ଅଖିଳ ଭାରତ ଭ୍ରଷ୍ଟାଚାର ବିରୋଧୀ ସପ୍ସଗଠନର ନୂତନ କର୍ମକର୍ତା ଚୟନ
ଜୟପୁର, ୧୫ ମାର୍ଚ୍ଚ (ହି.ସ.) - ଅଖିଳ ଭାରତ ଭ୍ରଷ୍ଟାଚାର ବିରୋଧୀ ସଂଗଠନର କୋରାପୁଟ ଜିଲ୍ଲା କମିଟି ନିମନ୍ତେ ନୂତନ କର୍ମକର୍ତା ଚୟନ କରାଯାଇଛି। କୋରାପୁଟ ରାଜ୍ୟ ସଭାପତି ତଥା ବରିଷ୍ଠ ଆଇନଜୀବୀ ସୁବ୍ରତ ନନ୍ଦ କୋରାପୁଟ ଜିଲ୍ଲା କର୍ମକର୍ତାଙ୍କ ନାମ ଘୋଷଣା କରିଛନ୍ତି। ଦୁର୍ଗା ପ୍ରସାଦ ଶର୍ମାଙ୍କୁ କନଭ
ଅଖିଳ ଭାରତ ଭ୍ରଷ୍ଟାଚାର ବିରୋଧୀ ସପ୍ସଗଠନର ନୂତନ କର୍ମକର୍ତା ଚୟନ


ଜୟପୁର, ୧୫ ମାର୍ଚ୍ଚ (ହି.ସ.) - ଅଖିଳ ଭାରତ ଭ୍ରଷ୍ଟାଚାର ବିରୋଧୀ ସଂଗଠନର କୋରାପୁଟ ଜିଲ୍ଲା କମିଟି ନିମନ୍ତେ ନୂତନ କର୍ମକର୍ତା ଚୟନ କରାଯାଇଛି। କୋରାପୁଟ ରାଜ୍ୟ ସଭାପତି ତଥା ବରିଷ୍ଠ ଆଇନଜୀବୀ ସୁବ୍ରତ ନନ୍ଦ କୋରାପୁଟ ଜିଲ୍ଲା କର୍ମକର୍ତାଙ୍କ ନାମ ଘୋଷଣା କରିଛନ୍ତି। ଦୁର୍ଗା ପ୍ରସାଦ ଶର୍ମାଙ୍କୁ କନଭେନର ଭାବେ ଚୟନ କରାଯାଇଥିବା ବେଳେ ସ୍ନେହିତ ମିଶ୍ର ସହ ସଂଯୋଜକ, ଦୁର୍ନୀତି ବିରୋଧୀ ସଂଗଠନ ସଭାପତି ସୁବ୍ରତ କୁମାର ନନ୍ଦ,କୋରାପୁଟ ଜିଲ୍ଲା ସଭାପତି ଜି.ରାମବାବୁ, ଜୟପୁର ବ୍ଲକ ସଭାପତି ନରି ନାୟକ, ପୌର ସଭାପତି ପୂର୍ଣ୍ଣ ଚନ୍ଦ୍ର ପାଢି, କୋରାପୁଟ ବ୍ଲକ ସଭାପତି ଶିବ ପାତ୍ର, ସୁନାବେଡା ସଭାପତି ଇଶ୍ୱର ଆଲ୍ଲାଦ, ପଟ୍ଟାଙ୍ଗୀ ବ୍ଲକ ସଭାପତି ଭବାନୀ ଶଙ୍କର ନାୟକ, ବୋରିଗୁମ୍ମାବ୍ଲକ ସଭାପତି ରବିଶଙ୍କର ମହାପାତ୍ର, କୋଟପାଡ ବ୍ଲକ ସଭାପତି ସୁଧୀର ଚନ୍ଦ୍ର ମହାନ୍ତି, ଲମତାପୁଟ ବ୍ଲକ ସଭାପତି ପୁରୁଷୋତମ ଅଡାରି, ବୈପାରିଗୁଡା ବ୍ଲକ ସଭାପତି ଆର.ଡମ୍ବିକା ରାଓ, କୋରାପୁଟ ପୌର ସଭାପତି ଶିବ ପ୍ରସାଦ ପାତ୍ର, ନନ୍ଦପୁର ବ୍ଲକ ସଭାପତି ସାମୁଏଲ ଦଳପତି, ଦଶମନ୍ତପୁର ବ୍ଲକ ସଭାପତି ନୃସିପ୍ସହ ନନ୍ଦ ପଣ୍ତା ଓ ସିମିଳିଗୁଡା ବ୍ଲକ ସଭାପତି ଭାବେ ପବିତ୍ର କୁମାର ମହାପାତ୍ରଙ୍କ ନାମ ଘୋଷଣା କରାଯାଇଛି। ଆଗାମୀ ଦିନରେ ସମସ୍ତ ବ୍ଲକରେ ଭ୍ରଷ୍ଟାଚାର ବିରୋଧରେ ସ୍ୱର ଉଠାଇବା ପାଇଁ ନୂତନକର୍ମକର୍ତାଙ୍କୁ କୁହାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande