
ଖୋର୍ଦ୍ଧା, ୧୮ ମାର୍ଚ୍ଚ (ହି.ସ.) - ଖୋର୍ଦ୍ଧା ଅବକାରୀ ସ୍କ୍ୱାର୍ଡ ୧୫୦କେଜି ଗଞ୍ଜେଇ , ଗୋଟିଏ ମାରୁତି ସୂଜୁକି ଜି ଭିଟାର କାର ଜବତ କରିବା ସହ ୨ଜଣକୁ ଗିରଫ କରିଛି। ଗିରଫ ଦ୍ୱୟ ହେଲେ କନ୍ଧମାଳ ଜିଲ୍ଲା ବିଶିଆପଡା ସଦର ଥାନା ଅନ୍ତର୍ଗତ ବୋଇଡା ଗ୍ରାମର ସୁନିଲ ଦିଗାଲ(୩୦) ଓ ଦେବରାଜ ଦିଗାଲ(୨୩)। ଅବକାରୀ ବିଭାଗ ସୁଚନା ମୁତାବକ ବୁଧବାର ସକାଳେ ସୁନିଲ ଓ ଦେବରାଜ ଗୋଟିଏ ମାରୁତି ସୂଜୁକି ଜି ଭିଟାର ୨୫ବିଏଚ ୯୫୫୪ ଜି ନମ୍ବର ବିଶିଷ୍ଟ କାର ଯୋଗେ ୬ଟି ଗଞ୍ଜେଇ ଭର୍ତି ଅଖାରେ ୧୫୦କେଜି ଗଞ୍ଜେଇ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଏକ ବିଶେଷ ସୁତ୍ରରୁ ଖବର ପାଇ ଜିଲ୍ଲା ମୋବାଇଲ ୟୁନିଟ ଆଇଆଇସି ତାପସ୍ୱିନୀ ବରାଳଙ୍କ ନେତୃତ୍ୱରେ ବେଗୁନିଆ ପୋଷ୍ଟଲ ଛକ ନିକଟରେ ଚଢ଼ାଉ କରି ଉକ୍ତ ଗଞ୍ଜେଇ ଭର୍ତି ଗାଡିକୁ ଜବତ କରି ତନଖି କରିଥିଲେ। ତନଖି ସମୟରେ ବିଭାଗ ଜାଣିବାକୁ ପାଇଲା ଯେ ସେଥିରେ ଗଞ୍ଜେଇ ଭର୍ତି କରାଯାଇ ଚୋରା ଚାଲାଣ କରାଯାଉଥିଲା।
ହିନ୍ଦୁସ୍ଥାନ ସମାଚାର / ରାକେଶ