ଶନିବାରରୁ ଦୁଇଦିନିଆ ମହାରାଷ୍ଟ୍ର ଗସ୍ତରେ ରହିବେ ଉପରାଷ୍ଟ୍ରପତି
ନୂଆଦିଲ୍ଲୀ, 20 ମାର୍ଚ୍ଚ (ହି.ସ.)- ଉପରାଷ୍ଟ୍ରପତି ସି. ପି. ରାଧାକୃଷ୍ଣନ 21 ଓ 22 ମାର୍ଚ୍ଚରେ ମହାରାଷ୍ଟ୍ରର ଦୁଇ ଦିନିଆ ଗସ୍ତରେ ରହିବେ। ପଦଭାର ଗ୍ରହଣ କରିବା ପରେ ଏହା ତାଙ୍କର ରାଜ୍ୟକୁ ପ୍ରଥମ ଗସ୍ତ ହେବ। ଉପରାଷ୍ଟ୍ରପତି ସଚିବାଳୟ ଶୁକ୍ରବାର ଜଣାଇଛି ଯେ, ଉପରାଷ
ଭିସି


ନୂଆଦିଲ୍ଲୀ, 20 ମାର୍ଚ୍ଚ (ହି.ସ.)- ଉପରାଷ୍ଟ୍ରପତି

ସି. ପି. ରାଧାକୃଷ୍ଣନ 21 ଓ 22 ମାର୍ଚ୍ଚରେ ମହାରାଷ୍ଟ୍ରର ଦୁଇ ଦିନିଆ ଗସ୍ତରେ ରହିବେ। ପଦଭାର

ଗ୍ରହଣ କରିବା ପରେ ଏହା ତାଙ୍କର ରାଜ୍ୟକୁ ପ୍ରଥମ ଗସ୍ତ ହେବ।

ଉପରାଷ୍ଟ୍ରପତି ସଚିବାଳୟ

ଶୁକ୍ରବାର ଜଣାଇଛି ଯେ, ଉପରାଷ୍ଟ୍ରପତି 21

ମାର୍ଚ୍ଚରେ ନାଗପୁରର ମହର୍ଷି ବ୍ୟାସ ସଭାଗୃହରେ ‘ଭାରତୀୟ ଯୁବ ସଂସଦ’ର 29ତମ ଜାତୀୟ ଅଧିବେଶନର

ଉଦ୍ଘାଟନ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହା ପରେ ସେ ମୁମ୍ବାଇ ଯିବେ, ଯେଉଁଠାରେ ରତନ ଟାଟା ମହାରାଷ୍ଟ୍ର ରାଜ୍ୟ କୌଶଳ ବିଶ୍ୱବିଦ୍ୟାଳୟର

ପ୍ରଥମ ଦୀକ୍ଷାନ୍ତ ସମାରୋହ ଓ ମୁମ୍ବାଇର ଲୋକ ଭବନରେ 64ତମ ଜୈନ ଦୀକ୍ଷା ସମାରୋହରେ ଯୋଗ ଦେବେ।

ଗସ୍ତର ଦ୍ୱିତୀୟ ଦିନ 22

ମାର୍ଚ୍ଚରେ ଉପରାଷ୍ଟ୍ରପତି ମହାରାଷ୍ଟ୍ରର ପୁଣେ ଅବସ୍ଥିତ ଉରୁଳି କଞ୍ଚନରେ ନିସର୍ଗୋପଚାର

ଆଶ୍ରମର ସ୍ଥାପନା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande