
ଜୟପୁର, ୨୩ ମାର୍ଚ୍ଚ (ହି.ସ.)- କାଳିଆ ଗାଁ ରାଧା କୃଷ୍ଣ ମନ୍ଦିର ଠାରେ ଦୀପ ମହାଯଜ୍ଞ ଆୟୋଜିତ ହୋଇଥିଲା ଯାହାର ମୁଖ୍ୟ ଲକ୍ଷ୍ୟ
ସଜ୍ଜନ ମାନଙ୍କୁ ସଙ୍ଗଠିତ କରି ଅନିତି ବିରୁଦ୍ଧରେ ସଂଘର୍ଷ କରିବା ୨୫୧ ଗ୍ରାମରୁ ୧୦୦୮ ଦେବ ଦମ୍ପତିଙ୍କୁ ନେଇ ଭୂମି ପୂଜନ କରି ଯଜ୍ଞ ଓ ସଂସ୍କାର ର ଆୟାଜନ କରିବା ଓ ଏହି ମାସରେ ହେବାକୁ ଥିବା ଶ୍ରୀରାମ ଲୀଳା ଓ ଶ୍ରୀରାମ ନବମୀ କାର୍ଯ୍ୟକ୍ରମକୁ ସଫଳତା ପ୍ରଦାନ କରିବା।
ଉକ୍ତ କାର୍ଯ୍ୟକ୍ରମର ପରିଚାଳନା ଜିଲ୍ଲା ଗାୟତ୍ରୀ ପରିବାର ମୁଖ୍ୟ ଟ୍ରଷ୍ଟି ସପ୍ତସୁତ୍ରୀ କାର୍ଯ୍ୟକ୍ରମ ପ୍ରମୁଖ ନିରଞ୍ଜନ ପାଣିଗ୍ରାହି, ଜିଲ୍ଲା ସମନ୍ୱୟକ ସୁଶ୍ରୀ ଋତୁମ୍ବରା ପ।ତ୍ର, ଆଓ ଗଢେ ସଂସ୍କାର ବାନ ପିଢ଼ି ର ଶୁଭଶ୍ରୀ ପାଣିଗ୍ରାହି, ନିରଞ୍ଜନ ଭାଇ କାର୍ଯ୍ୟକ୍ରମର ବିସ୍ତୃତ ବିବରଣୀକୁ ବୁଝାଇବାକୁ ଯାଇ ପ୍ରଳଙ୍କରି ସନ୍ଧି ବେଳରେ ଜାତି, ଧର୍ମ, ବର୍ଣ୍ଣ ଭାଷା, ପ୍ରାନ୍ତ ସମ୍ପ୍ରଦାୟ ନିର୍ବିଶେଷରେ ସମସ୍ତ ସନ।ତନି ବନ୍ଧୁ, ଜନ ଜାତିଙ୍କୁ ସଂଗଠିତ ହୋଇ ରହିବା ନିମନ୍ତେ ସନ୍ଦେଶ ଦେଇ ଶ୍ରୀ ରାମ ଯୁବ ସେନା ଓ ମାଆ ଭଗବତୀ ମହିଳା ,ସ୍ୱାଧ୍ୟାୟ ମଣ୍ଡଳ ଗଠନ କରାଯାଇଥିଲା। ଏଥିରେ ସହଯୋଗ କରିଥିଲେ କାଳିଆ ଗାଁ ଗ୍ରାମବାସୀ । ଇତି ମଧ୍ୟରେ ବାମୁଣୀ ପୁଟ , ଧନପୂର୍, ଡୁମୁରିଗୁଡ଼ା, ଫ।ମ୍ପୁଣି, କୁନ୍ତର୍ଖ।ଲ, ସମଦାସ ପୁଟ, ବ।ଗ୍ରା ଗୁଡା, ବନୁଗୁଡ଼ା, ରାଜୀବ ନଗର, ନନ୍ଦ ଗୁଡ଼ା, ଏହିପରି ୫୦ରୁ ଉର୍ଦ୍ଧ ଗ୍ରାମ ସଂପର୍କ କରି ୧୫ରୁ ଉର୍ଦ୍ଧ ଗ୍ରାମ ଗୁଡିକରେ ଦୀପ ମହାଯଜ୍ଞ ସମ୍ପନ୍ନ ହୋଇଯାଇଅଛି। ଯେଉଁଥିରେ କି ଗଙ୍ଗାଧର ପାଣିଗ୍ରାହୀ, ସୂର୍ଯ୍ୟ ନାରାୟଣ ପାତ୍ର, ରଶ୍ମିତା ଶିଅ, ମମତା ମିଶ୍ର, ରତନ ଭାଇ, ଲୁକି ଭାଇ, ଗୋପାଳ ପାତ୍ର, ମମତା ପାଣିଗ୍ରାହି, ସାଗର ବିଶ୍ଵାଳ, ଜ୍ୟୋତି ରଞ୍ଜନ ପାଣିଗ୍ରାହି, ବାଜି ସେଠୀ, ଯୋଗେଶ୍ୱରୀ ପାଣିଗ୍ରାହି, ମିଲି ଭଉଣୀ, ପ୍ରଜ୍ଞା ପରିମିତା ପାଣିଗ୍ରାହିଙ୍କ ବିଶେଷ ସହଯୋଗ ରହିଥିଲା। ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି