୨୧ରୁ ଜାତୀୟ ନାଟ୍ୟ ଉତ୍ସବ - ଶ୍ରୀରଙ୍ଗ ସମାଗମ
୨୧ରୁ ଜାତୀୟ ନାଟ୍ୟ ଉତ୍ସବ - ଶ୍ରୀରଙ୍ଗ ସମାଗମ
୨୧ରୁ ଜାତୀୟ ନାଟ୍ୟ ଉତ୍ସବ - ଶ୍ରୀରଙ୍ଗ ସମାଗମ


୨୧ରୁ ଜାତୀୟ ନାଟ୍ୟ ଉତ୍ସବ - ଶ୍ରୀରଙ୍ଗ ସମାଗମ


୨୧ରୁ ଜାତୀୟ ନାଟ୍ୟ ଉତ୍ସବ - ଶ୍ରୀରଙ୍ଗ ସମାଗମ


ସମ୍ବଲପୁର,୧୫, ମାର୍ଚ୍ଚ (ହି.ସ.) ଶ୍ରୀକଲଚରାଲ ଏସୋସିଏସନ୍, ସମ୍ବଲପୁର ଆନୁକୂଲ୍ୟରେ ଆସନ୍ତା ମାର୍ଚ୍ଚ ୨୧ ରୁ ୨୩ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ତପସ୍ୱିନୀ ପ୍ରେକ୍ଷାଳୟ ଠାରେ ଜାତୀୟ ନାଟ୍ୟ ଉତ୍ସବ ‘ଶ୍ରୀରଙ୍ଗ ସମାଗମ’ -୨୦୨୬ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ପ୍ରୟୋଜଜ ଏବଂ ଏମସିଏଲ ସହଯୋଗ କରୁଛି। ତିନି ଦିନ ବ୍ୟାପୀ ଆୟୋଜିତ ଏହି ଜାତୀୟ ନାଟ୍ୟ ଉତ୍ସବରେ ପ୍ରତ୍ୟେକ ସନ୍ଧ୍ୟା ୭ଘ. ସମୟରେ କାର୍ଯ୍ୟକ୍ରମ ଆରମ୍ଭ ହେବ ଏବଂ ଦେଶର ନାମକରା ଅନୁଷ୍ଠାନ ଦ୍ୱାରା ଗୋଟିଏ ପୂର୍ଣ୍ଣାଙ୍ଗ ନାଟକ ପ୍ରଦର୍ଶିତ ହେବ ।

ଉଦ୍ଘାଟନୀ ସନ୍ଧ୍ୟାରେ ଅର୍ଥାତ୍ ୨୧ ମାର୍ଚ୍ଚରେ ଲାବଣ୍ୟ ଥିଏଟର ଭୁବନେଶ୍ୱର ଦ୍ୱାରା ପ୍ରଦର୍ଶିତ ହେବ ଡ. ନାରାୟଣ ସାହୁଙ୍କ ରଚିତ ଓ ସତ୍ୟ ଜେନାଙ୍କ ନିର୍ଦ୍ଦେଶିତ ଓଡ଼ିଆ ନାଟକ ‘ଅନାଗତ’ । ଦ୍ୱିତୀୟ ରଜନୀରେ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଫେକ୍ଚୁଏଲ ଥିଏଟର ଆର୍ଟସ୍, କୋଲାକାତା ପଶ୍ଚିମବଙ୍ଗ ଦ୍ୱାରା ବଙ୍ଗଳା ନାଟକ ‘ଡଲିଆ’ ପ୍ରଦର୍ଶିତ ହେବ । ରବୀନ୍ଦ୍ରନାଥ ଟେଗୋରଙ୍କ ମୂଳ କାହାଣୀକୁ ନାଟ୍ୟ ରୂପ ଦେଇଛନ୍ତି ହୃଷିକେଶ ସୁଲଭ ଓ ନିଦେ୍ର୍ଦଶନା ଦେଇଛନ୍ତି ଦେବାଶିଷ ଦତ୍ତ । ଉଦଯାପନୀ ସନ୍ଧ୍ୟାରେ ଜିତେନ୍ଦ୍ର ନାଥ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଓ ରଚିତ ସମ୍ବଲପୁରୀ ନାଟକ ‘ଦାମୁର୍’ କୁ ଖଡ଼ିଆଳ ସାଂସ୍କୃତିକ ଅନୁଷ୍ଠାନ, ଖରିଆର, ନୂଆପଡ଼ା ର କଳାକାର ମାନେ ପରିବେଷଣ କରିବେ ।

୨୨ ତାରିଖ ପୂର୍ବାହ୍ନ ୧୧ଟା ୩୦ ମିିନିଟ୍ ସମୟରେ ଏକ ନାଟ୍ୟ ଆଲୋଚନାଚକ୍ର ମଧ୍ୟ ଅନୁଷ୍ଠିତ ହେବ । ଉତ୍ସବ ଅବସରରେ ଚଳିତ ବର୍ଷ ଓଡ଼ିଶାର ବିଶିଷ୍ଟ ନାଟ୍ୟ ବ୍ୟକ୍ତିତ୍ୱ ସମ୍ବଲପୁରର ବିଶିଷ୍ଟ ଅଭିନେତା ପ୍ରଦୀପ କୁମାର ପଣ୍ଡାଙ୍କୁ ‘ଶ୍ରୀ ନାଟ୍ୟ ସମ୍ମାନ’, ଅଭିନେତ୍ରୀ ସାଧନା ବହିଦାରଙ୍କ ସ୍ମୃତିରେ ‘ସାଧନା ସମ୍ମାନ’ ପ୍ରଦାନ କରାଯିବ ବରଗଡ଼ର ବିଶିଷ୍ଟ ଅଭିନେତ୍ରୀ କନକ ଡନ୍ସନାଙ୍କୁ ସାଧନା ସମ୍ମାନ ଏବଂ ଚର୍ଚ୍ଚିତ ମଞ୍ଚ ଅଭିନେତା ସୁନ୍ଦରଗଡ଼ର ବିଜୟ କୁମାର ମହାରଣାଙ୍କୁ ଡ଼. ପଞ୍ଚାନନ ମିଶ୍ର ସ୍ମୃତି ନାଟ୍ୟ ସମ୍ମାନ ପ୍ରଦାନ କରାଯିବ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande