାନକୁ
ଉତରିବ ଏବଂ ସରକାର ଗଠନ କରିବ। ଶନିବାର ମୋଗାର କିଲ୍ଲି ଚାହଲାଁ ଗାଁରେ ଆୟୋଜିତ ଭାଜପାର ପ୍ରଥମ
ନିର୍ବାଚନୀ ସଭାକୁ ସମ୍ବୋଧନ କରି ଅମିତ ଶାହ କହିଥିଲେ ଯେ ଏପର୍ଯ୍ୟନ୍ତ ପଞ୍ଜାବରେ ଭାଜପା ଛୋଟ
ଭାଇର ଭୂମିକାରେ ରହିଛି, କିନ୍ତୁ ଏବେ ସମୟ ଆସିଛି ଯେ
ପାର୍ଟି ନିଜେ ସରକାର ଗଠନ କରିବ। ସେ ଦାବି କରିଥିଲେ ଯେ ପଞ୍ଜାବର ଲୋକମାନେ ଆଜି ଭାଜପା ସହ
ଅଛନ୍ତି।
ପଞ୍ଜାବର ଗୁରୁତର ନିଶା
ସମସ୍ୟାକୁ ଉଲ୍ଲେଖ କରି ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ ଯେ କଂଗ୍ରେସ ଏବଂ ଅକାଳୀ ଦଳ
ପଞ୍ଜାବରେ ନିଶାକୁ ପ୍ରୋତ୍ସାହନ ଦେଇଛନ୍ତି। ଚାରି ମାସରେ ପଞ୍ଜାବକୁ ନିଶାମୁକ୍ତ କରିବାର ଦାବି
କରିଥିବା ଆମ୍ ଆଦମୀ ପାର୍ଟି ମଧ୍ୟ ଏହି ଦିଗରେ କିଛି କରିପାରିନାହିଁ। ପଞ୍ଜାବକୁ କେବଳ ଭାଜପା
ହିଁ ନିଶାମୁକ୍ତ ରାଜ୍ୟ କରିପାରିବ ବୋଲି ସେ କହିଥିଲେ।
ସେ କହିଥିଲେ ଯେ ଭାଜପା
ଦେଇଥିବା ପ୍ରତିଶ୍ରୁତି ଅନୁସାରେ କାଶ୍ମୀରରୁ ଧାରା 370 କୁ ହଟାଇଦିଆଯାଇଛି ଏବଂ ନକ୍ସଲବାଦ
ମଧ୍ୟ ପ୍ରାୟ ସମାପ୍ତ ହେବାର ସ୍ଥିତିକୁ ପହଞ୍ଚିଛି। ପଞ୍ଜାବର ସବୁଠୁ ବଡ଼ ସମସ୍ୟା ହେଉଛି ଋଣଭାର, ଡ୍ରଗ୍ସ, ଧର୍ମ ପରିବର୍ତ୍ତନ, ଦୁର୍ନୀତି ଓ ଗ୍ୟାଙ୍ଗଷ୍ଟରବାଦ। ଆଜି ପଞ୍ଜାବରୁ ଅନେକ ଶିଳ୍ପ ଅନ୍ୟ
ରାଜ୍ୟକୁ ପଲାୟନ କରୁଛି। କୃଷକମାନଙ୍କ ଅବସ୍ଥା ବିଷୟରେ କେହି ଚିନ୍ତା କରୁନାହାନ୍ତି ଏବଂ
ଯୁବମାନଙ୍କ ପାଖରେ ନିଜ ଭବିଷ୍ୟତ୍ ସମ୍ପର୍କରେ କୌଣସି ସ୍ପଷ୍ଟ ଦୂରଦୃଷ୍ଟି ନାହିଁ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା