ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ କେନ୍ଦ୍ର ସରକାରଙ୍କ ବିଶ୍ୱ ଶାନ୍ତି ନୀତିକୁ ସମର୍ଥନ କରେ
ସମାଲଖା, ୧୫ ମାର୍ଚ୍ଚ (ହି.ସ.) – ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ କେନ୍ଦ୍ର ସରକାରଙ୍କ ନୀତିକୁ ସମର୍ଥନ କରି ଦତାତ୍ରେୟ ହୋସୱାଲେ ରବିବାର କହିଛନ୍ତି ଯେ ସଂଘ ବିଶ୍ୱରେ ଶାନ୍ତି ସପକ୍ଷରେ । ସେ କହିଛନ୍ତି ଯେ, ସଂଘ ବର୍ତମାନର ଭୂ-ରାଜନୈତିକ ପରିସ୍ଥିତି ଉପରେ ମତାମତ ଦେବାକୁ ଚାହୁଁନାହିଁ, କ
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ କେନ୍ଦ୍ର ସରକାରଙ୍କ ବିଶ୍ୱ ଶାନ୍ତି ନୀତିକୁ ସମର୍ଥନ କରେ


ସମାଲଖା, ୧୫ ମାର୍ଚ୍ଚ (ହି.ସ.) – ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ କେନ୍ଦ୍ର ସରକାରଙ୍କ ନୀତିକୁ ସମର୍ଥନ କରି ଦତାତ୍ରେୟ ହୋସୱାଲେ ରବିବାର କହିଛନ୍ତି ଯେ ସଂଘ ବିଶ୍ୱରେ ଶାନ୍ତି ସପକ୍ଷରେ । ସେ କହିଛନ୍ତି ଯେ, ସଂଘ ବର୍ତମାନର ଭୂ-ରାଜନୈତିକ ପରିସ୍ଥିତି ଉପରେ ମତାମତ ଦେବାକୁ ଚାହୁଁନାହିଁ, କିନ୍ତୁ ସଂଗଠନର ସ୍ପଷ୍ଟ ବିଶ୍ୱାସ ଯେ, ଯୁଦ୍ଧ କୌଣସି ସମସ୍ୟାର ସମାଧାନ ନୁହେଁ । ସଂଘ ଚାହୁଁଛି ଯେ, ବିଶ୍ୱରେ ଚାଲିଥିବା ଦ୍ୱନ୍ଦ ଶୀଘ୍ର ଶେଷ ହେଉ ଏବଂ ଶାନ୍ତି ପ୍ରତିଷ୍ଠା ହେଉ । ସେ କହିଛନ୍ତି ଯେ, ଭାରତ ସରକାର ମଧ୍ୟ ଅନ୍ତର୍ଜାତୀୟ ସ୍ତରରେ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରୟାସ କରୁଛି ଏବଂ ଭାରତର ସର୍ବୋତମ ସ୍ୱାର୍ଥରେ ନିଷ୍ପତି ନେଉଛି ।

.............

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande