୨୨କେଜି ଗଂଜେଇ ଜବତ ୨ଗିରଫ
ମାଲକାନଗିରି,୧୫ ମାର୍ଚ୍ଚ (ହି.ସ.) ଆଜି ସନ୍ଧ୍ୟା ସମୟରେ ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ୩୨୬ନମ୍ବର ଜାତୀୟ ରାଜପଥ ର ଏମ ଭି -୯୦ ଗ୍ରାମ ନିକଟ ଗୋବଲୁର ନଦୀ ଠାରେ କାଲିମେଳା ପୋଲିସ ଦ୍ୱାରା ବ୍ୟାଗ ରେ ଗଂଜେଇ ଚାଲାଣ କରୁଥିବା ଦୁଇ ଜଣ ଯୁବକ କୁ ଗିରଫ କରାଯାଇଛି | ତାଙ୍କ ପାଖରୁ ୨୨କି
୨୪କେଜି ଗଂଜେଇ ଜବତ ୨ଗିରଫ


ମାଲକାନଗିରି,୧୫ ମାର୍ଚ୍ଚ (ହି.ସ.)

ଆଜି ସନ୍ଧ୍ୟା ସମୟରେ ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ୩୨୬ନମ୍ବର ଜାତୀୟ ରାଜପଥ ର ଏମ ଭି -୯୦ ଗ୍ରାମ ନିକଟ ଗୋବଲୁର ନଦୀ ଠାରେ କାଲିମେଳା ପୋଲିସ ଦ୍ୱାରା ବ୍ୟାଗ ରେ ଗଂଜେଇ ଚାଲାଣ କରୁଥିବା ଦୁଇ ଜଣ ଯୁବକ କୁ ଗିରଫ କରାଯାଇଛି | ତାଙ୍କ ପାଖରୁ ୨୨କିଲୋଗ୍ରାମ ଗଂଜେଇ ଜବତ କରାଯାଇଛି ତା ସହ ୨ଗୋଟି ମୋବାଇଲ, ଏବଂ ୧ ଗୋଟି ଜିକସର ମୋଟର ସାଇକେଲ ମଧ୍ୟ ଜବତ କରାଯାଇଛି | ଗିରଫ ୨ଜଣ ବ୍ୟକ୍ତି ହେଲେ ଆନ୍ଧ୍ର ପ୍ରଦେଶ ରାଜ୍ୟ ଆନମୟ ଜିଲ୍ଲା ମଦୁରୁବାରପାଲି ଗ୍ରାମର କେ. ଶିବ ପ୍ରସାଦ ଏବଂ ଏ. ଲଷ୍ମୀପତି | ଏନ ଡି ପି ଏସ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି |

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande