





ବଲାଙ୍ଗିର, 14 ମାର୍ଚ୍ଚ (ହି.ସ.) ଆଜି ଶନିବାର ସନ୍ଧ୍ୟାରେ ହାଟପଦା ପଡ଼ା ମୈତ୍ରୀ ମହଲ, ଜଗନ୍ନାଥ ମନ୍ଦିରର ପ୍ରାଙ୍ଗଣ ରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଶତବାର୍ଷିକୀ ଉପଲକ୍ଷ ରେ ବଲାଙ୍ଗିର ନଗର ର ୬ତମ ହିନ୍ଦୁ ସମ୍ବିଲନି ଅନୁଷ୍ଟିତ ହୋଇଥଲା। ବ୍ରାହ୍ମଣ ପଡ଼ା, ବରପାଲି ପଡ଼ା, ଠିକାଦାର ପଡ଼ା ନୂଆପଡ଼ା, ଗାନ୍ଧୀ ନଗର ପ୍ରାମୁଖ ଅଂଚଳ ର୍ ଅନେକ ନର ନାରୀ ଭାଇ ଭଉଣୀ ଉପସ୍ଥିତି ରେ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବୌଦ୍ଧିକ ଦେଉଥିଲେ କେଶବ ପଟେଲ, ସଭାରେ ସଭପତି ଥିଲେ
ନରେନ୍ଦ୍ର ମିଶ୍ର, ଧନ୍ୟବାଦ୍ ଅର୍ପଣ କରିଥିଲ ସୁଶାନ୍ତ ନାୟକ, ସଭାକୁ ସଂଯୋଜନା ସଂଜୟ ପୁରୋହିତ, କରିଥିବା ବେଳେ ସମସ୍ତ ବ୍ୟବସ୍ତ କୂ ସୁରେଶ ସ୍ୱାଇଁ, ପ୍ରଦୀପ ସାହୁ , ରୂପେଶ ସାମଲ, ତରଣୀ ପଟେଲ, ସୁରେନ୍ଦ୍ର ସେଠ ପ୍ରମୁଖ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ