
ନୂଆଦିଲ୍ଲୀ, 20 ମାର୍ଚ୍ଚ (ହି.ସ.)- ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଶୁକ୍ରବାର
ଇନ୍ଦ୍ରପ୍ରସ୍ଥ ବସ ଡିପୋରୁ 300ଟି ନୂତନ ଇଭି ବସକୁ ସବୁଜ ପତାକା ଦେଖାଇ ଜନସାଧାରଣଙ୍କୁ
ସମର୍ପିତ କରିଛନ୍ତି। ଏହା ସହିତ ନାନକସର–ଗାଜିଆବାଦ ମଧ୍ୟରେ ନୂତନ ଅନ୍ତର୍ରାଜ୍ୟ ବସ ସେବାର
ଆରମ୍ଭ ଏବଂ ଦିଲ୍ଲୀ ପରିବହନ ନିଗମ (ଡିଟିସି)ର ନୂତନ କାର୍ଯ୍ୟାଳୟ ଭବନର ଶିଳାନ୍ୟାସ ମଧ୍ୟ
କରାଯାଇଛି।
ମୁଖ୍ୟମନ୍ତ୍ରୀ ସୋସିଆଲ
ମିଡିଆ ଆକାଉଣ୍ଟ ‘ଏକ୍ସ’ରେ ପୋଷ୍ଟ କରି କହିଛନ୍ତି ଯେ, ଏହି
ପଦକ୍ଷେପ ଦିଲ୍ଲୀର ଗତିକୁ ନୂତନ ଦିଗ ଦେଇଛି। ବର୍ତ୍ତମାନ ଯାତ୍ରା ଅଧିକ ସହଜ ହେବ ଏବଂ ସଂଯୋଗ
ବ୍ୟବସ୍ଥା ଆହୁରି ଦ୍ରୁତ ହେବ। ସେ କହିଛନ୍ତି ଯେ, ଗତ ଏକ
ବର୍ଷରେ 2000 ରୁ ଅଧିକ ଇଭି ବସକୁ ଡିଟିସି ବେଡ଼ରେ ସମ୍ମିଳିତ କରାଯାଇଛି। ସାର୍ବଜନିକ
ପରିବହନକୁ ସମ୍ପୂର୍ଣ୍ଣ ପ୍ରଦୂଷଣମୁକ୍ତ କରିବା ପାଇଁ ଆମେ ଡିଟିସିର ସମଗ୍ର ଫ୍ଲିଟକୁ ଇଭିରେ
ପରିବର୍ତ୍ତନ କରିବୁ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, 2023 ରୁ ବନ୍ଦ ଥିବା ଇଭି ପ୍ରୋତ୍ସାହନ ପୋର୍ଟାଲକୁ ପୁନର୍ବାର ଆରମ୍ଭ
କରାଯାଇଛି। ଏହା ଅଧୀନରେ 12,877 ଜଣଙ୍କୁ 24 କୋଟି ଟଙ୍କାର ବକେୟା ସବସିଡି ସିଧାସଳଖ ଡିବିଟି ମାଧ୍ୟମରେ
ଦିଆଯାଇଛି।
ଏହି ଅବସରରେ ଦିଲ୍ଲୀର
ପରିବହନ ମନ୍ତ୍ରୀ ଡ଼ଃ ପଙ୍କଜ କୁମାର ସିଂହ ଓ ବିଧାୟକ ତରବିନ୍ଦର ସିଂହ ମାରୱାହ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା