ପୋଲ ତଳୁ ମୃତଦେହ ଉଦ୍ଧାର ଘଟଣା ଉତ୍ୟକ୍ତ ଲୋକେ ସୁରପ୍ରତାପପୁର ଫାଣ୍ଡି ଘେରାଉ କଲେ
ଭୁବନ, ୧୮ ମାର୍ଚ୍ଚ (ହି.ସ.) - ଢ଼େଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ସୁରପ୍ରତାପପୁର ଗ୍ରାମର ଜନୈକ ବ୍ୟକ୍ତି ଙ୍କ ମୃତଦେହ ଓଢଣା ପୋଲ ତଳୁ ଉଦ୍ଧାର ହେବା ଘଟଣାକୁ ନେଇ ଅଭିଯୁକ୍ତ ର ଗିରଫ ଦାବିରେ ଉତ୍ୟକ୍ତ ଲୋକେ ଆଜି ବୁଧବାର ସୁରପ୍ରତାପ ପୁର ଫାଣ୍ଡି ଘେରାଉ କରିଥିଲେ । ପ୍ରାପ୍ତ ଖବରରୁ ପ୍ରକାଶ
ପୋଲ ତଳୁ ମୃତଦେହ ଉଦ୍ଧାର ଘଟଣା ଉତ୍ୟକ୍ତ ଲୋକେ ସୁରପ୍ରତାପପୁର ଫାଣ୍ଡି ଘେରାଉ କଲେ


ଭୁବନ, ୧୮ ମାର୍ଚ୍ଚ (ହି.ସ.) - ଢ଼େଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ସୁରପ୍ରତାପପୁର ଗ୍ରାମର ଜନୈକ ବ୍ୟକ୍ତି ଙ୍କ ମୃତଦେହ ଓଢଣା ପୋଲ ତଳୁ ଉଦ୍ଧାର ହେବା ଘଟଣାକୁ ନେଇ ଅଭିଯୁକ୍ତ ର ଗିରଫ ଦାବିରେ ଉତ୍ୟକ୍ତ ଲୋକେ ଆଜି ବୁଧବାର ସୁରପ୍ରତାପ ପୁର ଫାଣ୍ଡି ଘେରାଉ କରିଥିଲେ । ପ୍ରାପ୍ତ ଖବରରୁ ପ୍ରକାଶ ଯେ, ଗତ ରବିବାର ଅପରାହ୍ନ ରେ ସୁରପ୍ରତାପ ପୁର ଦଳିତ ସାହିର ବିମଳ ମଲିକ ( ୩୫) ଙ୍କୁ ତାଙ୍କ ଶଳା ସିପୁନ ମଲିକ (୨୫) ଓ ତାଙ୍କ ବନ୍ଧୁ ଅଚ୍ୟୁତ ହାତୀ (୪୫) ଭୋଜି କରିବା ପାଇଁ ଘରୁ ଡାକି ନେଇଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ବିମଳ ଘରକୁ ଫେରି ନଥିବା ବେଳେ ତାଙ୍କ ଶଳା ଓ ବନ୍ଧୁ ଅଚ୍ୟୁତ ଗାଁ ରେ ବୁଲୁଥିଲେ। ବିମଳ ଙ୍କ ପରିବାର ସିପୁନ କୁ ପଚାରିବାରୁ ବିମଳ କେତେବେଳୁ ଆସିଲାଣି ବୋଲି କହିଥିଲା। ବହୁ ଖୋଜାଖୋଜି କରିବା ପରେ ବିମଳଙ୍କ ର କୌଣସି ସନ୍ଧାନ ମିଳି ନଥିଲା। ସୋମବାର ସକାଳେ ବିମଳଙ୍କ ବାଇକ ଟି ଏକ ଗଛରେ ଡେରା ହୋଇଥିବା ବେଳେ ତାଙ୍କ ମୃତଦେହ ଓଢଣା ପୋଲ ତଳେ ପଡିଥିବା ଦେଖିବାକୁ ମିଳିଥିଲା। ପରିବାର ଲୋକେ ପୋଲିସ କୁ ଖବର ଦେବା ପରେ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ କେଶ୍ ନଂ ୧୩୯/୨୦୨୬ ରେ ମାମଲା ରୁଜୁ କରିଥିଲା । ପୋଲିସ ଅଚ୍ୟୁତ ହାତୀ କୁ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସିପୁନ ମଲିକ ଫେରାର ହୋଇଯାଇଥିଲା। ମୁଖ୍ୟ ଅଭିଯୁକ୍ତଙ୍କ ଗିରଫ ଦାବିରେ ଶତାଧିକ ମହିଳା ପୁରୁଷ ଦୀର୍ଘ ସମୟ ଧରି ସୁରପ୍ରତାପ ପୁର ଫାଣ୍ଡି ଘେରାଉ କରିଥିଲେ। ଏ ସମ୍ପର୍କରେ ଖବର ପାଇ କାମାକ୍ଷା ନଗର ଏସ ଡି ପି ଓ ରଜନୀକାନ୍ତ ସାମଲ ପହଂଚି ଲୋକଙ୍କୁ ବୁଝାଶୁଝା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande