ସୁବର୍ଣ୍ଣପୁରରେ ଜିଲ୍ଲା ସ୍ତରୀୟ ସ୍ୱାସ୍ଥ୍ୟ ସମ୍ମିଳନୀ ଅନୁଷ୍ଠିତ
ସୁବର୍ଣ୍ଣପୁର, 18 ମାର୍ଚ୍ଚ (ହି.ସ.) ସ୍ୱାସ୍ଥ୍ୟ ସେବାରେ ଗୋଷ୍ଠୀ ସହଭାଗିତାକୁ ଆହୁରି ସୁଦୃଢ କରିବା ଉଦ୍ଧେଶ୍ୟରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି, ଆଜି ସୁବର୍ଣ୍ଣପୁର ପକ୍ଷରୁ ସୋନପୁର ଟାଉନ ହଲରେ ଜିଲ୍ଲା ସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି, ଜନ ଆରୋଗ୍ୟ ସମିତି ଓ ମହିଳା ଆରୋଗ୍ୟ ସମିତି ସମ୍ମିଳନୀ-୨୦୨୫
ସୁବର୍ଣ୍ଣପୁରରେ ଜିଲ୍ଲା ସ୍ତରୀୟ ସ୍ୱାସ୍ଥ୍ୟ ସମ୍ମିଳନୀ ଅନୁଷ୍ଠିତ


ସୁବର୍ଣ୍ଣପୁରରେ ଜିଲ୍ଲା ସ୍ତରୀୟ ସ୍ୱାସ୍ଥ୍ୟ ସମ୍ମିଳନୀ ଅନୁଷ୍ଠିତ


ସୁବର୍ଣ୍ଣପୁରରେ ଜିଲ୍ଲା ସ୍ତରୀୟ ସ୍ୱାସ୍ଥ୍ୟ ସମ୍ମିଳନୀ ଅନୁଷ୍ଠିତ


ସୁବର୍ଣ୍ଣପୁରରେ ଜିଲ୍ଲା ସ୍ତରୀୟ ସ୍ୱାସ୍ଥ୍ୟ ସମ୍ମିଳନୀ ଅନୁଷ୍ଠିତ


ସୁବର୍ଣ୍ଣପୁର, 18 ମାର୍ଚ୍ଚ (ହି.ସ.)

ସ୍ୱାସ୍ଥ୍ୟ ସେବାରେ ଗୋଷ୍ଠୀ ସହଭାଗିତାକୁ ଆହୁରି ସୁଦୃଢ କରିବା ଉଦ୍ଧେଶ୍ୟରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି, ଆଜି ସୁବର୍ଣ୍ଣପୁର ପକ୍ଷରୁ ସୋନପୁର ଟାଉନ ହଲରେ ଜିଲ୍ଲା ସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି, ଜନ ଆରୋଗ୍ୟ ସମିତି ଓ ମହିଳା ଆରୋଗ୍ୟ ସମିତି ସମ୍ମିଳନୀ-୨୦୨୫-୨୬ ଜିଲ୍ଲାପାଳ ଡ଼ ନୃପରାଜ ସାହୁଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯକ୍ରମରେ ଉପସ୍ଥିତ ଥିଲେ ଜିଲ୍ଲାପାଳ ଡ଼ ନୃପରାଜ ସାହୁ, ଅତିରିକ୍ତ ଜିଲ୍ଲାପାଳ ସାଧାରଣ ଶ୍ରୀମତୀ ଅଞ୍ଜଳୀନା ପ୍ରଧାନ, ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀମତୀ ଉଷାରଣୀ ଦାସ, ଉପଜିଲ୍ଲାପାଳ ସୋନପୁର ଡ଼ ସୌମ୍ୟରୂପା ରଥ, ସୋନପୁର ମୁନିସିପାଲଟି ନିର୍ବାହୀ ଅଧିକାରୀ ରୁଷି ମାଝୀ ପ୍ରମୁଖ ଯୋଗ ଦେଇଥିଲେ |

ଏହି ସମ୍ମିଳନୀରେ ଆଲୋଚନା କରାଯାଇଥିଲା ଯେ କିପରି ଅବହେଳିତ ଓ ଅପହଞ୍ଚ ଗୋଷ୍ଠୀକୁ ସ୍ୱାସ୍ଥ୍ୟ ସେବା ସହିତ ଯୋଡିବା ଓ ଜନସ୍ୱାସ୍ଥ୍ୟରେ ସଚେତନତା ବୃଦ୍ଧି କରିବା ପ୍ରଧାନ ଲକ୍ଷ୍ୟ ରହିଥିଲା।

ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦିଆଯାଇଛି ଯେ ଆଶା କର୍ମୀମାନେ ଦୀର୍ଘ ୨୦ ବର୍ଷ ଧରି ଗୋଷ୍ଠୀ ସହଭାଗିତାର ସାରଥୀ ଭାବେ କାମ କରି ଜିଲ୍ଲାରେ ପୋଲିଓ ନିରାକରଣ, ମ୍ୟାଲେରିଆ ନିୟନ୍ତ୍ରଣ ଓ କୋଭିଡ ପରିଚାଳନାରେ ମାଇଲଖୁଣ୍ଟ ସୃଷ୍ଟି କରିଛନ୍ତି। ଗର୍ଭବତୀ ଓ ପ୍ରସୂତି ସେବା, ଟୀକାକରଣ ଏବଂ ମମତା ଦିବସରେ ମଧ୍ୟ ତାଙ୍କର ଭୂମିକାକୁ ପ୍ରଶଂସା କରାଯାଇଥିଲା।

ସୂଚନା ଯେ ବର୍ତ୍ତମାନ ଜିଲ୍ଲାରେ ୬୪୧ ଜଣ ଆଶା କାର୍ଯ୍ୟରତ ଥିବା ବେଳେ ୭୮୫ଟି ଗାଁ କଲ୍ୟାଣ ସମିତି ଗ୍ରାମୀଣ ସ୍ୱାସ୍ଥ୍ୟ, ପରିମଳ ଓ ପୁଷ୍ଟି ଓ ପୋଷଣ କାର୍ଯ୍ୟକ୍ରମ କୁ ସଫଳ କରିବାପାଇଁ ସକ୍ରିୟ ଭୂମିକା ନେଉଛନ୍ତି। ଏହାସହ ୨ଟି ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ ଜନ ଆରୋଗ୍ୟ ସମିତି ଓ ସୋନପୁର ସହରରେ ୧୪ଟି ମହିଳା ଆରୋଗ୍ୟ ସମିତି ସଚେତନତା ସୃଷ୍ଟିରେ ଅଗ୍ରଣୀ ରହିଛନ୍ତି।

“ଗୋଷ୍ଠୀ ସହଭାଗିତା ଛଡା ସ୍ୱାସ୍ଥ୍ୟ ସେବାର ସଫଳତା ସମ୍ଭବ ନୁହେଁ,” ବୋଲି ଜିଲ୍ଲାପାଳ ଡ଼. ନୃପରାଜ ସାହୁ କହିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶ୍ରୀମତୀ ଉଷାରଣୀ ଦାସ କହିଥିଲେ, “ଆଶା ଓ ଗାଁ ସମିତିମାନଙ୍କର ସକ୍ରିୟତା ଦ୍ୱାରା ମାତୃ ଓ ଶିଶୁ ସ୍ୱାସ୍ଥ୍ୟରେ ଉନ୍ନତି ଆସିଛି।” ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳୀନା ପ୍ରଧାନ ମଧ୍ୟ ସମସ୍ତଙ୍କ ସମନ୍ୱୟକୁ ଗୁରୁତ୍ୱ ଦେଇ ଥିଲେ।

ସମ୍ମିଳନୀରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଆଶା କର୍ମୀ, ବିଭିନ୍ନ ସମିତି, ସ୍ୱାସ୍ଥ୍ୟ କର୍ମୀ ଓ ଡାକ୍ତରମାନଙ୍କୁ ସମ୍ମାନିତ କରାଯାଇଥିଲା।

------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande