ଶହିଦ୍ ଭଗତ୍ ସେନାର ରକ୍ତଦାନ ଶିବିର
ଭଦ୍ରକ, ୨୩ ମାର୍ଚ୍ଚ (ହି.ସ.) - ଶହିଦ୍ ଭଗତ୍ ସିଂହ, ସୁଖଦେବ ଦବ ଓ ରାଜଗୁରୁଙ୍କ ୯୫ତମ ବଳିଦାନ ଦିବସ ଉପଲକ୍ଷେ ଭଦ୍ରକର ମହାରାଜ ଅଗ୍ରସେନ ଭବନ, ଚରମ୍ପା ଠାରେ ସଂଗଠନର ଆବାହକ ତଥା ଭଦ୍ରକର ବିଧାୟକ ସୀତାଂଶୁ ସେଖର ମହାପାତ୍ରଙ୍କ ତତ୍ୱାବଧାନରେ ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଲିଂ କା
SAHID BHAGAT SENA RAKTADANA SIBIRA


ଭଦ୍ରକ, ୨୩ ମାର୍ଚ୍ଚ (ହି.ସ.) - ଶହିଦ୍ ଭଗତ୍ ସିଂହ, ସୁଖଦେବ ଦବ ଓ ରାଜଗୁରୁଙ୍କ ୯୫ତମ ବଳିଦାନ ଦିବସ ଉପଲକ୍ଷେ ଭଦ୍ରକର ମହାରାଜ ଅଗ୍ରସେନ ଭବନ, ଚରମ୍ପା ଠାରେ ସଂଗଠନର ଆବାହକ ତଥା ଭଦ୍ରକର ବିଧାୟକ ସୀତାଂଶୁ ସେଖର ମହାପାତ୍ରଙ୍କ ତତ୍ୱାବଧାନରେ ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଲିଂ କାର୍ଯ୍ୟକ୍ରମର ପ୍ରାରମ୍ଭରେ ଗୋପାଳ ଜୀଉ ଗୋଶାଳା ଠାରେ ଓଡ଼ିଶା ସରକାରଙ୍କ ଙ୍କ ଖଣି, ଇସ୍ପାତ, ପରିବହନ ଓ ବାଣିଜ୍ୟ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଓ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଗୋପୂଜନ କରି ଏକ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରାରେ ଚରମ୍ପାରେ ପହଂଚିଥିଲେ। ପରେ ଅତିଥ୍ ତିଥ୍ୟାମାନଙ୍କୁ ପାରମ୍ପରିକ ଭାବେ ସ୍ୱାଗତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଭଦ୍ରକର ବିଧାୟକ ଶ୍ରୀ ମହାପାତ୍ର, ବିଶିଷ୍ଟ ପ୍ରବଚକ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ, ଭାଜପା ଜିଲ୍ଲା ସଭାପତି ଭଗବାନ ପଣ୍ଡା ଓ ଅବସରପ୍ରାପ୍ତ ସୈନିକ ସଂଘର ଉପଦେଷ୍ଟା ମହେଶ୍ୱର ଦୀକ୍ଷିତ ପ୍ରମୁଖ ଉପସ୍ଥିତ ଥିଲେ। ଏହି ରକ୍ତଦାନ ଶିବିରରେ ସଂଗଠନର ସଦସ୍ୟ ଓ ଶୁଭେଛୁମାନଙ୍କ ସହଯୋଗରେ ମୋଟ ୩୪୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଶେଷରେ ସଂଗଠନର ବରିଷ୍ଠ ଉପଦେଷ୍ଟା ମନୋଜ ରାୟ ଧନ୍ୟବାଦ ଅର୍ପଣ ଅର୍ପଣ କରିଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande