
ଜୟପୁର,୧୮ ମାର୍ଚ୍ଚ(ହି.ସ.) – ଜୟପୁର ରାଣୀପୁଟ ସ୍ଥିତ ଗୋପାଳକୃଷ୍ଣ ଯାନ୍ତ୍ରୀକ ମହାବିଦ୍ୟାଳୟ ପରିସରରେ କଲେଜର ପ୍ରତିଷ୍ଠାତା ପୂର୍ବତନ ସପ୍ସପାଦକ ତଥା ନିର୍ଦ୍ଧେଶକ ସ୍ୱର୍ଗତ ଗୋପାଳ କୃଷ୍ଣ ନାହାକଙ୍କ ୨୫ତମ ଶ୍ରାଦ୍ଧ ବାର୍ଷିକି ପାଳିତ ହୋଇଯଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପରିଚାଳନା କମିଟି ସଭ୍ୟ କାଳୀ ପ୍ରସାଦ ପଟ୍ଟ୍ନାୟକ ଯୋଗ ଦେଇ କଲେଜର ଇତିହାସ ତଥା ସ୍ୱର୍ଗତ ଗୋପାଳକୃଷ୍ଣ ନାହାକଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ଡିଗ୍ରୀ ବିଭାଗର ଅଧ୍ୟକ୍ଷା ଡ.ଭୁମିକା ପାଣିଗ୍ରାହୀ, ପଲିଟେକନିକ ଅଧ୍ୟକ୍ଷା ଇପ୍ସ ନିବେଦିତା ପାତ୍ର, ଆଇଟିଆଇ ଅଧ୍ୟକ୍ଷ ଇପ୍ସ ଏମ ଶ୍ରୀନିବାସନ ଯୋଗ ଦେଇ କଲେଜକୁ ଆଗକୁ ନେବାପାଇଁ ସମସ୍ତଙ୍କ ସହଯୋଗ ଏକାନ୍ତ କାମ୍ୟ ବୋଲି କହିଥିଲେ। ପ୍ରଥମେ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ସ୍ୱର୍ଗତ ଗୋପାଳ କୃଷ୍ଣ ନାହାକଙ୍କ ଆଦର୍ଶ ଓ ମାର୍ଗ ଦର୍ଶନରେ ଅନୁପ୍ରାଣିତ ହେବା ପାଇଁ ସମତେ ଶପଥ ପାଠ କରିଥିଲେ। ଏହି ସଭାରେ କଲେଜର ସମସ୍ତ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଓ ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ। ସୁବ୍ରତ ପ୍ରସାଦ ରଥ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅଧ୍ୟାପକ ଅମୋଲ କୁମାର ବାଘ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ପ୍ରଶାସନିକ ଅଧିକାରୀ ହିମାପ୍ସଶୁ ଶେଖର ନାହାକଙ୍କୁ ସମ୍ମାନିତ କରାଯାଇଥିଲା।
.......................................
ହିନ୍ଦୁସ୍ଥାନ ସମାଚାର / ପିକେପି