
ନୂଆଦିଲ୍ଲୀ, ୧୫ ମାର୍ଚ୍ଚ (ହି.ସ.): ନିର୍ବାଚନ ଆୟୋଗ ରବିବାର ସନ୍ଧ୍ୟା ୪ଟାରେ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ କାର୍ଯ୍ୟକ୍ରମ ଘୋଷଣା କରିବ। ଏହି ରାଜ୍ୟଗୁଡ଼ିକ ହେଲା କେରଳ, ଆସାମ, ପୁଡୁଚେରୀ, ତାମିଲନାଡୁ ଏବଂ ପଶ୍ଚିମ ବଙ୍ଗ।
ଏହି ଘୋଷଣା ସହିତ ଉକ୍ତ ରାଜ୍ୟଗୁଡ଼ିକରେ ଆଦର୍ଶ ଆଚରଣ ସଂହିତା ଲାଗୁ ହେବ। ନିର୍ବାଚନ ଆୟୋଗ ଏହି ସମ୍ବନ୍ଧରେ ଆଜି ସାମ୍ବାଦିକ ସମ୍ମିଳନୀ ଡକାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ