
ଭୁବନେଶ୍ୱର, ୧୮ ମାର୍ଚ୍ଚ (ହି.ସ)- ଟ୍ରଷ୍ଟ ଗଠନ ନେଇ ନବୀନଙ୍କ ସ୍ପଷ୍ଟୀକରଣ ପରେ ପ୍ରଶ୍ନ ଉଠାଇଛନ୍ତି ବିଜେପି ବିଧାୟକ ସନ୍ତୋଷ ଖଟୁଆ। ସେ କହିଛନ୍ତି ଯେ କହିଲେ ଓଡିଶା ବାସୀଙ୍କ ଟ୍ରଷ୍ଟ ଭାଙ୍ଗିଛନ୍ତି ନବୀନ। ଫାଉଣ୍ଡେସନ ଖୋଲିଲା ବେଳେ ସ୍ପଷ୍ଟୀକରଣ ରଖିଲେନି। ଏବେ କାହିଁକି ସ୍ପଷ୍ଟୀକରଣ ରଖୁଛନ୍ତି। ଚୋରି କରି ଧରା ପଡିବା ପରେ ସ୍ପଷ୍ଟୀକରଣ ରଖିଲେ। ଏହି ଫାଉଣ୍ଡେସନ କେଉଁ ରାଜ୍ୟରେ କାମ କରିବ? ଯଦି ଓଡ଼ିଶାରେ କରିବ ତାହେଲେ ଓଡ଼ିଶାରେ କାହିଁକି ରେଜିଷ୍ଟ୍ରେସନ ହେଲା ନାହିଁ ? ନବୀନ ବାବୁ କଣ ଏବେ ଓଡ଼ିଶାରେ ନାହାନ୍ତି ? ସେ ଏବେ ବିରୋଧୀ ଦଳର ନେତା। ବିଜୁ ବାବୁ ଓଡ଼ିଶାର ସମ୍ପତି। ଫାଉଣ୍ଡେସନର ସଭାପତି ପାଣ୍ଡିଆନ ବାଇ ଲ ଅନୁସାରେ ସର୍ବେସର୍ବା କାହିଁକି ? ସେ ତ ସନ୍ୟାସୀ ନେଇଥିଲେ। ରାଜ୍ୟସଭା ସାଂସଦ ଟ୍ରଷ୍ଟର ସମ୍ପାଦକ ଅଛନ୍ତି। ଏଠି ରାଜନୈତିକ ଲୋକ କେମିତି ରହିଲେ ? ଯଦି ଅଣ ରାଜନୈତିକ ଟ୍ରଷ୍ଟ , ଚାରିଟି କାମ କରିବ ତାହେଲେ ରାଜନୈତିକ ଲୋକ କାହିଁକି ରହିଲେ ? ଏହି ଘଟଣା ପାଇଁ ତାଙ୍କର ୮ ବିଧାୟକ କ୍ରସ ଭୋଟିଙ୍ଗ କଲେ। ଆମେ ବିଧାନସଭାରେ ୮୨ ଥିଲୁ ଆଜି ୯୩ ରେ ପହଂଚିଲୁଣି। ମୁଁ ବାଚସ୍ପତି ଜରିଆରେ ଗୃହକୁ ଅବଗତ କରିଛି ଏବଂ ଏହି ଘଟଣାର ତଦନ୍ତ ଦାବି କରିଛି ବୋଲି କହିଛନ୍ତି ସନ୍ତୋଷ ଖଟୁଆ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା