ଲମତାପୁଟରେ ମିଳିତ ଜନଶୁଣାଣୀ ଶିବିର
ଜୟପୁର,୨୩ ମାର୍ଚ୍ଚ(ହି.ସ.) – କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ କାର୍ଯ୍ୟାଳୟ ପରିସରରେ ସୋମବାର ଦିନ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାଏକ ଏବଂ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରହିତ ବର୍ମା ଯୋଗଦେଇ ଜ
ଲମତାପୁଟରେ ମିଳିତ ଜନଶୁଣାଣୀ ଶିବିର


ଜୟପୁର,୨୩ ମାର୍ଚ୍ଚ(ହି.ସ.) – କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ କାର୍ଯ୍ୟାଳୟ ପରିସରରେ ସୋମବାର ଦିନ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାଏକ ଏବଂ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରହିତ ବର୍ମା ଯୋଗଦେଇ ଜନସାଧାରଣଙ୍କ ବିଭିନ୍ନ ସମସ୍ୟାର ପ୍ରତ୍ୟକ୍ଷ ଶୁଣାଣୀ କରିବା ସହ ତୁରନ୍ତ ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବାର୍ଦ୍ଧକ୍ୟ ଓ ବିଧବା ଭତାରୁ ବଂଚିତ ଥିବା ହିତାଧିକାରୀଙ୍କୁ ତୁରନ୍ତ ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ଅତିରିକ୍ତ ଜିଲ୍ଲାପାଳ ବିଡିଓଙ୍କୁ ପରାମର୍ଶ ଦେଇଥିଲେ। ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିଭିନ୍ନ ଗ୍ରାମରୁ ଆସିଥିବା ଶାନ୍ତି ଶୃଙ୍ଖଳା ରକ୍ଷା ଓ ପୋଲିସ ସହାୟତା ସମ୍ପର୍କିତ ମାମଲାଗୁଡ଼ିକର ସମୀକ୍ଷା କରିଥିଲେ ଓ ଅଭିଯୋଗ ଉପରେ ମଧ୍ୟ ଗୁରୁତ୍ୱ ସହ ଆଲୋଚନା କରିଥିଲେ। ମୋଟ ୩୯ଟି ଅଭିଯୋଗ ମଧ୍ୟରୁ ୧୩ଗୋଟି ବ୍ୟକ୍ତଗତ ୨୬ଟି ସାମୁହିକ ଅଭିଯୋଗ ଉପରେ ଶୁଣାଣି ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବେଣୁଧର ଶବର, ଉପ ଜିଲ୍ଲାପାଳ ପ୍ରେମ ଲାଲ ହିଆଲ, ଲମତାପୁଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜୟନ୍ତ କୁମାର ମେହେର, ତହସିଲଦାର ଦିବାକର ବାଗ ଏବଂ ଜିଲ୍ଲା ସ୍ତରୀୟ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande