
ଲାତେହାର, ୧୪ ମାର୍ଚ୍ଚ (ହି.ସ.) – ଏକ ବଡ଼ ସଫଳତା ହାସଲ କରି ଝାଡଖଣ୍ଡର ଲାତେହାର ଜିଲ୍ଲାରେ ପୋଲିସ ନିଷିଦ୍ଧ ନକ୍ସଲ ସଂଗଠନ ସିପିଆଇ (ମାଓବାଦୀ) ସହିତ ଜଡ଼ିତ ଦୁଇଜଣ ୱାଂଟେଡ଼ ନକ୍ସଲଙ୍କୁ ଗିରଫ କରିଛି ।
ପୋଲିସ ଦ୍ୱାରା ଗିରଫ ହୋଇଥିବା ନକ୍ସଲମାନଙ୍କ ମଧ୍ୟରେ ଜୋନାଲ କମାଣ୍ଡର ମୃତ୍ୟୁଞ୍ଜୟ ଭୂୟାଁ ଏବଂ ସବ୍-ଜୋନାଲ କମାଣ୍ଡାର ବବଲୁ ରାମ ସାମିଲ ଅଛନ୍ତି । ପୋଲିସ ଏକ ସ୍ୱୟଂଚାଳିତ ଏକେ-୪୭ ରାଇଫଲ, ୨୧ଟି ଜୀବନ୍ତ କାଟ୍ରିଜ ଏବଂ ପ୍ରାୟ ୧ ଲକ୍ଷ ୬୦ ହଜାର ଟଙ୍କା ନଗଦ ଜବତ କରିଛି ।
ପ୍ରକୃତରେ ଲାତେହାର ପୋଲିସ ସୁପରିଟେଂଡେଂଟ କୁମାର ଗୌରବଙ୍କୁ ଗୁପ୍ତ ସୂଚନା ମିଳିଥିଲା ଯେ, ମାଓ ସଂଗଠନର ଜୋନାଲ କମାଣ୍ଡର ମୃତ୍ୟୁଞ୍ଜୟ ଭୂୟାଁ ତାଙ୍କ ସ୍କ୍ୱାର୍ଡ଼ ସହିତ ଛିପାଦୋହର ଥାନା ଅଂଚଳରେ ହରିଣାମଡ଼ ଗାଁ ନିକଟରେ ଆସୁଛନ୍ତି । ସୂଚନା ମିଳିବା ମାତ୍ରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଂଚଳରେ ଚଢ଼ାଉ କରିଥିଲା ଏବଂ ଗାଁ ନିକଟରେ ଘେରାବନ୍ଦୀ କରି ଉଭୟ ନକ୍ସଲଙ୍କୁ ଗିରଫ କରିଥିଲା ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ