
ଖୋର୍ଦ୍ଧା,୨୩ ମାର୍ଚ୍ଚ(ହି.ସ.) – ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ ଏବଂ ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ବୋଲଗଡ଼ ବ୍ଲକ୍ ଅନ୍ତର୍ଗତ ଧଳାପଥର ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ପୂର୍ବାହ୍ନରେ ପଲ୍ଲୀରେ ଜିଲ୍ଲା ପ୍ରଶାସନିକ ଜନଶୁଣାଣି କରି ଜନ ସାଧାରଣ ମାନଙ୍କର ବିଭିନ୍ନ ଆପତି ଅଭିଯୋଗ ଗୁଡ଼ିକର ଶୁଣାଣି କରିଛନ୍ତି କ୍ଷଉକ୍ତ ଜନ ଅଭିଯୋଗ ଶୁଣାଣି ଶିବିରରେ ବେଗୁନିଆ ବିଧାୟକ, ପ୍ରଦୀପ କୁମାର ସାହୁ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଖୋର୍ଦ୍ଧା ଜ୍ୟୋତି ଶଙ୍କର ସାହୁ, ଉପ ଜିଲ୍ଲାପାଳ ସଂକଳ୍ପ ସ୍ୱସ୍ତିକ ସାହୁ,ଆସିଷ୍ଟାଂଟ କଲେକ୍ଟର, ଅଭିଯୋଗ, ଭୁବନେଶ୍ୱରୀ କଅଁର, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସଞ୍ଜୟ ଚନ୍ଦ୍ର ରାୟ ଯୋଗଦେଇଥିଲେ। ଆଜିର ଅଭିଯୋଗ ଶୁଣାଣି ରେ ମୋଟ ୯୭ଟି ଅଭିଯୋଗ ଆସିଥିବାବେଳେ ତନ୍ମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ ୮୧ଟି ଏବଂ ଗ୍ରାମୀଣ ସମସ୍ୟା ଜନିତ ୧୬ଟି ଅଭିଯୋଗ ଆସିଥିଲା। ଶିବିରରେ ତତ୍କାଳ ୬ଟି ଅଭିଯୋଗର ସମାଧାନ କରାଜାଇଥିବା ବେଳେ ଅନ୍ୟ ଅଭିଯୋଗ ଗୁଡ଼ିକୁ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଯଥାଶୀଘ୍ର ସମାଧାନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଅଭିଯୋଗ ଶୁଣାଣୀ ଶିବିରରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଓ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ଅଭିଯୋଗକାରୀ ପ୍ରମିଳା ବରାଳ, ଗ୍ରାମ: ସାନ ହନ୍ତୁଆଡ, ଗ୍ରାମ ପଂଚାୟତ: ଗାଲୁଆଙ୍କୁ ତାଙ୍କ ପୁଅର ମୃତ୍ୟୁକାଳୀନ ସହାୟତା ପାଇଁ ୨୫ ହଜାର, ଜୟନ୍ତୀ ସୁନ୍ଦରାୟ, ଗ୍ରାମ: ସାନ ହନ୍ତୁଆଡ,ଗ୍ରା: ପ: ଗାଲୁଆ, ବୋଲଗଡ଼ଙ୍କୁ ଦୁର୍ଘଟଣା ଜନିତ ଆର୍ôଥକ ସହାୟତା ନିମନ୍ତେ ୨୫ ହଜାର, ଅଉରି ଚରଣ ତାଡ଼,ଗ୍ରାମ: ବଡନୟାପଲ୍ଲୀ, ବୋଲଗଡଙ୍କୁ ୧୦ ହଜାର, ବର୍ଷାରାଣି ବାରିକ, ଗ୍ରାମ: ବଡ଼ ନୟାପଲ୍ଲୀ, ବୋଲଗଡଙ୍କୁ ୧୦ ହଜାର ଏବଂ ଶ୍ରଦ୍ଧାଞ୍ଜଳି ମହାପାତ୍ର, ଗ୍ରାମ: ଦଳ ବେହେରା ପାଟଣା, ବୋଲଗଡଙ୍କୁ ପାଠ ପଢା ପାଇଁ ୧୦ ହଜାର ଆର୍ôଥକ ସହାୟତାକୁ ନେଇ ମୋଟ ୮୦ ହଜାର ଟଙ୍କା ଆର୍ôଥକ ସହାୟତା ଆଜିର ପଲ୍ଲୀରେ ପ୍ରଶାସନ ଜନଶୁଣାଣୀ ଶିବିରରେ ଜିଲ୍ଲାପାଳ ପ୍ରଦାନ କରିଥିଲେ।
ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, କୃଷି,ଏବଂ ବିଭିନ୍ନ ଅତ୍ୟାବଶ୍ୟକ ସେବା ଜନସଚେତନତା ଷ୍ଟଲଗୁଡ଼ିକୁ ଜିଲ୍ଲାପାଳ, ବିଧାୟକ, ଆରକ୍ଷୀ ଅଧିକ୍ଷକ ପରିଦର୍ଶନ କରିଥିଲେ। ଅଭିଯୋଗ ଶୁଣାଣୀରେ ସଂପୃକ୍ତ ବ୍ଲକର ବିଡିଓ ସୁମନ ସୁଦ୍ଧା କୁଣ୍ଡୁ, ତହସିଲଦାର ବିଜୟ କୁମାର ସେଠୀ, ସରପଂଚ ନାରାୟଣ ସାହୁ ଙ୍କ ସମେତ ବ୍ଲକର ବିଭିନ୍ନ ପଂଚାୟତର ଜନ ପ୍ରତିନିଧି, ବିଭିନ୍ନ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀ ବୃନ୍ଦ, ବିଭିନ୍ନ ଲାଇନ୍ ଡିପାର୍ଟମେଂଟ ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରାକେଶ