
ଗଢୱା, 27 ମାର୍ଚ୍ଚ (ହି.ସ.)- ଝାରଖଣ୍ଡର ଗଢ଼ୱା ଜିଲ୍ଲାର ରମକାଣ୍ଡା ଥାନା ଅଞ୍ଚଳରେ
ମହାଷ୍ଟମୀ ଅବସରରେ ଗୁରୁବାର ରାତିରେ ବାହାରିଥିବା ଯାତ୍ରା ଉପରକୁ ପଥର ମାଡ ପରେ ପରିସ୍ଥିତି ଉତେଜନାପୂର୍ଣ୍ଣ
ହୋଇଛି। ଏହି ଘଟଣାରେ ଛଅଜଣ ପୋଲିସ କର୍ମୀ ଏବଂ ଅନେକ ନାଗରିକ ଆହତ ହୋଇଛନ୍ତି। ପୋଲିସ ୧୨ ରୁ
ଅଧିକ ମୋଟରସାଇକେଲ୍ ଜବତ କରିଛି। ସମଗ୍ର ଅଞ୍ଚଳକୁ ପୋଲିସ ଛାଉଣୀ କରାଯାଇଛି।
ପଲାମୁ ଡିଆଇଜି କୌଶଳ କିଶୋର ଏବଂ ଗଢ଼ୱା ଏସ୍ପି ଅମନ କୁମାର
ଘଟଣାସ୍ଥଳର ନିରୀକ୍ଷଣ କରିଛନ୍ତି।
ଏକ ସମ୍ପ୍ରଦାୟର ଅଭିଯୋଗ ଅନୁସାରେ, ଯାତ୍ରାକୁ ବିଶେଷ
ସମ୍ପ୍ରଦାୟର ଲୋକମାନେ କୌଆଖୋହ ଶିବ ଚବୂତରା ପାଖରେ ଆଗକୁ ବଢ଼ିବାରୁ ବନ୍ଦ କରିଦେଇଥିଲେ।
ଡିଆଇଜି କହିଛନ୍ତି ଯେ ରାମନବମୀ ପୂର୍ବ ସଂଧ୍ୟାରେ ପୋଲିସ ସୁରକ୍ଷାରେ ଗ୍ରୁପ ବାହାରିଥିଲା। ଏହି
ସମୟରେ ଯାତ୍ରା ଉପରକୁ ପଥର ମାଡ କରାଯାଇଥିଲା। ପୋଲିସ ଭିଡକୁ ଭାଙ୍ଗିବା ପାଇଁ ହାଲୁକା ଶକ୍ତି
ବ୍ୟବହାର କରି ଲୁହାବୁହା ଗ୍ୟାସ୍ ପ୍ରୟୋଗ କରିଥିଲା । ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣରେ
ଅଛି। ସେ କହିଛନ୍ତି ଯେ ଦୋଷୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ। ଆହତମାନଙ୍କର
ହସ୍ପିଟାଲରେ ଚିକିତ୍ସା ଚାଲିଛି।
ଗଢ଼ୱା ଏସ୍ପି ଅମନ କୁମାର କହିଛନ୍ତି ଯେ ଯାତ୍ରାକୁ ନେଇ ଦୁଇ
ସମ୍ପ୍ରଦାୟ ମଧ୍ୟରେ ବିବାଦ ହୋଇଥିଲା। ବୁଧବାରରେ ମଧ୍ୟ ଯାତ୍ରାକୁ ନେଇ ସାମାନ୍ୟ ବିବାଦ
ହୋଇଥିଲା। ଏହା ପରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ଯାତ୍ରା ବାହାରିବାରେ ସହମତି ହୋଇଥିଲା। କିନ୍ତୁ
କିଛି ଲୋକ ହଠାତ୍ ଯାତ୍ରାକୁ ବନ୍ଦ କରିଦେବାରୁ ପରିସ୍ଥିତି ଉତେଜନାପୂର୍ଣ୍ଣ ହୋଇଗଲା।
ଘଟଣାସ୍ଥଳରେ ବ୍ୟାପକ ପୋଲିସ ମୁତୟନ ହୋଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା