
କୋଲକାତା, 18 ମାର୍ଚ୍ଚ (ହି.ସ.)- ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୬ ପୂର୍ବରୁ
ନିର୍ବାଚନ ଆୟୋଗ ପ୍ରଶାସନିକ ସ୍ତରରେ ନିରନ୍ତର ପରିବର୍ତ୍ତନ କରୁଛି। ଏହି କ୍ରମରେ ବୁଧବାର ଆୟୋଗ
ରାଜ୍ୟର ୧୩ ଜଣ ଜିଲ୍ଲାପାଳଙ୍କୁ ବଦଳି କରି ସେମାନଙ୍କୁ ବିଭିନ୍ନ ଜିଲ୍ଲାରେ ଜିଲ୍ଲାପାଳ ସହ
ଜିଲ୍ଲା ନିର୍ବାଚନ ଅଧିକାରୀ (ଡିଏମ/ଡିଇଓ) ଭାବେ ନିଯୁକ୍ତ କରିଛି।
ନିର୍ବାଚନ ଆୟୋଗ ପକ୍ଷରୁ ବୁଧବାର ଜାରି ହୋଇଥିବା ଆଧିକାରିକ ଆଦେଶରେ
କୁହାଯାଇଛି ଯେ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତିର ସମୀକ୍ଷା ପରେ ଏହି ନିଷ୍ପତି ନିଆଯାଇଛି
। ଆୟୋଗ ସମସ୍ତ ଅଧିକାରୀଙ୍କୁ ତୁରନ୍ତ ପ୍ରଭାବରୁ ନୂତନ ଦାୟିତ୍ୱ ଗ୍ରହଣ କରିବାକୁ ନିର୍ଦେଶ
ଦେଇଛି ଏବଂ ସେମାନଙ୍କର ପଦଭାର ଗ୍ରହଣ ସମ୍ବନ୍ଧୀୟ ଅନୁସରଣ ରିପୋର୍ଟ ୧୯ ମାର୍ଚ୍ଚ ଦିନ ଦ୍ୱିପ୍ରହର
୩ଟା ମଧ୍ୟରେ ପଠାଇବାକୁ କୁହାଯାଇଛି।
ଆଦେଶ ଅନୁଯାୟୀ ଜିତିନ ଯାଦବଙ୍କୁ କୁଚବିହାର, ସନ୍ଦୀପ ଘୋଷଙ୍କୁ
ଜଳପାଇଗୁଡ଼ି, ବିବେକ କୁମାରଙ୍କୁ
ଉତ୍ତର ଦିନାଜପୁର ଏବଂ ରଜନୀର ସିଂହ କପୁରଙ୍କୁ ମାଲଦାର ଡିଏମ/ଡିଇଓ କରାଯାଇଛି।
ଏହିପରି ଆର୍. ଅର୍ଜୁନଙ୍କୁ ମୁର୍ଶିଦାବାଦ, ଶ୍ରୀକାନ୍ତ
ପାଳୀଙ୍କୁ ନଦିଆ, ସ୍ୱେତା
ଅଗ୍ରୱାଲଙ୍କୁ ପୂର୍ବ ବର୍ଦ୍ଧମାନ ଏବଂ ସ୍ମିତା ପାଣ୍ଡେୟଙ୍କୁ କୋଲକାତା ଉତ୍ତରର ନଗର ଆୟୁକ୍ତ ସହ
ଜିଲ୍ଲା ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି।
ଏହା ସହିତ ରଣଧୀର କୁମାରଙ୍କୁ କୋଲକାତା ଦକ୍ଷିଣର ଜିଲ୍ଲା ନିର୍ବାଚନ
ଅଧିକାରୀ, ଶିଳ୍ପା
ଗୌରିସାରିଆଙ୍କୁ ଉତ୍ତର ୨୪ ପ୍ରଗଣା, ଅଭିଷେକ କୁମାର ତିୱାରୀଙ୍କୁ ଦକ୍ଷିଣ ୨୪ ପ୍ରଗଣା, ହରିଶଙ୍କର
ପଣିକ୍କରଙ୍କୁ ଦାର୍ଜିଲିଙ୍ଗ ଏବଂ ଟି. ବାଲାସୁବ୍ରମଣିୟନଙ୍କୁ ଅଲିପୁରଦୁଆରର ଡିଏମ-କମ-ଡିଇଓ
ଭାବେ ନିଯୁକ୍ତ କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା