ପାଂଚ ରାଜ୍ୟର ବିଧାନସଭା ନିର୍ବାଚନ କାର୍ଯ୍ୟକ୍ରମ ଘୋଷିତ, ୯ରୁ ୨୯ ଅପ୍ରେଲ ପର୍ଯ୍ୟନ୍ତ ମତଦାନ, ୪ ମଇରେ ଫଳାଫଳ
ନୂଆଦିଲ୍ଲୀ,୧୫ ମାର୍ଚ୍ଚ(ହି.ସ.) – ନିର୍ବାଚନ ଆୟୋଗ ରବିବାର ଦିନ ଦେଶର ପାଂଚ ରାଜ୍ୟର ବିଧାନସଭା ନିର୍ବାଚନ କାର୍ଯ୍ୟକ୍ରମର ଘୋଷଣା କରିଛନ୍ତି। ଏଥିରେ ପୁଡ଼ୁଚେରୀ, କେରଳ ଏବଂ ଆସାମରେ ୯ ଅପ୍ରେଲ ଦିନ ଗୋଟିଏ ସ୍ତରରେ ମତଦାନ କରାଯିବ। ଅନ୍ୟପକ୍ଷରେ ତାମିଲନାଡ଼ୁରେ ୨୩ ଅପ୍ରେଲ ଦିନ ପ୍ରଥମ ସ୍ତରରେ ଭୋଟ୍ ଦି
ପାଂଚ ରାଜ୍ୟର ବିଧାନସଭା ନିର୍ବାଚନ କାର୍ଯ୍ୟକ୍ରମ ଘୋଷିତ, ୯ରୁ ୨୯ ଅପ୍ରେଲ ପର୍ଯ୍ୟନ୍ତ ମତଦାନ, ୪ ମଇରେ ଫଳାଫଳ


ନୂଆଦିଲ୍ଲୀ,୧୫ ମାର୍ଚ୍ଚ(ହି.ସ.) – ନିର୍ବାଚନ ଆୟୋଗ ରବିବାର ଦିନ ଦେଶର ପାଂଚ ରାଜ୍ୟର ବିଧାନସଭା ନିର୍ବାଚନ କାର୍ଯ୍ୟକ୍ରମର ଘୋଷଣା କରିଛନ୍ତି। ଏଥିରେ ପୁଡ଼ୁଚେରୀ, କେରଳ ଏବଂ ଆସାମରେ ୯ ଅପ୍ରେଲ ଦିନ ଗୋଟିଏ ସ୍ତରରେ ମତଦାନ କରାଯିବ। ଅନ୍ୟପକ୍ଷରେ ତାମିଲନାଡ଼ୁରେ ୨୩ ଅପ୍ରେଲ ଦିନ ପ୍ରଥମ ସ୍ତରରେ ଭୋଟ୍ ଦିଆଯିବ। ପଶ୍ଚିମବଙ୍ଗରେ ଦୁଇ ସ୍ତରରେ ମତଦାନ ହେବ, ଯେଉଁଥିରେ ୨୩ ଅପ୍ରେଲ ଏବଂ ୨୯ ଅପ୍ରେଲ ଦିନ ଭୋଟିଂ କରାଯିବ। ସମସ୍ତ ରାଜ୍ୟର ନିର୍ବାଚନ ପରିଣାମ ୪ ମଇକୁ ଘୋଷିତ କରାଯିବ।

ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଆଜି ସନ୍ଧ୍ୟା ୪ଟାରେ ଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ପ୍ରେସ୍ କନ୍ଫ୍ରେନ୍ସରେ ଏହାର ଘୋଷଣା କରି କହିଛନ୍ତି ଯେ ସମ୍ବନ୍ଧିତ ପାଂଚ ରାଜ୍ୟରେ ପ୍ରାୟ ୧୭.୪ କୋଟି ମତଦାତା ନିଜର ମତାଧିକାରର ପ୍ରୟୋଗ କରିବେ। ନିର୍ବାଚନ ପାଇଁ ୮୨୪ ବିଧାନସଭା ସିଟ୍ରେ ପ୍ରାୟ ୨.୧୯ ଲକ୍ଷ ମତଦାନ କେନ୍ଦ୍ର ତିଆରି କରାଯିବ। ଏହି ପୁରା ନିର୍ବାଚନ ପ୍ରକ୍ରିୟାକୁ ସଫଳତାପୂର୍ବକ ଶେଷ କରିବା ପାଇଁ ପ୍ରାୟ ୨୫ ଲକ୍ଷ ନିର୍ବାଚନ କର୍ମୀ ନିୟୋଜିତ କରାଯିବ।

ଆୟୋଗ ମୁତାବିକ ପାଂଚ ରାଜ୍ୟର ବିଧାନସଭାର କାର୍ଯ୍ୟକାଳ ଅଲଗା ଅଲଗା ତାରିଖରେ ସମାପ୍ତ ହେଉଛି। ପଶ୍ଚିମବଙ୍ଗ ବିଧାନସଭାର କାର୍ଯ୍ୟକାଳ ୭ ମଇକୁ ଶେଷ ହେବ, ଅନ୍ୟପକ୍ଷରେ ତାମିଲନାଡ଼ୁ ବିଧାନସଭାର କାର୍ଯ୍ୟକାଳ ୧୦ ମଇ ପର୍ଯ୍ୟନ୍ତ ଅଛି। ଅସାମ ବିଧାନସଭାର କାର୍ଯ୍ୟକାଳ ୨୦ ମଇ ଏବଂ କେରଳ ବିଧାନସଭାର କାର୍ଯ୍ୟକାଳ ୨୩ ମଇରେ ସମାପ୍ତ ହେବ। ଅନ୍ୟପକ୍ଷରେ କେନ୍ଦ୍ରଶାସିତ ପ୍ରଦେଶ ପୁଡ଼ୁଚେରୀର ବିଧାନସଭାର କାର୍ଯ୍ୟକାଳ ୧୫ ଜୁନ୍ ଯାଏଁ ଅଛି।

ବିଧାନସଭା ସିଟ୍ ମୋଟ ୮୨୪ ସିଟ୍ରୁ ଆସାମରେ ୧୨୬, କେରଳରେ ୧୪୦, ପୁଡ଼ୁଚେରୀରେ ୩୦, ତାମିଲନାଡ଼ୁରେ ୨୩୪ ଏବଂ ପଶ୍ଚିମବଙ୍ଗରେ ୨୯୪ ସିଟ୍ ସାମିଲ ଅଛି। ଏହି ରାଜ୍ୟରେ କେତେକ ସିଟ୍ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ ଅଛି। ଆସାମରେ ୯ ଏସ୍ସି ଏବଂ ୧୯ ଏସ୍ଟି ସିଟ୍, କେରଳରେ ୧୪ ଏସ୍ସି ଏବଂ ୨ ଏସ୍ଟି ସିଟ୍, ପୁଡ଼ୁଚେରୀରେ ୫ ଏସ୍ସି ସିଟ୍, ତାମିଲନାଡ଼ୁରେ ୪୪ ଏସ୍ସି ଏବଂ ୨ ଏସ୍ଟି ସିଟ୍ ତଥା ପଶ୍ଚିମବଙ୍ଗରେ ୬୮ ଏସ୍ସି ଏବଂ ୧୬ ଏସ୍ଟି ସିଟ୍ ସଂରକ୍ଷିତ ଅଛି।

ଭୋଟର୍ଙ୍କ ସଂଖ୍ୟା ଅନୁଯାୟୀ, ଆସାମରେ ପ୍ରାୟ ୨.୫୦ କୋଟି, କେରଳରେ ପ୍ରାୟ ୨.୭୦ କୋଟି, ପୁଡ଼ୁଚେରୀରେ ପ୍ରାୟ ୯.୪୪ ଲକ୍ଷ, ତାମିଲନାଡ଼ୁରେ ପ୍ରାୟ ୫.୬୭ କୋଟି ଏବଂ ପଶ୍ଚିମବଙ୍ଗରେ ପ୍ରାୟ ୬.୪୪ କୋଟି ମତଦାତା ମତଦାନ କରିବେ। ନିର୍ବାଚନ ଆୟୋଗ ଶାନ୍ତିପୂର୍ଣ୍ଣ ଏବଂ ନିଷ୍ପକ୍ଷ ନିର୍ବାଚନ କରିବା ପାଇଁ ସମସ୍ତ ଆବଶ୍ୟକ ପ୍ରସ୍ତୁତି ପୁରା କରିବାକୁ କହିଛନ୍ତି।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande