



ସମ୍ବଲପୁର ,୧୫, ମାର୍ଚ୍ଚ (ହି.ସ.)
ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅନ୍ତର୍ଗତ ଗୁଦ୍ରାପଡା ଗ୍ରାମର ଉପରବନ୍ଧ ହିଡ଼ରେ ଏକ ବରଗଛରେ ଆଜି ସକାଳେ ଏକ ଝୁଲନ୍ତା ଶବ କିଛି ଗ୍ରାମବାସୀ ଦେଖି କୁଚିଣ୍ଡା ଥାନାକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ କୁଚିଣ୍ଡା ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ଆତ୍ମହତ୍ୟା କରିଥିବା ଯୁବକ ଜଣକ ଗୁଦ୍ରାପଡା ଗ୍ରାମର ମୁକେଶ କିସାନ ଓ ପାରିପାର୍ଦୃଶିକ ଦୃଷ୍ଟିରୁ ଏହା ଏକ ଆତ୍ମହତ୍ୟା ବୋଲି ପୋଲିସ ସନ୍ଦେହ କରିଛି।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ