ଜୟପୁରରେ ମାନସିକ ସୁସ୍ଥତା ଓ ଆତ୍ମହତ୍ୟା ପ୍ରତିରୋଧ କାର୍ଯ୍ୟକ୍ରମ ଆୟୋଜିତ
ଜୟପୁର,୨୩ ମାର୍ଚ୍ଚ(ହି.ସ.) – ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ, ଜୟପୁରର ରାଷ୍ଟ୍ରୀୟ ସେବା ଯୋଜନାର ପୁରୁଷ ଓ ମହିଳା ଇଉନିଟ୍ ପକ୍ଷରୁ “ମାନସିକ ସୁସ୍ଥତା ଓ ଆତ୍ମହତ୍ୟା ପ୍ରତିରୋଧ” ଶୀର୍ଷକ ଏକ ସଚେତନତା କାର୍ୟକ୍ରମ ଆୟୋଜିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବିକ୍ରମ ଦେ
ଜୟପୁରରେ ମାନସିକ ସୁସ୍ଥତା ଓ ଆତ୍ମହତ୍ୟା ପ୍ରତିରୋଧ କାର୍ୟକ୍ରମ ଆୟୋଜିତ


ଜୟପୁର,୨୩ ମାର୍ଚ୍ଚ(ହି.ସ.) – ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ, ଜୟପୁରର ରାଷ୍ଟ୍ରୀୟ ସେବା ଯୋଜନାର ପୁରୁଷ ଓ ମହିଳା ଇଉନିଟ୍ ପକ୍ଷରୁ “ମାନସିକ ସୁସ୍ଥତା ଓ ଆତ୍ମହତ୍ୟା ପ୍ରତିରୋଧ” ଶୀର୍ଷକ ଏକ ସଚେତନତା କାର୍ୟକ୍ରମ ଆୟୋଜିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ମହେଶ୍ୱର ଚନ୍ଦ୍ର ନାୟକ (ଓ.ଏ.ଏସ) , ମୁଖ୍ୟ ବ୍ୟକ୍ତି ଭାବେ ଡ଼ା. ଭାସ୍କର ନାଥ ବିଶ୍ୱାଳ ଉପସ୍ଥିତ ହୋଇ ଥିଲେ ଯିଏକି “ସପୋର୍ଟିଂ ଶୋଲ୍ଡର”ର ସ୍ଥାପକ ଅଟନ୍ତି। ଗରିମାମୟ ଅତିଥି ଭାବେ ଯୋଗଦାନ କରିଥିଲେ ଡ଼ା. ମନୋରଞ୍ଜନ ପ୍ରଧାନ ରାଷ୍ଟ୍ରୀୟ ସେବା ଯୋଜନାର ପ୍ରୋଗ୍ରାମ କୋ-ଓର୍ଡିନେଟର ,ଡ଼ା. ଅରୁଣ କୁମାର ରାଜ ଡିରେକ୍ଟର ଷ୍ଟୁଡେଣ୍ଟ ୱେଲଫେର,ରାଷ୍ଟ୍ରୀୟ ସେବା ଯୋଜନାର ପି.ଓ ଶ୍ରୀ ଲୋକେଶ ପ୍ରଧାନ ଏବଂ ଶ୍ରୀମତୀ ସୁକାନ୍ତି ସୋୟଙ୍କ ମିଳିତ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ତତ୍ ସହିତ ଏଠାରେ ଉପସ୍ଥିତ ଥିଲେ ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଆସିଷ୍ଟାଂଟ ପ୍ରଫେସର. ଶ୍ରୀମତୀ କସ୍ତୁରୀ ଆଚାର୍ଯ୍ୟ, ଅନିତା ପଟ୍ଟନାୟକ, ପରିଚିତା ମହାପାତ୍ର, ଅନୁପମା ମିଶ୍ର ଏବଂ ଡ଼ା. ନରେନ୍ଦ୍ର ମହାରଣା ଓ ରାଷ୍ଟ୍ରୀୟ ସେବା ଯୋଜନାର ସେବକତଥା ବିଶ୍ୱ ବିଦ୍ୟାଳୟର ଅନ୍ୟାନ୍ୟ ଛାତ୍ରଛାତ୍ରୀମାନେ।

ଏହି କାର୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କ ସହିତ ମାନସିକ ସୁସ୍ଥତା, ଚାପ ନିୟନ୍ତ୍ରଣ ଓ ଆତ୍ମହତ୍ୟା ପ୍ରତିରୋଧ ସମ୍ବନ୍ଧୀୟ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଆଲୋଚନା ହୋଇଥିଲା। ଉପସ୍ଥିତ ଅତିଥିମାନେ ଆଜିର ଯୁବ ପିଢିଙ୍କ ମଧ୍ୟରେ ବଢୁଥିବା ମାନସିକ ଚାପ ଓ ତାହାର ସମାଧାନ ପାଇଁ ସଚେତନତାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।

ସମ୍ପଦ ବ୍ୟକ୍ତି ଭାବେ ଉପସ୍ଥିତ ବକ୍ତା ମାନସିକ ସମସ୍ୟାକୁ ଲୁଚାଇ ରଖିବା ପରିବର୍ତେ ଖୋଲାମେଲା ଭାବେ ଆଲୋଚନା କରିବାକୁ ଓ ସହାୟତା ନେବାକୁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ସେମାନେ କହିଥିଲେ ଯେ ସକାରାତ୍ମକ ଚିନ୍ତାଧାରା, ସମୟୋପଯୋଗୀ ପରାମର୍ଶ ଓ ପରସ୍ପର ସମର୍ଥନ ଦ୍ୱାରା ଆତ୍ମହତ୍ୟା ପ୍ରବୃତିକୁ ରୋକାଯାଇପାରିବ। ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ବ୍ୟକ୍ତି ବିଶେଷ ତଥ୍ୟ ବିଦ୍ୟାର୍ଥୀ ସମୂହ ଭାବେ ଶପଥ ପାଠ କରିଥିଲେ। କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସେବା ଯୋଜନାର ସେବକମାନେ ସକ୍ରିୟ ଭାବେ ଭାଗ ନେଇ ମାନସିକ ସୁସ୍ଥତା ବିଷୟରେ ସଚେତନତା ପ୍ରସାର ପାଇଁ ପ୍ରତିବଦ୍ଧତା ବ୍ୟକ୍ତ କରିଥିଲେ। ଶେଷରେ ସମସ୍ତଙ୍କୁ ସୁସ୍ଥ ମନ ଓ ସୁନ୍ଦର ଜୀବନ ଗଢ଼ିବାକୁ ଆହ୍ୱାନ ଜଣାଯାଇଥିଲା।

.......................................

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande