
ଜୟପୁର,୧୮ ମାର୍ଚ୍ଚ(ହି.ସ.) – ଆଜି ମହିଳା ଏବପ୍ସ ଶିଶୁ ବିକାଶ ବିଭାଗର କମିଶନର ତଥା ସଚିବ ଡଃ ମୃଣାଳିନୀ ଦସ୍ୱର୍ାଲ, କୋରାପୁଟ ଜିଲ୍ଲା ପରିଦର୍ଶନରେ ଆସିଥିଲେ। ପ୍ରଥମେ ସେ ସୁପୋଷିତ ଓଡିଶା ମିଶନ ଜିଲ୍ଲାସ୍ତରୀୟ କର୍ମଶାଳାକୁ ଉଦଘାଟନ କରିଥିଲେ। ମହିଳା ଏବପ୍ସ ଶିଶୁ ବିକାଶ ତରଫରୁ ନୂଆକରି ଆରମ୍ଭ ହୋଇଥିବା ମହିଳା ମାନଙ୍କ ସୁରକ୍ଷା ସମୃଦ୍ଧି ଏବପ୍ସ ଅର୍ଥନୈତିକ ପ୍ରଗତି ପାଇଁ ରାଜ୍ୟ ମହିଳା ହବ ଏବପ୍ସ ଜିଲ୍ଲା ମହିଳା ହବ ଗଠନ ହୋଇଥିବା ସପ୍ସପର୍କରେ ସମ୍ୟକ ଧାରଣା ଦେଇଥିଲେ। ସୁଭଦ୍ରା ଯୋଜନା, ମମତା ଯୋଜନା, ପୋଷଣ ଅଭିଯାନ, ମୁଖ୍ୟମନ୍ତ୍ରୀ ସପ୍ସପୂର୍ଣ୍ଣ ପୃଷ୍ଟି ଯୋଜନା, ପୂର୍ଣ୍ଣ ଆହାର ଯୋଜନାରେ ହିତାଧିକାରୀ ମାନେ ଲାଭବାନ ହୋଇପାରୁଛନ୍ତି କି ନାହିଁ ତୃଣମୂଳ ସ୍ତରରେ ଅଙ୍ଗନ୍ୱାଡି କର୍ମୀ ମାନଙ୍କୁ ମହିଳା ପରିଦର୍ଶିକାମାନଙ୍କୁ ପଚାରି ବୁଝିଥିଲେ। ଏହା ପରେ ୱାନ ଷ୍ଟପ ସେଣ୍ଟର, ପୁଷ୍ଟି ପୁନର୍ବାସ କେନ୍ଦ୍ର, ଦୁଇଟି ଶକ୍ତି ସଦନ ସେଣ୍ଟରକୁ ଗସ୍ତ କରିଥିଲେ। ସେଠାରେ ଉପସ୍ଥିତ ମା ମାନଙ୍କ ସହିତ, ହିତାଧିକାରୀ ମାନଙ୍କ ସୁବିଧା, ସରକାରଙ୍କ ତରଫରୁ ସହାୟତା ଠିକ ସମୟରେ ପାଉଛନ୍ତି କି ନାହିଁ ପଚାରି ବୁଝିଥିଲେ। ପୁଷ୍ଟି ପୁର୍ନବାସ କେନ୍ଦ୍ରରେ ଥିବା ମାମାନେ ସୁଭଦ୍ରା ଯୋଜନାରେ ହିତାଧିକାରୀ ଭାବେ ପ୍ରାପ୍ୟ ପାଇଛନ୍ତି କି ନାହିଁ ପଚାରି ବୁଝିଥିଲେ। ଏବଂ ଅପରାହ୍ନରେ ଜିଲ୍ଲା ସ୍ତରୀୟ ସମସ୍ତ ଅଧିକାରୀ, ଶିଶୁ ବିକାଶ ଯୋଜନା ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କ ସହ ବୈଠକ କରିଥିଲେ। ଏହି ଗ୍ରସ୍ତ ସମୟରେ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ମହିଳା ସୁରକ୍ଷା ଅଧିକାରୀ ତଥା ଜିଲ୍ଲାର ସମାଜ ମଙ୍ଗଳ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ପିକେପି