
ଭୁବନେଶ୍ୱର, 15 ମାର୍ଚ୍ଚ (ହି.ସ.): ବିରୋଧୀ ଦଳନେତା ନବୀନ ପଟ୍ଟନାୟକ ବିଶ୍ୱ ଉପଭୋକ୍ତା ଅଧିକାର ଦିବସ ଅବସରରେ ଉପଭୋକ୍ତା ଅଧିକାର ଓ ସଚେତନତାର ଗୁରୁତ୍ୱ ଆରୋପ କରି ଛନ୍ତି। ସେ କହିଛନ୍ତି ଯେ ଏକ ନ୍ୟାୟସଂଗତ ସମାଜ ଗଠନ ପାଇଁ ନ୍ୟାୟସଂଗତ ଏବଂ ପାରଦର୍ଶୀ ବଜାର ବ୍ୟବସ୍ଥା ଅତ୍ୟନ୍ତ ଆବଶ୍ୟକ।
ବିଶ୍ୱ ଉପଭୋକ୍ତା ଅଧିକାର ଦିବସ ଅବସରରେ ନିଜ ସୋସିଆଲ ମିଡିଆ ଏକାଉଂଟରେ ନିଜ ବାର୍ତାରେ ପଟ୍ଟନାୟକ ଲେଖିଛନ୍ତି, “ନ୍ୟାୟସଂଗତ ସମାଜ ପାଇଁ ଏକ ନ୍ୟାୟସଂଗତ ବଜାର ଆବଶ୍ୟକ। ପ୍ରତ୍ୟେକ ଉପଭୋକ୍ତାଙ୍କୁ ସୁରକ୍ଷା, ବିକଳ୍ପ, ସଠିକ୍ ସୂଚନା ଏବଂ ନିଜ ମତ ପ୍ରକାଶ କରିବାର ଅଧିକାର ମିଳିବା ଉଚିତ।”
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ